ETV Bharat / state

ବଲାଙ୍ଗୀରରୁ 4 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jul 19, 2020, 6:06 PM IST

Updated : Jul 19, 2020, 7:43 PM IST

ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ମାମଲା । ଏହା ମଧ୍ୟରେ ବଲାଙ୍ଗୀରରେ 4 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona
ବଲାଙ୍ଗୀରରୁ 4 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗୀର:ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ମାମଲା । ଏହା ମଧ୍ୟରେ ବଲାଙ୍ଗୀରରେ 4 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବଲାଙ୍ଗୀର ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା 286ରେ ପହଞ୍ଚିଛି।

ଚିହ୍ନଟ 4 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କୋରୋନା ଯୋଦ୍ଧା ଥିବା ଜଣାପଡିଛି । ସେହିପରି ବଲାଙ୍ଗୀରର କଣ୍ଟେନମେଣ୍ଟ ଜୋନ ତାଳପାଳିପଡାରୁ ରବିବାର ଜଣେ ମହିଳା କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡା ବଲାଙ୍ଗୀର ମୁରିବାହାଲ ବ୍ଲକ ଦେହସିଲ ଗ୍ରାମରୁ ଜଣେ ଆନ୍ଧ୍ରପ୍ରଦେଶ ଫେରନ୍ତା ଓ ଦେଓଗାଁ ବ୍ଲକ ଉପରଝରରୁ ଜଣେ ମହିଳା ପଞ୍ଜାବ ଫେରନ୍ତା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀରରୁ 4 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ବର୍ତ୍ତମାନ ସମସ୍ତ ଆକ୍ରାନ୍ତଙ୍କୁ ବଲାଙ୍ଗୀର କିମ୍ସ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିଲ୍ଲାରେ ଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 246 ଜଣ ସୁସ୍ଥ ହୋଇଥିବା ବେଳେ ଏବେ 40 ଜଣ ରୋଗୀ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Last Updated : Jul 19, 2020, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.