ETV Bharat / state

କୋରୋନା ହାରିଲା, କ୍ୟାନସର ରୋଗୀ ଜିତିଲେ

author img

By

Published : Jul 19, 2020, 6:56 PM IST

Updated : Jul 19, 2020, 7:43 PM IST

ବଲାଙ୍ଗୀରର ଲାଲଟିକ୍ରା ପଡ଼ାର କିଶୋର ସାହୁ ମାରାତ୍ମକ କ୍ୟାନସରରେ ପୀଡିତ ହୋଇ ମଧ୍ୟ ମହାମରା କୋରୋନାକୁ ମାତ୍ ଦେଇ ଜିତିଛନ୍ତି ।

A cancer patient
କୋରୋନା ଯୁଦ୍ଧରେ ଜିତିଲେ କ୍ୟାନସର ରୋଗୀ।

ବଲାଙ୍ଗୀର: କୋରୋନା ଯୁଦ୍ଧରେ ଜିତିଲେ କ୍ୟାନସର ରୋଗୀ। ବଲାଙ୍ଗୀରର ଜଣେ କ୍ୟାନସର ପୀଡ଼ିତ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । କୋରୋନାର ଭୟାବହତା ସାରା ବିଶ୍ବ ଦେଖୁଥିବା ବେଳେ ଏହା କ୍ୟାନସର ଭଳି ରୋଗୀଙ୍କ ପାଇଁ ଅଧିକ ମାରାତ୍ମକ ବୋଲି କୁହାଯାଉଛି । ଏଥିରେ ଅନେକ ରୋଗୀ କୋରୋନା ଭାଇରସ କବଳରେ ଆସି ମୃତ୍ୟୁବରଣ କରିଥିବାର ନଜିର ରହିଛି । ହେଲେ ବଲାଙ୍ଗୀରର ଜଣେ କ୍ୟାନସର ରୋଗୀ ଏହାକୁ ମାତ ଦେଇ କୋରୋନା କବଳରୁ ମୁକ୍ତ ହୋଇଛନ୍ତି ।

କୋରୋନା ଯୁଦ୍ଧରେ ଜିତିଲେ କ୍ୟାନସର ରୋଗୀ।

ବଲାଙ୍ଗୀରର ଲାଲଟିକ୍ରା ପଡ଼ାର କିଶୋର ସାହୁ ମାରାତ୍ମକ କ୍ୟାନସରରେ ପୀଡିତ ହୋଇ ଚିକିତ୍ସା ପାଇଁ କଟକ ହରିହର ହସ୍ପିଟାଲକୁ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଥିଲା । ଯାହାପରେ ତାଙ୍କର କୋଭିଡ ଟେଷ୍ଟ ହୋଇଥିଲା । ଯେଉଁଥିରେ ତାଙ୍କର କୋରୋନା ରିପୋର୍ଟ ପଜେଟିଭ ଆସିଥିଲା । ତେବେ ତାଙ୍କୁ ପ୍ରଥମେ ବଲାଙ୍ଗୀର କିମ୍ସ ଓ ପରେ ଭୁବନେଶ୍ବର କିମ୍ସ କୋଭିଡ୍ ଡାକ୍ତରଖାନକୁ ପଠାଯାଇଥିଲା । ଆଜି(ରବିବାର) ସେ କୋରୋନା କୁ ମାତ୍ ଦେଇ ସମ୍ପୂର୍ଣ୍ଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । ସେବା ପାଇଁ ଡାକ୍ତର ଓ ନର୍ସ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

ବଲାଙ୍ଗୀରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Jul 19, 2020, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.