ETV Bharat / state

SI କାଜଲ ବାଗଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମ ପାଇଁ ପିଇଲେ ବିଷ !

author img

By ETV Bharat Odisha Team

Published : Aug 24, 2023, 2:17 PM IST

Updated : Aug 24, 2023, 8:32 PM IST

ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କଲେ ମହିଳା SI କାଜଲ ବାଗ । ଗୁରୁତର ଅବସ୍ଥାରେ ବର୍ତ୍ତମାନ କାଜଲଙ୍କ ଚିକିତ୍ସା ଜାରି ରହିଛି । ଅଧିକ ପଢନ୍ତୁ

ASI କାଜଲ ବାଗଙ୍କ ଆତ୍ମହତ୍ୟା ଉଦ୍ୟମ
ASI କାଜଲ ବାଗଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର: କାର୍ଯ୍ୟରତ ମହିଳା SIଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳା ପୋଲିସ ଜଣଙ୍କ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିବା ଜଣାପଡିଛି । ତେବେ ଏଭଳି ଆତ୍ମହତ୍ୟା ଉଦ୍ୟମ ପଛର କାରଣ ଅସ୍ପଷ୍ଟ ରହିଛି । ତେବେ ଜୀବନ ହାରିବାକୁ ଉଦ୍ୟମ କରିଥିବା ମହିଳା SI ଜଣକ କାଜଲ ବାଗ ବୋଲି ଜଣାପଡିଛି । ସେ ବର୍ତ୍ତମାନ ସଇଁତଳା ଥାନାରେ ନିଯୁକ୍ତ ଥିଲେ।

ସୂଚନା ଅନୁସାରେ, ବୁଧବାର ରାତିରେ କାଜଲ ନିଜ ଭଡା ଘରେ ଥିବା ବେଳେ ବିଷ ପିଇ ଥିବାର ଜାଣିବାକୁ ପାଇଥିଲେ ପଡ଼ୋଶୀ । ତେବେ ତାଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ ସଇଁତଳା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ହେଲେ SI କାଜଲ କାହିଁକି ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରୁଥିଲେ ତାହା ଜଣାପଡିନାହିଁ । ତେବେ ଆତ୍ମହତ୍ୟା ଉଦ୍ୟମ ପଛର କାରଣ ଏଯାଏଁ ସ୍ପଷ୍ଟ ହୋଇ ନଥିବାବେଳେ ପୋଲିସ ବିଭାଗ ପକ୍ଷରୁ ମଧ୍ୟ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ତେବେ SI କାଜଲ ବାଗ ନୂତନ ଭାବରେ ବଲାଙ୍ଗୀର ଜିଲ୍ଲାରେ ପୋଲିସ୍ ବିଭାଗରେ ନିଯୁକ୍ତି ପାଇଥିଲେ।

ଏହା ବି ପଢନ୍ତୁ...ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ଘଟଣା: ତୀବ୍ର ନିନ୍ଦା କଲା ବିଜେପି, ଡିଆଇଜି ବ୍ରିଜେଶ ରାୟଙ୍କ ବଦଳି

ପ୍ରଥମେ ସେ ବଲାଙ୍ଗୀର ଟାଉନ ଥାନାରେ ନିଯୁକ୍ତି ହୋଇ ସେଠାରେ କିଛି ଦିନ କାର୍ଯ୍ୟ କରିବା ପରେ ପୁଣି ଥରେ ତାଙ୍କର ବଦଳି ହୋଇଥିଲା । ଗତ କିଛି ମାସ ହେବ ସେ ବଲାଙ୍ଗୀର ସଇଁତଳା ଥାନାକୁ ବଦଳି ହୋଇ ସେଠାରେ କାର୍ଯ୍ୟରତ ଥିଲେ। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବଲାଙ୍ଗୀରର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ ଘଟଣାରେ ମଧ୍ୟ ତଦନ୍ତ ଜାରି ରଖିଥିଲା ପୋଲିସ୍ ଟିମର ଜଣେ ସଦସ୍ୟ ଥିଲେ କାଜଲ । ହେଲେ ସେ କୌଣସି କାରଣରୁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାପଡ଼ିଛି ।

ସେପଟେ ତାଙ୍କ ସହ ଆଉ ଜଣେ ପୋଲିସ୍ ଅଧିକାରୀଙ୍କ ପ୍ରେମ ସମ୍ପର୍କ ଥିବାବେଳେ ଦୁଇ ଜଣଙ୍କ ମଧ୍ୟରେ କୌଣସି କଥା କଟା କଟି ହୋଇଥିବା କୁହାଯାଉଛି ।ଯାହାକୁ ନେଇ ସେ ଏହି ପଦକ୍ଷେପ ନେଇଥିବାର ଚର୍ଚ୍ଚା ହେଉଛି । ସେପଟେ ଏଯାଏଁ ବଲାଙ୍ଗୀର ପୋଲିସ୍ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏପରିକି ସଂପୃକ୍ତ ମହିଳା ପୋଲିସ୍ ଅଧିକାରୀଙ୍କ ପରିବାର ପକ୍ଷରୁ ଏଯାଏଁ କୌଣସି ଅଭିଯୋଗ ହୋଇନଥିବାବେଳେ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Aug 24, 2023, 8:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.