ବଲାଙ୍ଗୀର: ମାଫିଆ ଡନ ଜିତେନର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସେ ରାଜନୀତିରେ ପ୍ରବେଶ କରି ନିଜ ସ୍ତ୍ରୀକୁ ସମିତି ସଭ୍ୟାରେ ଜିତାଇଥିବ ବେଳେ ନିଜେ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଥିଲେ।
ଜିତେନ କୌଣସି କାମରେ ଗତ ଦୁଇ ଦିନ ତଳେ ବରଗଡ ଯାଇ ଘରକୁ ଫେରୁଥିବା ବେଳେ ଆମ୍ବାପାଲି ଛକ ନିକଟରେ ଲହୁ ଲୁହାଣ ଅବସ୍ଥାରେ ରାସ୍ତା ଉପରେ ଅଚେତ ହୋଇ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସେମାନେ ତାକୁ ବରଗଡର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।
ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସେ ମୃତ୍ୟୁ ବରଣ କରିଛନ୍ତି । ବଲାଙ୍ଗୀର ପୈତୃକ ଘରେ ପହଁଚିବା ପରେ ମୃତଦେହ ସତ୍କାର ହୋଇଛି । ଜିତେନ ବିରୋଧରେ ପୂର୍ବରୁ ଅପହରଣ, ହତ୍ୟା, ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଜମି ମାଫିଆ ଭଳି ଅନେକ ଅଭିଯୋଗ ରହିଥିଲା ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ