ETV Bharat / state

ବଲାଙ୍ଗୀରରେ ସୁଲିଆ ଯାତ୍ରା, ରକ୍ତରଞ୍ଜିତ ହେଲା ପୀଠ

author img

By ETV Bharat Odisha Team

Published : Jan 16, 2024, 12:38 PM IST

Updated : Jan 16, 2024, 1:19 PM IST

Balangir Sulia yatra: ବଲାଙ୍ଗୀରର ପ୍ରସିଦ୍ଧ ସୁଲିଆ ଯାତ୍ରା ଆରମ୍ଭ ହୋଇଯାଇଛି । ହଜାର ହଜାର ପଶୁ ପକ୍ଷୀ ବଳିରେ ରକ୍ତ ରଞ୍ଜିତ ହେଲା ସୁଲିଆ ପୀଠ । ଅଧିକ ପଢନ୍ତୁ

ଆଦିବାସୀ ପାଳୁଛି ସୁଲିଆ ଯାତ୍ରା, ରକ୍ତରଞ୍ଜିତ ହେଲା ପୀଠ

ବଲାଙ୍ଗୀରରେ ସୁଲିଆ ଯାତ୍ରା

ବଲାଙ୍ଗୀର: ରକ୍ତ ରଞ୍ଜିତ ହେଲା ବଲାଙ୍ଗୀର ଜିଲ୍ଲାର ସୁଲିଆ ପୀଠ । ଜିଲ୍ଲାର ପ୍ରସିଦ୍ଧ ସୁଲିଆ ଯାତ୍ରା ଆରମ୍ଭ ହୋଇଛି । ଆବହମାନ କାଳରୁ ଚାଲି ଆସିଥିବା ଏହି ଯାତ୍ରାରେ ଆଜି ରୀତିନୀତି ତଥା ପରମ୍ପରା ଅନୁସାରେ ଧୂପ ନଡ଼ିଆ ଓ ପଶୁ ପକ୍ଷୀ ବଳି ଦେଇ ଆଦିବାସୀ ସମ୍ପ୍ରଦାୟ ସୁଲିଆ ଯାତ୍ରା ପାଳନ କରୁଛନ୍ତି । ଏହି ଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ସାମିଲ ହୋଇଛନ୍ତି ।

ବଲାଙ୍ଗୀର ଆଦିବାସୀ ସମ୍ପ୍ରଦାୟଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ପାଳିତ ହେଉଛି । ଆଦିବାସୀମାନଙ୍କ ପରମ୍ପରା ତଥା ରୀତିନୀତି ଅନୁଯାୟୀ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଦିବାସୀ ନୃତ୍ୟ ବାଦ୍ୟରେ ଅଞ୍ଚଳ ପ୍ରକମ୍ପିତ ହେଉଥିବା ବେଳେ ପରମ୍ପରା ଅନୁଯାୟୀ ପୂର୍ବପୁରୁଷ ସୁଲିଆ ବୁଢାକୁ ଏମାନେ ଧୂପ ନଡ଼ିଆ ଓ ପଶୁ ପକ୍ଷୀଙ୍କ ବଳି ଚଢ଼ାଇଛନ୍ତି । ଯାହା ଫଳରେ ସମଗ୍ର ସୁଲିଆ ପୀଠ ରକ୍ତ ରଞ୍ଜିତ ହୋଇଉଠିଛି। ଏହି ଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଆସନ୍ତା 16ରେ ପ୍ରସିଦ୍ଧ ସୁଲିଆ ଯାତ୍ରା, ବସିଲା ପ୍ରସ୍ତୁତି ବୈଠକ

କେଉଁ କାଳରୁ ଆଦିବାସୀମାନେ ବର୍ଷର ପୌଷମାସର ପ୍ରଥମ ମଙ୍ଗଳବାର ଦିନ ଏହି ସୁଲିଆ ଯାତ୍ରା ପାଳନ କରିଥାନ୍ତି । ଯେଉଁଥିରେ ସେମାନେ ତାଙ୍କ ପୂର୍ବ ପୁରୁଷ ସୁଲିଆ ବୁଢାକୁ ପୂଜା କରିଥାନ୍ତି । ଆଦିବାସୀଙ୍କ ମାନ୍ୟତା ଅନୁସାରେ, ସୁଲିଆ ବୁଢା ପାଖରେ ସେମାନଙ୍କର ସବୁ ମାନସିକ ପୂରଣ ହୋଇଥାଏ । ଏବଂ ମାନସିକ ପୁରଣ ହେଲେ ସେମାନେ ଧୂପ ନଡ଼ିଆ ଓ ପଶୁ ପକ୍ଷୀ ବଳି ଅର୍ପଣ କରିଥାନ୍ତି । ତେବ ଏହି ପ୍ରଥା ପରମ୍ପରା ଅନୁସାରେ ଆଜି ଆଦିବାସୀ ପୂଜକ ସିଆଲ ପତ୍ର ପରିଧାନ କରି ପ୍ରଥମେ ସୁଲିଆ ବୁଢ଼ାଙ୍କ ଠାରେ ବାଉଁଶରେ ଚାଉଳ ଘିଅ ଭରି ପୂଜା କରିଥାନ୍ତି । ସୂର୍ଯ୍ୟଙ୍କୁ ପୂଜା କରି ସେମାନେ ସୁଲିଆ ବୁଢ଼ାଙ୍କୁ ଆହ୍ୱାନ କରିଥାନ୍ତି ।

ସୁଲିଆ ବୁଢା ବାରୁଆଙ୍କ ଦେହରେ ଆବିର୍ଭାବ ହେଲା ପରେ ଶ୍ରଦ୍ଧାଳୁ ତାଙ୍କୁ ପୂଜା କରିଥାନ୍ତି । ତେବେ ସୁଲିଆ ବୁଢ଼ାଙ୍କଠାରେ ମାନସିକ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ପାଞ୍ଚଟି ସ୍ଥାନରେ ଏହି ସୁଲିଆ ଯାତ୍ରା ପାଳନ ହେଉଛି । ଯେଉଁଥିରେ ମୁଖ୍ୟ ସୁଲିଆ ପୀଠ ଖଇର ଗୁଡା ଠାରେ ପ୍ରବଳ ଜନ ସମାଗମ ହୋଇଛି । ଭୋରରୁ ଆରମ୍ଭ ହୋଇଥିବା ଏହି ସୁଲିଆ ଯାତ୍ରାରେ ଏବେସୁଦ୍ଧା ହଜାର ହଜାର ପଶୁ ପକ୍ଷୀଙ୍କ ବଳି ଚଢ଼ିଛି । ଆଦିବାସୀ ତାଙ୍କର ପରମ୍ପରା ଅନୁସାରେ ଏହି ଯାତ୍ରା ପାଳନ କରିଛନ୍ତି । ଅନ୍ୟପଟେ ଶାନ୍ତିଶୃଙ୍ଖଳାର ସହ ଯାତ୍ରା ପାଳନ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି । ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jan 16, 2024, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.