ବଲାଙ୍ଗୀର: ଜିଲ୍ଲା ଟିଟିଲାଗଡ ଅଞ୍ଚଳରେ ସକ୍ରିୟ ଥିବା ଆଠ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ଟିଟିଲାଗଡ ପୋଲିସ୍ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ଲୁଟ ଓ ଚୋରି ସାମଗ୍ରୀ ଜବତ କରିଛି ପୋଲିସ ।
ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ପୋଲିସକୁ ମିଳିଲା ଏକ ବଡ଼ ସଫଳତା । ସହରରେ ଆଖି ପିଛୁଳାକେ ମୋବାଇଲ ଲୁଟ କରି ଫେରାର ମାରୁଥିବା ଏକ ଗ୍ୟାଙ୍ଗକୁ ଠାବ କରିବା ସହ ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡିତ ଥିବା ୮ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ପୋଲିସ 16 ଟି ମୋବାଇଲ, ୪ ଟି ବାଇକ, ଏକ ପିକ୍ ଅପ୍ ଭ୍ୟାନ୍ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ 4 ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ।
ଅନ୍ୟ ୪ ଜଣ ନାବାଳକ ଥିବାରୁ ସେମାନଙ୍କୁ ଜୁଭେନାଲ କୋର୍ଟକୁ ପଠାଯାଇଛି । ଗିରଫ ସମସ୍ତେ ଅଭିଯୁକ୍ତ ଟିଟିଲାଗଡ଼ ସହରର । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥି ସୂଚନା ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ