ETV Bharat / state

ବଲାଙ୍ଗୀରରେ ଲକଡାଉନକୁ ଉଲଙ୍ଘନ କରି 7 ଗିରଫ - କୋରୋନା

କୋରୋନା ସଂକ୍ରମଣକୁ ରୋକିବାକୁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିବା ବେଳେ କିଛି ଲୋକ ଏହାକୁ ଅମାନ୍ୟ କରୁଥିବା ନେଇ ବଲାଙ୍ଗୀରର ସାତ ଜଣଙ୍କୁ ଗିରଫ କରିଛି ପୋଲିସ୍ । ତେବେ ଲୋକମାନେ ନବମୀ ପାଇଁ ଏକ ବଡ଼ ସମାରୋହର ଆୟୋଜନ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

7 arrested for violating Lockdown in Balangir
ବଲାଙ୍ଗୀରରେ ଲକଡାଉନକୁ ଉଲଙ୍ଘନ କରି 7 ଗିରଫ
author img

By

Published : Apr 3, 2020, 12:42 AM IST

ବଲାଙ୍ଗୀର: କୋରୋନା ସଂକ୍ରମଣକୁ ରୋକିବାକୁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିବା ବେଳେ କିଛି ଲୋକ ଏହାକୁ ଅମାନ୍ୟ କରୁଥିବା ନେଇ ସାତ ଜଣଙ୍କୁ ଗିରଫ କରିଛି ପୋଲିସ ।

ବଲାଙ୍ଗୀରରେ ଲକଡାଉନକୁ ଉଲଙ୍ଘନ କରି 7 ଗିରଫ

ବଲାଙ୍ଗୀରର ସଦେଇପାଲି ଗ୍ରାମରେ ରାମ ନବମୀ ପାଇଁ ଲୋକେ କୀର୍ତ୍ତନ କରିବା ପାଇଁ ଏକ ବଡ଼ ସମାରୋହର ଆୟୋଜନ କରିଥିଲେ । ଯାହାର ଖବର ପାଇ ବଲାଙ୍ଗୀର ପୋଲିସ ଓ ଜିଲ୍ଲା ପ୍ରଶାସନ ସଂପୃକ୍ତ ଗାଁରେ ଚଢାଉ କରିଥିଲା ଏବଂ ସେଠି ତିଆରି ହୋଇଥିବା କୀର୍ତ୍ତନ ମଣ୍ଡପକୁ ଜେସିବି ଦ୍ଵାରା ଭାଙ୍ଗିବା ସହ ନିୟମ ଉଲଘଂନ କରିଥିବା ମୁଖ୍ୟ ସାତ ଜଣଙ୍କୁ ଗିରଫ କରିଥିଲା । ତେବେ ଲକଡାଉନକୁ କଡାକଡ଼ି ପାଳନ କରିବା ପାଇଁ ପୋଲିସ ପଦକ୍ଷେପ ନେଇଥିବା ବେଳେ ଲୋକଙ୍କୁ ମଧ୍ୟ ସଚେତନ ହୋଇ ଏଥିରେ ସହଯୋଗ କରିବାକୁ ନିବେଦନ କରିଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.