ETV Bharat / state

କଥା ମାନିଲାନି ଶିଶୁ, ନିର୍ଦ୍ଧୁମ ଛେଚିଲେ ବାପା ମାଆ

author img

By

Published : May 31, 2022, 2:45 PM IST

କଥା ନମାନିବାରୁ ନିର୍ଦ୍ଧୁମ ମାଡ ମାରି ଲହୁଲୁହାଣ କଲେ ବାପା ମାଆ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର କଣ୍ଟାବାଞ୍ଜି ଧୋବା ପଡ଼ାରୁ । ଅଧିକ ପଢନ୍ତୁ

କଥା ମାନିଲାନି ଶିଶୁ, ନିର୍ଦ୍ଧୁମ ଛେଚିଲେ ବାପା ମାଆ
କଥା ମାନିଲାନି ଶିଶୁ, ନିର୍ଦ୍ଧୁମ ଛେଚିଲେ ବାପା ମାଆ

ବଲାଙ୍ଗୀର : ଜନ୍ମ କଲା ଶିଶୁକୁ ବାପା ମାଆଙ୍କ ଅକଥନୀୟ ଅତ୍ୟାଚାର । କଥା ନମାନିବାରୁ ନିର୍ଦ୍ଧୁମ ମାଡ ମାରି ଲହୁଲୁହାଣ କଲେ ବାପା ମାଆ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର କଣ୍ଟାବାଞ୍ଜି ଧୋବା ପଡ଼ାରୁ । ଗୁରୁତର ଅବସ୍ଥାରେ ଶିଶୁଟିକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବଲାଙ୍ଗୀର କଣ୍ଟାବାଞ୍ଜି ଧୋବା ପଡ଼ାର ମଧୁ ସେଠ୍ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ସେଠ୍ ନିଜ ସାତ ବର୍ଷର ଶିଶୁକୁ ଲାତ ଗୋଇଠା ମୁଥ ଦ୍ବାରା ନିର୍ଦ୍ଧୁମ ମାଡ ମାରିଛନ୍ତି। ଫଳରେ ଶିଶୁଟି ଲହୁଲୁହାଣ ହେବା ସହ ଅଚେତ୍ ହୋଇ ଯାଇଥିବାରୁ ପଡୋଶୀଙ୍କ ଦ୍ବାରା ଉଦ୍ଧାର କରାଯାଇ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନା ଓ ପରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପଟେ ଶିଶୁ କଥା ନମାନିବାରୁ ରାଗରେ ବାଡେଇଥିବାର ସ୍ବୀକାର କରିଛନ୍ତି ନିଜେ ମାଆ । ଏଥି ସହ ଆଗକୁ ଏଭଳି ଭୁଲ କରିବେ ନାହିଁ ବୋଲି କହିଛନ୍ତି । ସେପଟେ ଏହି ଘଟଣାକୁ ନେଇ ବଲାଙ୍ଗୀର ଶିଶୁ ମଙ୍ଗଳ କମିଟି ତଦନ୍ତ ଆରମ୍ଭ କରିଛି। କଣ୍ଟାବାଞ୍ଜି ଥାନା ତଥା ବଲାଙ୍ଗୀର ଏସପିଙ୍କ ପାଖରେ ଏନେଇ ଲିଖିତ ଅଭିଯୋଗ ସହ ଆଇନ ଅନୁସାରେ ପଦକ୍ଷେପ ନେବାକୁ କହିଛି । ସମାନ ଭାବରେ ଡ଼ାକ୍ତରଖାନା ଯାଇ ଶିଶୁର ବୟାନ ମଧ୍ୟ କମିଟି ରେକର୍ଡ କରିଛି। ମାଆ ବାପା ଏଭଳି ଘଟଣାରୁ ନିବୃତ ରହିବା ସହ ସଚେତନ ହେବା ନିହାତି ଆବଶ୍ୟକ ବୋଲି କମିଟି କହିଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.