ETV Bharat / state

କୋଶଳ ମହାବନ୍ଦ ଡାକରା: ୧୫ ନୁହେଁ ୧୮ରେ ହେବ ଆନ୍ଦୋଳନ

author img

By ETV Bharat Odisha Team

Published : Nov 11, 2023, 8:01 PM IST

କୋଶଳ ସମନ୍ୱୟ ସମିତି ଦ୍ୱାରା ଦିଆଯାଇଥିବା 'କୋଶଳ ମହାବନ୍ଦ' ଡାକରା ନଭେମ୍ବର 18 ତାରିଖରେ ହେବା ନେଇ ସ୍ଥିର କରାଯାଇଛି। ପୂର୍ବରୁ ନଭେମ୍ବର 15ତାରିଖରେ ଏହି ମହାବନ୍ଦ ହେବା ନେଇ ଘୋଷଣା ହୋଇଥିଲା । ଅଧିକ ପଢନ୍ତୁ

bandh over separate koshal state
ଆସନ୍ତା ୧୮ରେ କୋଶଳ ମହାବନ୍ଦ ଡାକରା
ଆସନ୍ତା ୧୮ରେ କୋଶଳ ମହାବନ୍ଦ ଡାକରା

ବଲାଙ୍ଗୀର: ଘୁଞ୍ଚିଲା 'କୋଶଳ ମହାବନ୍ଦ' ଡାକରା । ୧୫ ନଭେମ୍ବର ବଦଳରେ ଆସନ୍ତା ୧୮ ତାରିଖ ଆନ୍ଦୋଳନ କରିବ ସଂଗଠନ । କୋଶଳ ସମନ୍ୱୟ ଦ୍ୱାରା ଦିଆଯାଇଥିବା 'କୋଶଳ ମହାବନ୍ଦ' ଡାକରା 18 ନଭେମ୍ବରରେ ହେବା ନେଇ କୋଶଳ ସମନ୍ୱୟ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ପଶ୍ଚିମ ଓଡିଶାକୁ ଅବହେଳା, ଆଞ୍ଚଳିକ ବୈଷମ୍ୟ ତଥା କଳା ସଂସ୍କୃତିକୁ ଅବହେଳା ପ୍ରତିବାଦରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯାହାକୁ ନେଇ କୋଶଳବାଦୀ ସଂଗଠନ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିଛି । ଏପରିକି ଓଲିଉଡ ବିବାଦରେ ମଧ୍ୟ କୋଶଳ ସଂଗଠନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।

ସେହିପରି ଅଲଗା କୋଶଳ ରାଜ୍ୟ ଦାବି ମଧ୍ୟ ଏବେ ତୀବ୍ର ହୋଇଛି । କିଛି ଦିନ ତଳେ କୋଶଳ ମିଳିତ ମଞ୍ଚ 15 ନଭେମ୍ବରରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଥିଲା । ଆସନ୍ତା 15 ନଭେମ୍ବରରେ ଆଦିବାସୀଙ୍କ ପୂର୍ବପୁରୁଷ ତଥା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଥିବାରୁ ଏହି ବନ୍ଦକୁ 18 ତାରିଖରେ କରାଯିବାକୁ ଘୋଷଣା କରିଛି କୋଶଳ ସମନ୍ୱୟ ସମିତି । କୋଶଳ ସମନ୍ୱୟ ସମିତିର ଆବାହକ ପ୍ରମୋଦ ମିଶ୍ର କହିଛନ୍ତି, "ଅଲଗା କୋଶଳ ରାଜ୍ୟ ଦାବିର ଆନ୍ଦୋଳନ ହେଉଛି । ଗତ 2013 ମସିହାରୁ ନିର୍ଣ୍ଣାୟକ ଲଢେଇ କରି ଆସୁଛୁ । ଯାହାର ଉଦ୍ଦେଶ୍ୟ ହେଉଛି କେବଳ ଅଲଗା କୋଶଳ ରାଜ୍ୟ ଗଠନ।"

ସେ ଆହୁରି ମଧ୍ୟ କହିଛନ୍ତି, "ଆମେ ଓଡିଶାର ବିଭାଜନ ଚାହୁଁ ନାହୁଁ । କାରଣ ଆମେ ଓଡ଼ିଶାର ନୁହଁ । କୋଶଳ ଅଞ୍ଚଳର ନିବାସୀ ହୋଇଥିବାରୁ ସେହି କୋଶଳ ରାଜ୍ୟ ଦାବି ଯଥାର୍ଥ । ତେବେ ଏଠାକାର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ କୋଶଳକୁ ଓଡ଼ିଶାରେ ମିଶ୍ରଣ କରାଯାଇଛି । ସେହିଦିନଠାରୁ ବିରୋଧ ଅଛି ଓ ଅଲଗା କୋଶଳ ରାଜ୍ୟ ଦାବି ସେହି ଦିନର ଦାବି । ତେବେ ଏହି ଅଞ୍ଚଳକୁ ଅବହେଳା କରିବା ନୂଆ ନୁହେଁ। ଏଠାକାର ବିକାଶ ହେଉ କିମ୍ବା ଅନ୍ୟ ବିଷୟ ହେଉ ସଦା ସର୍ବଦା ଏହି ଅଞ୍ଚଳ ଅବହେଳିତ । ସମାନ ଭାବରେ ଏଠାକାର ଜଣେ କଳାକାରଙ୍କୁ ଅବହେଳା କରାଯାଇଛି।"

ଏହା ବି ପଢନ୍ତୁ...କୋଶଳ ରାଜ୍ୟ ଗଠନ ଦାବି, ନଭେମ୍ବର ୧୮ରେ ମହାବନ୍ଦ ଡାକରା

"ଏହା ନୂଆ ନୁହେଁ । ଏଠାକାର କଲା ସଂସ୍କୃତକୁ ସବୁ ବେଳେ ଅବହେଳା କରାଯାଇଆସୁଛି । ଏହାର ଗୋଟିଏ ମାତ୍ର ସମାଧାନ ଅଲଗା କୋଶଳ ରାଜ୍ୟ ଗଠନ । ସେହିପରି ଧୀରେ ଧୀରେ ଏହି ଅଞ୍ଚଳର ଆଗ ଧାଡିର ନେତା ମଧ୍ୟ ତାକୁ ସ୍ୱୀକାର କରିବାରେ ଲାଗିଛନ୍ତି। ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟକ୍ଷରେ ସମର୍ଥନ ଦେବାରେ ଲାଗିଛନ୍ତି" ଏପରି କହି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ମହାବନ୍ଦରେ ସମସ୍ତେ ସମର୍ଥନ ଦେଇ ସାମିଲ ହେବାକୁ ଆହ୍ୱାନ କରିଛନ୍ତି କୋଶଳ ସମନ୍ୱୟ ସମିତିର ଆବାହକ ପ୍ରମୋଦ ମିଶ୍ର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.