ବଲାଙ୍ଗୀର : ଆଜି(ଶନିବାର) ପବିତ୍ର ଅକ୍ଷୟ ତୃତୀୟା । ତେବେ ଆଜିର ଦିନରେ ଶୁଭ କାମ ଆରମ୍ଭ କଲେ ଚାଷ କାମ କ୍ଷୟ ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି । ଯାହା ପାଇଁ ଆଜି ବଲାଙ୍ଗୀର ଜିଲ୍ଲାରେ ଚାଷୀମାନେ ନିଜର ଚାଷ କାମ ଅନୁକୂଳ କରିଛନ୍ତି ।
ତେଣୁ ଆଜି ବଲାଙ୍ଗୀରର ଚାଷୀମାନେ ନିଜର ଚାଷ କାମ ଆରମ୍ଭ କରିଛନ୍ତି । ଯେଉଁଥିରେ ଚାଷୀମାନେ ନିଜର ପାଞ୍ଜି ଦେଖାଇ ଲାଭ କ୍ଷତିର ଆଙ୍କଳନ କରିଛନ୍ତି । ଏଥିସହିତ ରୀତିନୀତି ଅନୁସାରେ ନିଜ ଚାଷ ଉପକରଣ ଗୃହ ପାଳିତ ପଶୁଙ୍କ ପୂଜା ଅର୍ଚ୍ଚନା କରିଛନ୍ତି । ସମାନ ଭାବରେ ନିଜ କ୍ଷେତରେ ପୂଜା ଅର୍ଚ୍ଚନା କରି କ୍ଷେତରେ ହଳ ଚଳାଇ ଧାନ ବୁଣିଛନ୍ତି ।
ତେବେ ଗତ ଦୁଇ ବର୍ଷ ହେବ ଚାଷୀ ତାର କଷ୍ଟ ଉପାର୍ଜିତ ଶସ୍ୟ ବିକ୍ରି କରି ନା ପାରି ହଇରାଣ ହୋଇଥିବା ବେଳେ ଏଥର ସେହି ପରିସ୍ଥିତି ନା ଉପୁଜୁ ତା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ