ETV Bharat / state

ଅସୀମଙ୍କ ପରିବେଶ ସୁରକ୍ଷା ପ୍ରୟାସ, ପ୍ରକୃତି ମିତ୍ରରେ ହେଲେ ପୁରସ୍କୃତ

ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରି ପ୍ରକୃତି ମିତ୍ର ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ବଲାଙ୍ଗୀରର ଅସୀମ କୁମାର ଭୋଇ । ଅଧିକ ପଢନ୍ତୁ

author img

By

Published : Jun 7, 2023, 9:55 AM IST

man awarded for forest conservation
asim kumar bhoi awarded for forest conservation

ବଲାଙ୍ଗୀର: ପରିବେଶ ସୁରକ୍ଷା ଜୀବନ ରକ୍ଷା । ଏହାକୁ କିଛି ଲୋକ ସଂଗଠନ ବ୍ରତ କରିଛନ୍ତି । ପରିବେଶ ସୁରକ୍ଷା ପାଇଁ ଅନବରତ କାର୍ଯ୍ୟ କରି ଆସୁଛନ୍ତି । କିଛି ସଂଗଠନ ଜଙ୍ଗଲ ସୁରକ୍ଷା ସାଙ୍ଗକୁ ପରିବେଶ ପାଇଁ ଅନବରତ କାମ କରି ହୋଇଛନ୍ତି ପୁରସ୍କୃତ । ଗଛ ଲଗାଇବା, ଜଙ୍ଗଲ ସୃଷ୍ଟି କରିବା ଓ ଲୋକଙ୍କୁ ସଚେତନ କରିଥାନ୍ତି । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ବଲାଙ୍ଗୀରର ଅସୀମ କୁମାର ଭୋଇ । ପରିବେଶ ସୁରକ୍ଷା ଦିଗରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ ହୋଇଛନ୍ତି ।

ବିଶ୍ବ ପରିବେଶ ଦିବସରେ 14 ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ଦିଆଯାଇଥିଲା । ଏହିଭଳି ଏକ ସଂଗଠନ ବଲାଙ୍ଗୀର ଜିଲ୍ଲା କେରାଟେ ସଂଗଠନ । ଯାହାର ମୁଖ୍ୟ ବଲାଙ୍ଗୀର ବରପାଲି ପଡ଼ାର ଅସିମ କୁମାର ଭୋଇ । ଏହି ସଂଗଠନ ଦୀର୍ଘ ବର୍ଷରୁ ଶିଶୁ, ଛାତ୍ରଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦେଇ ଆସୁଛି । ଏହା ଛଡା ଏହି ସଂଗଠନ ଦୀର୍ଘ 9 ବର୍ଷ ହେବ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ସୃଷ୍ଟି ଓ ଲୋକଙ୍କୁ ସଚେତନ କରିବା କାର୍ଯ୍ୟକ୍ରମ କରି ଆସୁଛି । ତେବେ ଏହି ସଂଗଠନର ମୁଖ୍ୟ ଅସୀମ କୁମାର ଭୋଇ ଜଣେ ପ୍ରକୃତି ପ୍ରେମୀ । ଜଙ୍ଗଲ ଓ ପରିବେଶ ସୁରକ୍ଷା ପ୍ରତି ପ୍ରତିବଦ୍ଧିତ ସେବା ଯୋଗାଇ ଆସୁଛନ୍ତି । ତାଙ୍କର ସଂଗଠନ ମଧ୍ୟ ତାଙ୍କ ସହ ହାତରେ ହାତ ମିଶାଇ ବିଭିନ୍ନ କାମ କରି ଆସୁଛି ।

ଏହି ସଂଗଠନ ତାଙ୍କର ତତ୍ୱବାଧାନରେ ଗାଁ ଗାଁ ଯାଇ ଲୋକଙ୍କୁ ପରିବେଶ ଉପରେ ସଚେତନ କରିବା ସହ ଜଙ୍ଗଲ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରି ଆସୁଛି । ଗଛ ଲଗାଇବା ସହ ତାର ରକ୍ଷଣାବେକ୍ଷଣ ମଧ୍ୟ କରି ଆସୁଛନ୍ତି । ଗଛ ବିନା ଜୀବନ ସମ୍ଭବ ନୁହେଁ ତାର ବାର୍ତ୍ତା ଏମାନେ ଦେଇ ଆସୁଛନ୍ତି । ତେବେ ଏହି ସଂଗଠନର ମୁଖ୍ୟ ଅସୀମ କୁମାର ଭୋଇ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ କାଢି ଜଙ୍ଗଲ ସୁରକ୍ଷା ପାଇଁ ଉଦ୍ୟମ କର ଏବେ ଚର୍ଚ୍ଚାରେ ରହିଛନ୍ତି । ଯେଉଁଥିରେ ସେ ନିଜେ ଗଛ ଲଗାଇବା ସହ ତାର ରକ୍ଷଣାବେକ୍ଷଣ କରି ଆସୁଛନ୍ତି । ତେଣୁ ତାଙ୍କ ସଂଗଠନକୁ ପ୍ରକୃତି ମିତ୍ର ସମ୍ମାନରେ ପୁରସ୍କୃତ କରାଯାଇଛି । ତାଙ୍କୁ ପ୍ରକୃତି ମିତ୍ର ପୁରସ୍କାର ସହ ଆର୍ଥିକ 20 ହଜାର ଟଙ୍କା ପୁରସ୍କାର ଦିଆଯାଇଛି । ଯେଉଁଥିରେ ସେମାନେ ଖୁବ ଉତ୍ସାହିତ ଥିବା ବେଳେ ତାଙ୍କର ଏହି କାମ ଆଗକୁ ମଧ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି । ତେବେ 2022-23 ବର୍ଷରେ ବଲାଙ୍ଗୀର ଜିଲ୍ଲାର 14 ଜଣ ବ୍ୟକ୍ତିଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ଦିଆଯାଇଛି ।

କିଛି ସଂଗଠନ ଓ ବ୍ୟକ୍ତି ଜଙ୍ଗଲ ସୁରକ୍ଷା ସାଙ୍ଗକୁ ପରିବେଶ ପାଇଁ କାମ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଅନବରତ ଜଙ୍ଗଲ ସୃଷ୍ଟି ସହ ଲୋକଙ୍କୁ ସଚେତନ କରି ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । ସଂଗଠନ ମାନଙ୍କ ଆପ୍ରାଣ ଚେଷ୍ଟା ବଳରେ ବଲାଙ୍ଗୀରରେ ଦ୍ରୁତ ଜଙ୍ଗଲ ଅବକ୍ଷୟରେ ବ୍ରେକ ଲାଗିଛି । କେବଳ ଜଙ୍ଗଲ ଅବକ୍ଷୟ ରୋକିବାରେ ଏମାନେ ଯେତେ ସହାୟକ ହୋଇଛନ୍ତି ସେତେ ପରିମାଣରେ ଜଙ୍ଗଲ ସୃଷ୍ଟି ଓ ଲୋକଙ୍କୁ ସଚେତନ କରିବାରେ ମଧ୍ୟ ଏମାନଙ୍କ ଭୂମିକା ସେତେ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶ୍ୱ ପରିବେଶ ଦିବସରେ ଏହି ସଂଗଠନ ମାନଙ୍କୁ ରାଜ୍ୟ ସରକାର ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରିଛନ୍ତି ।

ଇଟିିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.