ETV Bharat / state

ସନ୍ଦେହ ଘେରରେ ଡାକ୍ତରୀ ଛାତ୍ରୀ ନିରୁପମାଙ୍କ ମୃତ୍ୟୁ ? ଗଡୁଛି ସମୟ ହଟୁନି ସସପେନ୍ସ - ନିରୁପମାଙ୍କ ମୃତ୍ୟୁ ଘଟଣା

ଭୀମ ଭୋଇ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ରୀ ନିରୁପମା ନନ୍ଦଙ୍କ ମୃତ୍ୟୁ ଘଟଣା । ଘଟଣାକୁ ଏକ ସପ୍ତାହ ବିତି ଥିଲେ ସୁଦ୍ଧା ଏବେବି ରହସ୍ୟ ଘେରରେ ନିରୁପମାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ମୃତ୍ୟୁର ୭ ଦିନ ପରେବି ସନ୍ଧେହ ଘେରରେ ଡାକ୍ତରୀ ଛାତ୍ରୀ ନିରୁପମାଙ୍କ ମୃତ୍ୟୁ ଘଟଣା

author img

By

Published : Oct 15, 2021, 8:45 AM IST

ବଲାଙ୍ଗୀର: ଜିଲ୍ଲା ଭୀମ ଭୋଇ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ରୀ ନିରୁପମା ନନ୍ଦଙ୍କ ମୃତ୍ୟୁ ଘଟଣା । ଘଟଣାକୁ ଏକ ସପ୍ତାହ ବିତି ଥିଲେ ସୁଦ୍ଧା ଏବେବି ରହସ୍ୟ ଘେରରେ ନିରୁପମାଙ୍କ ମୃତ୍ୟୁ । ତେବେ କିପରି ହେଲା ଛାତ୍ରୀଙ୍କ ମୃତ୍ୟୁ ସେନେଇ ଏପର୍ଯ୍ୟନ୍ତବି ପୋଲିସ କୌଣସି ସୁରାକ ପାଇନଥିବା ବେଳେ ତଦନ୍ତକୁ ନେଇ ମୃତ ଝିଅର ପରିବାର ଲୋକେ ସନ୍ତୁଷ୍ଟ ନଥିବା କହିଛନ୍ତି ।

ମୃତ୍ୟୁର ୭ ଦିନ ପରେବି ସନ୍ଧେହ ଘେରରେ ଡାକ୍ତରୀ ଛାତ୍ରୀ ନିରୁପମାଙ୍କ ମୃତ୍ୟୁ ଘଟଣା

ସେପଟେ ମୃତ ଛାତ୍ରୀଙ୍କ ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ତାଙ୍କର ମୃତ୍ୟୁ ଘଟଣା ଦିନ ରାତି 12ଟା ସମୟରେ ହୋଇଥିବା କୁହାଯାଇଛି। ସେହିପରି ତାଙ୍କର ବେକର ହାଡ଼ ଭାଙ୍ଗି ଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଅନ୍ୟପଟେ ପୋଲିସ ଏହି ଘଟଣାର ସରଜମିନ ତଦନ୍ତ ସହ ଅଭିଯୋଗ ହୋଇଥିବା ପ୍ରତ୍ୟେକ ଦିଗକୁ ମଧ୍ୟ ତଦନ୍ତ କରୁଥିବାର କହିଛି ଏବଂ ସମ୍ପୂର୍ଣ୍ଣ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହି ତଦନ୍ତ ଆହୁରି ତ୍ୱରାନ୍ୱିତ ହେବା ବୋଲି ପୋଲିସ କହିଛି।

ସୂଚନାଅନୁଯାୟୀ ଭୀମ ଭୋଇ ମେଡିକାଲ କଲେଜରେ ନିରୁପମା ଡାକ୍ତରୀ ଛାତ୍ରୀ ଭାବେ ତୃତୀୟ ବର୍ଷରେ ପାଠ ପଢୁଥିଲେ । ଗତ ୭ ତାରିଖ ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ହଷ୍ଟେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ତେବେ ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ କଲେଜ ୱାଡେନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.