ETV Bharat / state

କଂଗ୍ରେସ ବିଜେଡି ବିବାଦରେ ବିଜେଡିର ଆନ୍ଦୋଳନ

author img

By

Published : Feb 20, 2023, 8:14 PM IST

ବଲାଙ୍ଗୀରରେ ବିଜେଡିର ଆନ୍ଦୋଳନ। କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ବିରୋଧରେ ତେଜିଲା ବିଜେଡିର ଆନ୍ଦୋଳନ। ଅଧିକ ପଢନ୍ତୁ

bjd protest  in balangir
bjd protest in balangir
bjd protest in balangir

ବଲାଙ୍ଗୀର: କଂଗ୍ରେସ ବିଜେଡି ବିବାଦରେ ବିଜେଡିର ଆନ୍ଦୋଳନ। କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ବିରୋଧରେ ତେଜିଲା ବିଜେଡିର ଆନ୍ଦୋଳନ। ବଲାଙ୍ଗୀର ର କଂଗ୍ରେସ ଓ ବିଜେଡି ମଧ୍ୟରେ ଲାଗି ରହିଥିବା ବିବାଦରେ ଆଜି ବିଜେଡି ଦଳ ଆନ୍ଦୋଳନକୁ ଓହ୍ଲାଇବା ସହ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ବିରୋଧରେ ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି। ଯେଉଁଥିରେ ବଲାଙ୍ଗୀର ବିଜେଡିର ଶତାଧିକ କର୍ମୀ ନେତା ସାମିଲ ହୋଇ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାସ୍ତା ଅବରୋଧ କରିଥିଲେ।

ତେବେ ଏନେଇ ବଲାଙ୍ଗୀର ବିଜେଡି ଦଳର ଛାତ୍ର ବିଜେଡି, ଯୁବ ବିଜେଡି, ମହିଳା ବିଜେଡି, ନଗର ବିଜେଡି ର ସଦସ୍ୟ ସହିତ ପୌର ପରିଷଦର ସବୁ କାଉନସିଲର , ପୌରାଧକ୍ଷ୍ୟା, ଜିଲ୍ଲା ପରିଷଦ ଅଧକ୍ଷା, ବଲାଙ୍ଗୀର ବ୍ଲକ ଅଧକ୍ଷା ଓ ଭଟଲି ବିଧାୟକ ସୁଶାନ୍ତ ସିଂହ ପ୍ରମୁଖ ସାମିଲ ହୋଇଥିଲେ। ଏଥିସହ ଏମାନେ ସହର ମଧ୍ୟରେ ଏକ ବିରାଟ ରାଲି କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ରାସ୍ତା ଅବରୋଧ କରିଥିଲେ।

ସୂଚନା ମୁତାବକ, ଗତ 18 ତାରିଖରେ ବଲାଙ୍ଗୀର ସଂସ୍କୃତି ଭବନ ଗୃହ ଉଦଘାଟନ ସମୟରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ବିଜେଡି ପୌର ପରିଷଦ ମଧ୍ୟରେ କଥା କଟାକଟି ଓ ଧସ୍ତା ଧସ୍ତି ହୋଇଥିଲା। ସେହିପରି ଏଥିରେ ବଲାଙ୍ଗୀର 8 ନମ୍ବର ୱାର୍ଡ ମହିଳା କାଉନସିଲରଙ୍କୁ ଆକ୍ରମଣ କରା ଯାଇଥିବାର ମଧ୍ୟ ପୌର ପରିଷଦ ପକ୍ଷରୁ ଥାନାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ ତାଙ୍କ କର୍ମୀଙ୍କ ନାଁରେ ଅଭିଯୋଗ ହୋଇଥିଲା।

ତେବେ ଜଣେ ମହିଳା କାଉନସିଲରଙ୍କୁ ଆକ୍ରମଣ ଓ ଗରିବ ଲୋକଙ୍କୁ ବିସ୍ଥାପିତ କରୁଥିବା ଅଭିଯୋଗରେ ଆଜି ବିଜେଡି ପକ୍ଷରୁ ଏହି ଆନ୍ଦୋଳନ କରା ଯାଇଛି। ଏଥିସହ ବଲାଙ୍ଗୀର ବିଧାୟକ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଓ ପୌରପରିଷଦ ନାଁରେ ମିଛ ଅଭିଯୋଗ ଆଣିବାକୁ ବିରୋଧ କରି ବଲାଙ୍ଗୀର ଜିଲ୍ଲା ପରିଷଦ ଅଧକ୍ଷା ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ତେବେ ସବୁ ଜନ ପ୍ରତିନିଧି ସମାନ ହୋଇଥିବା ବେଳେ ଜଣେ ମହିଳା କାଉନସିଲରକୁ ବିଧାୟକ ଏଭଳି ଆଚରଣ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସେହିପରି ବଲାଙ୍ଗୀର ପୌରପରିଷଦ ଅଧକ୍ଷା ଲିକା ସାହୁ କହିଛନ୍ତି ଯେ , ଓଡିଶା ମୁଖ୍ୟମନ୍ତ୍ରୀ ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଓ ପ୍ରଥମେ ତାଙ୍କୁ ଥଇଥାନ ପରେ ଉଚ୍ଛେଦ କରିବା ତାଙ୍କର ନୀତି ଯାହାକୁ ପୌର ପରିଷଦ ପାଳନ କରୁଛି ବୋଲି କହିଛନ୍ତି। ହେଲେ ବିଧାୟକ ଏହାକୁ ସହ୍ୟ ନ କରି ପାରି ବିକାଶରେ ପୌର ପରିଷଦ ବାଧା ଦେଉଥିବାର ଅଭିଯୋଗ କରି ଆସୁଛନ୍ତି। ତେଣୁ ତାଙ୍କ ବିରୋଧରେ ଏହି ଆନ୍ଦୋଳନ ହେଉଥିବାର ସେ କହିଛନ୍ତି। ସମାନ ଭାବରେ ବିଧାୟକଙ୍କ ପରିବାର ଲୋକେ ନିଜେ ସରକାରୀ ଜମି ଦଖଲ କରିଥିବା ବେଳେ ଅନ୍ୟ ଗରିବଙ୍କୁ ହଟାଇବାର ଚିନ୍ତା କରିଥିବାର ସେ କହିଛନ୍ତି।

ସେପଟେ ଏହି ଆନ୍ଦୋଳନ ରେ ସାମିଲ ହୋଇଥିବା ଭଟଲି ବିଧାୟକ ସୁଶାନ୍ତ ସିଂ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଉପରେ ବର୍ଷିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଅନେକ ସରକାରୀ ଜମି ଖାଲି ଅଛି ଯେଉଁଠି ବିକାଶ କାମ କରାଯାଇ ପାରିବ। ହେଲେ କଂଗ୍ରେସ ବିଧାୟକଙ୍କ ପ୍ରରୋଚନାରେ ପ୍ରଶାସନ ଲୋକଙ୍କ ଘର ଭାଙ୍ଗି ବିକାଶ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସ ଯେଉଁ ଅଞ୍ଚଳରେ ଗତ ପୌର ନିର୍ବାଚନ ରେ ଭୋଟ ପାଇ ନାହିଁ ସେହି ଅଞ୍ଚଳକୁ ସେ ଭାଙ୍ଗିବାର ଚେଷ୍ଟା କରୁଥିବାର ସେ କହିଛନ୍ତି। ଗତ ପୌର ନିର୍ବାଚନ ହେଉ କିମ୍ବା ପଞ୍ଚାୟତ ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ଅସଫଳ ହୋଇଥିବା ଯୋଗୁଁ ସେମାନେ ଡିପ୍ରେସନରେ ଅଛନ୍ତି ଓ ଏଭଳି କାର୍ଯ୍ୟ କରୁଥିବାର ସେ କହିଛନ୍ତି। ସେହିପରି ସମାନ ଭାବରେ ସମ୍ବଲପୁର ରେ ବିଜେପି ନେତା ଜଣେ ମହିଳା ଆଇ ଆଇ ସି ଙ୍କୁ ଦୁର୍ବ୍ୟବହାର କରିବା ଓ ବଲାଙ୍ଗୀର ରେ କଂଗ୍ରେସ ଦଳର ପୂର୍ବତନ ବିରୋଧୀ ଦଳ ନେତା ଜଣେ ମହିଳା କାଉନସିଲରଙ୍କୁ ଆକ୍ରମଣ କରିବା କୁ ସେ ନିନ୍ଦା କରିଛନ୍ତି। ତେବେ ଆଗାମୀ ନିର୍ବାଚନରେ କଂଗ୍ରେସ ଓ ବିଜେପି ଉଭୟ ଓଡିଶାରୁ ଯିବେ ହୋଇଯିବେ ବୋଲି ସେ କହିଛନ୍ତି। ଯାହା ପାଇଁ ଏହି ଦୁଇ ଦଳର ନେତା ଏବେ ରକ୍ତ ମୁଖା ହୋଇଥିବାର ସେ କହିଛନ୍ତି।

ତେବେ ବଲାଙ୍ଗୀର ବିକାଶ ନାଁ ରେ ବିଜେଡି ଦଳ ଓ କଂଗ୍ରେସ ଦଳ ସବୁବେଳେ ଆମନା ସମନା ହୋଇ ଆସୁଛନ୍ତି। ବିଶେଷ କରି ବଲାଙ୍ଗୀର କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀର ବିକାଶରେ ବଲାଙ୍ଗୀର ପୌର ପରିଷଦ ସବୁବେଳେ ବାଧା ଦେଉଥିବାର ଅଭିଯୋଗ କରି ଆସିଛନ୍ତି। ଏନେଇ ଏହାକୁ ପ୍ରତିବାଦ କରି ଆଜି ବିଜେଡି ପକ୍ଷରୁ ଏହି ବିରାଟ ଆନ୍ଦୋଳନ କରା ଯାଇଥିଲା।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.