ETV Bharat / state

ଭାରସାମ୍ୟ ହରାଇ ଫୋଖରୀକୁ ଖସିଲା କାର, ସ୍ତ୍ରୀ ମୃତ ସ୍ବାମୀ ଉଦ୍ଧାର - ବଲାଙ୍ଗୀର ଖବର

ବଲାଙ୍ଗୀର ଜାମସର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଫୋଖରୀକୁ ଖସିଲା କାର୍‌ । ଅଳ୍ପକେ ବର୍ତ୍ତିଲେ ସ୍ବାମୀ, ସ୍ତ୍ରୀର ମୃତ୍ୟୁ ହୋଇଥିବା ସୂଚନା ।

ଭାରସାମ୍ୟ ହରାଇ ଫୋଖରୀକୁ ଖସିଲା କାର, ସ୍ତ୍ରୀ ମୃତ ସ୍ବାମୀ ଉଦ୍ଧାର

author img

By

Published : Sep 13, 2022, 9:16 AM IST

ବଲାଙ୍ଗୀର: ଭାରସାମ୍ୟ ହରାଇ ଫୋଖରୀକୁ ଖସିଲା କାର, ସ୍ତ୍ରୀ ମୃତ୍ୟୁ ହୋଇଥିବା ଅଳ୍ପକେ ବର୍ତ୍ତି ଗଲେ ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର 26 ନମ୍ୱର ଜାତୀୟ ରାଜପଥ ଜାମସର ଗ୍ରାମ ନିକଟରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଲୋଇସିଂହା ବ୍ଲକର ଘୁଷୁରାମୁଣ୍ଡାର ପିଙ୍କି ସାହୁ ।

ମିଳିଥିବା ସୂଚନା ଅନୁଯାୟୀ ସୋମବାର ସ୍ବାମୀ ଚୈତନ୍ୟ ସାହୁ ଓ ସ୍ତ୍ରୀ ପିଙ୍କି ସାହୁ କାର୍‌ ଯୋଗେଁ ମେଡିକାଲ କାମରେ ବଲାଙ୍ଗୀରକୁ ଆସିଥିଲେ । ଏହାପରେ କାମ ସାରି ଗାଁକୁ ଫେରିବା ସମୟରେ ରାସ୍ତାରେ ଏକ ଗାଡିକୁ ସାଇଡ ଦେବାକୁ ଯାଇ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଖରିକୁ ଖସିପଡିଥିଲା । ଏହି ସମୟରେ ଚୈତନ୍ୟ ସାହୁ ଜୀବନ ବଞ୍ଚାଇବା ପାଇଁ କାରରକୁ କୌଶଳ କ୍ରମେ ବାହାରି ଆସି ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଭାରସାମ୍ୟ ହରାଇ ଫୋଖରୀକୁ ଖସିଲା କାର, ସ୍ତ୍ରୀ ମୃତ ସ୍ବାମୀ ଉଦ୍ଧାର

ମାତ୍ର ସ୍ତ୍ରୀ ଦୁଇଘଣ୍ଟା ପର୍ଯ୍ୟାନ୍ତ ପାଣିରେ ବୁଡି ରହିଥିଲେ । ଏନେଇ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେବା ପରେ ପୋଖରୀକୁ ପିଙ୍କିଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମୃତ ମହିଳାଙ୍କ ସ୍ବାମୀ ଚୈତନ୍ୟ ସାହୁଙ୍କ କିଛି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ଶିକ୍ଷକଙ୍କ ବଦଳି ନେଇ ବିଇଓଙ୍କୁ ମାଡ଼ !

କିଛି ଦିନ ପୂର୍ବେ ବଲାଙ୍ଗୀର ଦେଓଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ବଲାଙ୍ଗୀର ପଟୁ ଦ୍ରୁତ ଗତିରେ ଯାଉଥିବା ଏକ ପିକଅପ ଭ୍ୟାନ ସଇଁନ୍ତଲା ପଟରୁ ଆସୁଥିବା ଏକ ବାଇକକୁ ସାମ୍ନା ପଟରୁ ଧକ୍କା ଦେବାରୁ ବାଇକ ଆରୋହୀ ପିକଅପ୍‌ ଭ୍ୟାନର କ୍ୟାବିନ ଉପରେ ପଡିଥିଲେ ।

ଅନ୍ୟ ଜଣେ ପିକଅପ୍‌ ଭ୍ୟାନର ଚକ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ଭିତରୁ ଜଣେ ସଇନ୍ତଲା ନିକଟସ୍ଥ ରେଙ୍ଗାଲି ଗାଁର ବୁଲୁ ବିଶି ଏବଂ ଅନ୍ୟ ଜଣେ ବଲାଙ୍ଗୀର ସହରର ମନୋଜ ଭୋଇ ହୋଇଥିବା ଜଣାପଡିଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.