ETV Bharat / state

ବଲାଙ୍ଗୀରରେ ରଥଯାତ୍ରା ନୀତିକାନ୍ତିରେ ସୀମିତ

ବଲାଙ୍ଗୀର କୋରୋନା କଟକଣା ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ବଲାଙ୍ଗୀରରେ ରଥଯାତ୍ରା ପାଳନ କରାଯାଇଛି । ବିନା ଭକ୍ତରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁସାରେ ମନ୍ଦିର ମଧ୍ୟରେ ହିଁ ପାଳନ କରାଯାଇଛି ।ଅଧିକ ପଢନ୍ତୁ...

author img

By

Published : Jun 23, 2020, 4:21 PM IST

boalngir-ratha-yatra-2020
ବଲାଙ୍ଗୀରରେ ରଥଯାତ୍ରା ନୀତିକାନ୍ତିରେ ସୀମିତ

ବଲାଙ୍ଗୀର: କୋରୋନା କଟକଣା ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗୀରରେ ରଥଯାତ୍ରା କେବଳ ନୀତିକାନ୍ତିରେ ସୀମିତ ହୋଇଛି । ବିନା ଭକ୍ତରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରୀତିନୀତି ଅନୁସାରେ ମନ୍ଦିର ମଧ୍ୟରେ ହିଁ ପାଳନ କରାଯାଇଛି ।

ବଲାଙ୍ଗୀରରେ ରଥଯାତ୍ରା ନୀତିକାନ୍ତିରେ ସୀମିତ

ଯେଉଁଥିରେ ଆଜି ସକାଳୁ ପ୍ରଭୁ ଜଗନ୍ନାଥଙ୍କ ସୂର୍ଯ୍ୟ ପୂଜା ଓ ମଙ୍ଗଳ ଆଳତୀ ପରେ ନବ ଯୌବନ ବେଶ କରା ଯାଇଛି ।ମହାମାରୀ କୋରୋନା କଟକଣା ଓ ଗାଇଡଲାଇନକୁ ପାଳନ କରାଯାଇ ସବୁ କାର୍ଯ୍ୟ କରାଯାଉଛି। ବଲାଙ୍ଗୀର ଜିଲ୍ଲାରେ ପ୍ରତ୍ୟେକ ପଞ୍ଚାୟତରେ ରଥ ଯାତ୍ରା ଧୁମ ଧାମରେ ପାଳନ କରାଯାଇଥାଏ । ଏହି ପରି ବଲଙ୍ଗୀର ସହରର ଜଗନ୍ନାଥ ପଡା ମନ୍ଦିର,ଗୋପାଳଜି ମନ୍ଦିର, ଆଠଗାଁ ମନ୍ଦିରର ପୂଜା ଓ ଯାତ୍ରାରେ ବେଶ ଜନ ସମାଗମ ହୋଇଥାନ୍ତି । ତେବେ ଏଥର ସବୁ ଫିକା ପଡିଥିବା ବେଳେ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ସେହିପରି ସୁପ୍ରିମ କୋର୍ଟଙ୍କ ନିର୍ଦେଶ କୁ ବଳବତ୍ତର କରିବା ପାଇଁ ଜିଲ୍ଲାର ସବୁ ଜଗନ୍ନାଥ ଓ ମାଉସୀ ମା ମନ୍ଦିରରେ 144 ଧାରା ପ୍ରଶାସନ ଲାଗୁ କରିଛି । ଏବଂ ବିନା ଭକ୍ତରେ ସବୁ ନୀତି କାନ୍ତି ଚାଲିଥିବାର ପ୍ରଶାସନ କହିଛି । ଜିଲ୍ଲାରେ ଏଥର ରଥ ଯାତ୍ରା ବନ୍ଦ ଥିବା ବେଳେ ଭକ୍ତଙ୍କ ମଧ୍ୟରେ କୋହ ଦେଖିବାକୁ ମିଳିଥିଲେ ମଧ୍ୟ କୋରୋନା କଟକଣା ଓ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ସମର୍ଥନ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.