ETV Bharat / state

ଛଟ ମହାପର୍ବ ପାଳିତ: ସୂର୍ଯ୍ୟଙ୍କୁ ପୂଜା କଲେ ବ୍ରତଧାରୀ ମହିଳା

ବଲାଙ୍ଗୀର ଜିଲ୍ଲାରେ ବିହାରୀ ସମ୍ପ୍ରଦାୟ ମହିଳା ପାଳିଲେ ଛଟ ମହାପର୍ବ । ନିଷ୍ଠାର ସହ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ଏ ପର୍ବ ପାଳନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Nov 10, 2021, 8:53 PM IST

ଛଟ ମହାପର୍ବ ପାଳିତ; ସର୍ଯ୍ୟଙ୍କୁ ପୂଜା କଲେ ବ୍ରତଧାରୀ ମହିଳା

ବଲାଙ୍ଗୀର : ଜିଲ୍ଲାରେ ବିହାରୀ ସମ୍ପ୍ରଦାୟ ମହିଳା ପାଳିଲେ ଛଟ ମହାପର୍ବ। ନିଷ୍ଠାର ସହ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ଏ ପର୍ବ ପାଳନ କରିଛନ୍ତି। ବଲାଙ୍ଗୀରରେ ରହି ଆସୁଥିବା ଉତ୍ତର ଭାରତୀୟ ଓ ବିହାରୀ ଭାଇ ଭଉଣୀମାନେ ଏହି ପର୍ବ ଅତି ନିଷ୍ଠାର ସହ ପାଳନ କରିଛନ୍ତି। ତେବେ ଚାରି ଦିନ ଧରି ଏମାନେ ଏହି ପର୍ବ ପାଳନ କରିଥାନ୍ତି। ଯେଉଁଥିରେ ପ୍ରଥମ ଦିନ ପବିତ୍ର ସ୍ନାନ କରିବା ଓ ବିନା ଲୁଣର ଖାଦ୍ୟ ଏମାନେ ଆହରଣ କରିଥାନ୍ତି। ସେହିପରି ଦ୍ବିତୀୟ ଦିନ ଏମାନେ ଖିରି ପ୍ରସାଦ ତିଆରି କରି ନିଜର ସମ୍ପର୍କୀୟଙ୍କ ମଧ୍ୟରେ ବାଣ୍ଟିଥାନ୍ତି ।

ସେହିପରି, ତୃତୀୟ ଦିନରେ ଏମାନେ ଉଦୟ ହେଉଥିବା ସୂର୍ଯ୍ୟ ଓ ଅସ୍ତ ହେଉଥିବା ସୂର୍ଯ୍ୟଙ୍କୁ ପାଣି ଟେକି ଅର୍ଘ୍ୟ ପାଳନ କରିଥାନ୍ତି। ସେହିଦିନ ସନ୍ଧ୍ୟାରୁ ସମସ୍ତେ ନିର୍ଜଳା ଉପବାସ କରିଥାନ୍ତି। ତେବେ ଚତୁର୍ଥ ଦିନ ସୂର୍ଯ୍ୟ ଓ ଛଠି ମାଙ୍କ ପୂଜା ପରେ ଅନ୍ନ ଆହରଣ କରିଥାନ୍ତି। ବଲାଙ୍ଗୀରରେ ମଧ୍ୟ ସମସ୍ତ ବିହାରୀ ସମ୍ପ୍ରଦାୟର ଭାଇଭଉଣୀମାନେ ସ୍ଥାନୀୟ ରାଣୀ ବନ୍ଦ ଠାରେ ଏକାଠି ହୋଇ ପୂଜାର୍ଚ୍ଚନା କରିଛନ୍ତି। ମନୋସ୍କାମନା ପୂରଣ ପାଇଁ ସୂର୍ଯ୍ୟ ଭଗବାନଙ୍କ ଠାରେ ମାନସିକ ମଧ୍ୟ କରିଛନ୍ତି। ସେପଟେ ଏମାନଙ୍କର ଏହି ପୂଜାରେ ବଲାଙ୍ଗୀର ସାଂସଦ ମଧ୍ୟ ସାମିଲ ହୋଇଥିଲେ। ଏମାନଙ୍କ ସହ ମିଶି ସୂର୍ଯ୍ୟଙ୍କ ପୂଜା କରିଥିଲେ। ତେବେ ଏହି ଅବସରରେ ସମସ୍ତ ବିହାରୀ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.