ETV Bharat / state

ବୋରଓ୍ବେଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By

Published : Jan 27, 2021, 7:44 PM IST

ବୋରଓ୍ବେଲ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ । ଦର ବୃଦ୍ଧି ଦାବିରେ ଆନ୍ଦୋଳନ ଆରମ୍ଭ । ଅଧିକ ପଢନ୍ତୁ...

bore well workers strike in balangir
ବୋରଓ୍ବେଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗୀର: ପଶ୍ଚିମଓଡିଶାର ବୋରଓ୍ବେଲ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗଭୀର କୂଅ ଖନନ ପାଇଁ ଦର ବୃଦ୍ଧି ଦାବିରେ ଆନ୍ଦୋଳନ ଆରମ୍ଭ ହୋଇଛି । ସମସ୍ତ କର୍ମଚାରୀ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରୁଛନ୍ତି ।

ତେବେ ଦୀର୍ଘ ବର୍ଷ ହେବ ଡିଜେଲ ଦର କମ ଥିବା ବେଳେ ଏମାନେ ଗଭୀର କୂଅ ଖନନ ପାଇଁ ପ୍ରତି ଫୁଟ 85 ଟଙ୍କା ନେଉଥିଲେ। ହେଲେ ବର୍ତ୍ତମାନ ବର୍ଦ୍ଧିତ ଦିନରେ ଦର ପାଇଁ ପୂର୍ବ ହିସାବରେ ଖନନ କରିବା ସମ୍ଭବ ପର ହେଉ ନାହିଁ। ସମାନ ଭାବରେ ଗାଡି ଖର୍ଚ୍ଚ ଓ କର୍ମଚାରୀଙ୍କ ଦରମା ଦେବା ମଧ୍ୟ ସମ୍ଭବ ପର ହେଉନ ଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ତେବେ ଦର ବୃଦ୍ଧି କଲେ ଏଜେଣ୍ଟ କି ଲୋକେ ତାହା ଦେଉନଥିବାର ଅଭିଯୋଗ ହୋଇଛି । ଫଳରେ ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ନୂଆପଡା ଜିଲ୍ଲାର ସବୁ ବୋରଓ୍ବେଲ କର୍ମଚାରୀ ଗତ ତିନିଦିନ ହେବ ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛନ୍ତି ।

ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.