ETV Bharat / state

Fake Certificate Racket: ବଡବଡିଆଙ୍କ ସହ ଅଭିଯୁକ୍ତର ଫଟୋ, ତେଜୁଛି ରାଜନୀତି - ଜାଲ ସାର୍ଟିଫିକେଟ ମାମଲା

ଜାଲ ସାର୍ଟିଫିକେଟ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହ କିଛି ରାଜନେତା ଏବଂ ଅଫିସରଙ୍କ ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଅଧିକ ପଢନ୍ତୁ

Fake Certificate Racket
Fake Certificate Racket
author img

By

Published : Mar 31, 2023, 1:01 PM IST

Fake Certificate Racket

ବଲାଙ୍ଗୀର: ଜାଲ ସାର୍ଟିଫିକେଟ ମାମଲାରେ ଦିନକୁ ଦିନ ଅନେକ ରୋଚକ ତଥ୍ୟା ସାମ୍ନାକୁ ଆସୁଛି । ଗିରଫ ଅଭିଯୁକ୍ତ ଜଣକ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଏହାରି ଭିତରେ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଅଫିସର, ରାଜନେତାମାନଙ୍କ ସହ ଫଟୋ ଭାଇରାଲ ହେବାପରେ ବର୍ତ୍ତମାନ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବଲାଙ୍ଗୀର ଜାଲ ସାର୍ଟିଫିକେଟ ଘଟଣାରେ ଗୋଟିଏ ପରେ ଗୋଟିଏ ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ବଲାଙ୍ଗୀର ରିଲାଏନ୍ସ କୋଚିଙ୍ଗର ମୁଖ୍ୟ ମନୋଜ ମିଶ୍ର କେମିତି ଏତେ ବର୍ଷ ଧରି ଏହି ଗୋଲକ ଧନ୍ଦା କରୁଥିଲା । ଲୋକ କେମିତି ତାକୁ ବିଶ୍ୱାସ କରି ଲୋକ ଲକ୍ଷାଧିକ ଟଙ୍କା ଦେଉଥିଲେ ? ଏସବୁର ପ୍ରଶ୍ନ ସୃଷ୍ଟି ହୋଇଛି । ରାଜନେତାଙ୍କ ଆଢୁଆଳରେ ଏହି କଳାଧନ୍ଦା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । କେବଳ ରାଜନେତା ନୁହନ୍ତି ବଡ ବଡ ଉଦ୍ୟେଗୀଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ରହିଥିଲା ।

ତେବେ ଭାଇରାଲ ହେଉଥିବା ଫଟୋ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହ ଦେଓ, ତାଙ୍କ ପୁତ୍ର ତଥା ବର୍ତ୍ତମାନ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହ ଦେଓ, ବଲାଙ୍ଗୀର ବିଧାୟକ କଂଗ୍ରେସ ନେତା ନରସିଂହ ମିଶ୍ର ଓ ତାଙ୍କ ପୁତ୍ର ଓକିଲ ଅମରେନ୍ଦ୍ର ମିଶ୍ର ସହିତ ତାର ଫଟୋ ଏଥିରେ ରହିଛି । ସେହିପରି ବଲାଙ୍ଗୀର ପୂର୍ବତନ ଜିଲ୍ଲାପାଳ ଓ ଏସପିଙ୍କ ସହିତ ତାର ଫଟୋ ସବୁ ରହିଛି । ତେବେ ଏହାରି ଭିତରେ ସେ ଏମସିଏଲ ସହ ମଧ୍ୟ ସମ୍ପର୍କ ରଖିଥିବା ଖବର ସାମ୍ନାକୁ ଆସିଛି । ଏମସିଏଲର କିଛି ଅଧିକାରୀଙ୍କ ସହ ଲକ୍ଷାଧିକ ଟଙ୍କା ଲେଣ ଦେଣ କରିଥିବାର ତଥ୍ୟ ପୋଲିସ ହାତରେ ଲାଗିଛି । ଏନେଇ ବୁଦ୍ଧିଜୀବୀ କହିଛନ୍ତି, "ବଡବଡିଆଙ୍କୁ ଆଢୁଆଳ କରି ଠକେଇ କରିବା ସହ ଜାଲ ସାର୍ଟିଫିକେଟ ବିକ୍ରି କରୁଥିଲା ।"

ତେବେ ଡାକ ବିଭାଗର ଅଭିଯୋଗ ପରେ ଏତେ ବଡ ରାକେଟର ଏବେ ପର୍ଦ୍ଦାଫାସ ହୋଇଛି । ପୋଲିସର ତଦନ୍ତରେ ଦେଶର ନାମୀଦାମୀ ୪୧ଟି ବିଶ୍ୱବିଦ୍ୟାଳୟ ଓ ସ୍କୁଲ ବୋର୍ଡର ପାଞ୍ଚ ହଜାରରୁ ଊର୍ଦ୍ଧ୍ବ ଜାଲ ସାର୍ଟିଫିକେଟ ଜବତ କରିଛି । ତେବେ ଏହି ସ୍କାମ ଏତେ ବଡ ଯେ ପୋଲିସ ଚାରୋଟି ଟିମ ଗଠନ କରି ଏହାର ତଦନ୍ତ ଆରମ୍ଭ କରିଛି । ହେଲେ ଦୀର୍ଘ ସାତ ଆଠ ବର୍ଷରୁ ଚାଲିଥିବା ଏହି ଗୋଲକ ଧନ୍ଦାରେ ପୋଲିସ ତାର ନିର୍ଦ୍ଦିଷ୍ଟ ସୀମା ଓ ବଳ ଅନୁସାରେ କେତେ ଲୋକଙ୍କୁ ବାନ୍ଧିବ କାହା କାହାକୁ ତଦନ୍ତ ଭୁକ୍ତ କରିବ ଓ ଏହାକୁ କେତେ ସମୟ ଲାଗିବ ତାହା ଏବେ ସ୍ପଷ୍ଟ ହୋଇନାହିଁ । ଦେଶ ତମାମ ସବୁ ବିଶ୍ୱବିଦ୍ୟାଳୟ ଓ ବୋର୍ଡକୁ କେମିତି ଜାଇ ସର୍ଜମିନ ତଦନ୍ତ କରିବ ନା ଏହା କେବଳ ରାଜ୍ୟ ମଧ୍ୟରେ ସୀମିତ ହେବ ତାହା ସମୟ କହିବ । ସେହିପରି ଏଠୁ ସାର୍ଟିଫିକେଟ ନେଇ ହଜାର ହଜାର ଲୋକ ଚାକିରି କରୁଥିବାର ଜଣା ପଡ଼ିଛି । ତେବେ ଏମାନଙ୍କୁ ପୋଲିସ ଟ୍ରାକ କରିବା ଓ ସ୍କାମରେ ଜଡିତ ସମସ୍ତଙ୍କୁ ଧରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହେବ ।

ସେପଟେ ଏବେ ତାର ବିଭିନ୍ନ ନେତା ମନ୍ତ୍ରୀ ସହ ଥିବା ଫୋଟୋକୁ ନେଇ ବଲାଙ୍ଗୀର ସମେତ ରାଜ୍ୟରେ ରାଜନୀତି ଜୋର ଧରିଛି । ବିଶେଷ କରି କଂଗ୍ରେସ ଓ ବିଜେଡି ଦଳ ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ କରିଛନ୍ତି । ତେବେ ବଲାଙ୍ଗୀର ବୁଦ୍ଧିଜୀବୀ ପୂର୍ଣ ପଣ୍ଡା କହିଛନ୍ତି, " ମନୋଜ ମିଶ୍ର ଜାଲିଆତି କରି ଲକ୍ଷାଧିକ ଟଙ୍କା କମାଇଛି ଏବଂ ଏହାରି ମଧ୍ୟରେ ସେ ଜଣେ ଉଚ୍ଚ ଶିକ୍ଷିତ ଲୋକ ହିସାବରେ ସମସ୍ତଙ୍କ ସହିତ ସମ୍ପର୍କ କରିଥିଲା । ଶାସକ ଦଳର ନେତା, ବିଧାୟକ ପ୍ରଶାସନିକ ଅଧିକାରୀ ସମସ୍ତଙ୍କ ସହିତ ସମ୍ପର୍କ ସହିତ ତାର ଫଟୋ ରହିଛି ଏବଂ ଲୋକଙ୍କ ସରଳତା ବିଶ୍ୱାସର ଫାଇଦା ସେ ଉଠାଇ ଏହି ଗୋଲକ ଧନ୍ଦା କରିବାରେ ସଫଳ ହୋଇଥିବାର ସେ କହିଛନ୍ତି ।

ସେହିପରି ଏହା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀ ହିଁ କ୍ଷତି ସହିଛନ୍ତି ଯାହା ବୋଧେ ଆଉ ଭରଣ ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି ।
ସେପଟେ ବଳଙ୍ଗୀର ଏସପି ନିତିନ କୁସଲକର ପୂର୍ବରୁ କହିଥିଲେ ଯେ," ଏହି ସ୍କାମ ବିରାଟ ଅଟେ । ଏଥିରେ ଏଯାବତ ପାଞ୍ଚ ହଜାର ଜାଲ ସାର୍ଟିଫିକେଟ ଓ ଏମ୍ସିଏଲରେ ଚାକିରି ନାଁରେ ୮୧ ଲକ୍ଷ ଟଙ୍କାର ନେଣଦେଣ ହୋଇଛି ଏବଂ ଏହାର ତଦନ୍ତ ଚାଲିଛି । ତଦନ୍ତ ପରେ ପୁରା ତଥ୍ୟ ସାମ୍ନାକୁ ଆସିବ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.