ବଲାଙ୍ଗୀର: ଆବାସ ଯୋଜନାରେ ଘର ଦାବି ନେଇ ବ୍ଲକ ଘେରିଲେ ଲୋକେ । ବଲାଙ୍ଗୀର ଆବାସ ଯୋଜନାରେ ଘର ଯୋଗାଇ ଦେବା ଦାବିରେ ସୋମବାର ବଲାଙ୍ଗୀର ବ୍ଲକ ଘେରିଥିଲେ ଲୋକେ ।
ବଲାଙ୍ଗୀର ସଦେଇପାଲି ଓ ମିରଧା ପାଳି ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଦୀର୍ଘ ବର୍ଷ ହେବ ଆବେଦନ କରି ବିଫଳ ହୋଇଛନ୍ତି ଏବଂ ତାଙ୍କ ଦାବି ସରପଞ୍ଚ କିମ୍ବା ପ୍ରଶାସନ ନ ଶୁଣିବାରୁ ସୋମବାର ଏହି ଦୁଇ ପଞ୍ଚାୟତର ଶତାଧିକ ଲୋକେ ବଲାଙ୍ଗୀର ସଦର ବ୍ଲକ ଘେରାଉ କରିଥିଲେ ।
ତେବେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇଦେବା, ଅଯୋଗ୍ୟ ହୋଇଥିବା ଘରର ତଦନ୍ତ କରିବା ଓ ଭୂମିହୀନଙ୍କୁ ଜାଗା ମିଶନରେ ଜାଗା ଓ ଘର ଯୋଗାଇଦେବା ନେଇ ଏମାନେ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆଗକୁ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ