ETV Bharat / state

ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା; 4 ଗିରଫ

author img

By

Published : Sep 19, 2019, 9:24 PM IST

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧା ଦମ୍ପତିଙ୍କ ହତ୍ୟା ଘଟଣାରେ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଉକ୍ତ ମାମଲାରେ ଗାଁର ଅନ୍ୟ ଲୋକଙ୍କ ମଧ୍ୟ ସମ୍ପୃକ୍ତି ରହିଛି । ପାଟଣାଗଡ଼ ଅନ୍ତର୍ଗତ ଲରମ୍ଭା ଚିଟିକାମାଲ୍‌ ଗାଁର ବୃଦ୍ଧା ଦମ୍ପତ୍ତିଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିଲେ ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧା ଦମ୍ପତିଙ୍କ ହତ୍ୟା ଘଟଣାରେ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସେହି ଗାଁର ନାରାୟଣ ବରିହା, ସ୍ବରୂପ ଘିବାଲା, ଗୌରାଙ୍ଗ ପୋଡ ଓ କୃଷ୍ଣ ବରିହା । ଉକ୍ତ ମାମଲାରେ ଗାଁର ଅନ୍ୟ ଲୋକଙ୍କ ମଧ୍ୟ ସମ୍ପୃକ୍ତି ରହିଛି । ସେମାନଙ୍କ ଗିରଫ କରିବାକୁ ପୋଲିସ ତଦନ୍ତ ଜାରି ରଖିଥିବା ବଲାଙ୍ଗୀର ଏସପି ସନ୍ଦୀପ ସମ୍ପଦ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସୂଚନାନୁଯାୟୀ, ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ଲରମ୍ଭା ଚିଟିକାମାଲ୍‌ ଗାଁର ନାରାୟଣ ବରିହାଙ୍କ ଦେଢବର୍ଷ ପୁଅର ଜ୍ବରରେ ମୃତ୍ୟୁ ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କ ମୃତଦେହକୁ ଜମିରେ ପୋତି ଦେଇଥିଲେ । କିଛିଦିନ ପରେ ସେଠାରେ କେହି ପୂଜାର୍ଚ୍ଚନା କରୁଥିବାର ଗ୍ରାମବାସୀ ସନ୍ଦେହ କରିଥିଲେ । ତେବେ ଏସବୁ କାର୍ଯ୍ୟ ସେହି ଗାଁର ରହୁଥିବା ବୃଦ୍ଧା ଦମ୍ପତ୍ତି ଚିନ୍ତାମଣି ବରିହା ଓ ତାଙ୍କ ସ୍ତ୍ରୀ ରୁକ୍ମଣୀ ବରିହା କରୁଥିବାର ସନ୍ଦେହ କରିଥିଲେ ଗ୍ରାମବାସୀ । ପରେ ଡାହାଣୀ ସନ୍ଦେହରେ ଉଭୟଙ୍କୁ ଗାଁ ନିକଟ ସ୍କୁଲ ପାଖରେ ହତ୍ୟା କରି ଗ୍ରାମବାସୀ ନିକଟସ୍ଥ ଜଙ୍ଗଲରେ ପିଙ୍ଗି ଦେଇଥିଲେ ।

ଏସମ୍ପର୍କରେ ଅଭିଯୋଗ ହେବା ପରେ ପାଟଣାଗଡ ପୋଲିସ ଓ ସାଇଣ୍ଟିଫିକ୍ ଟିମ ଜଙ୍ଗଲରେ ଖୋଜାଖୋଜି କରିଥିଲା । ଶେଷରେ ଉଭୟଙ୍କ ମୃତଦେହକୁ ଏକ ପଥର ଖୋଲରୁ ଉଦ୍ଧାର ହୋଇଥିଲା । ଉକ୍ତ ଘଟଣାରେ ପୋଲିସ 4 ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଘଟଣାର ସତ୍ୟତା ସାମନାକୁ ଆସିଥିଲା । ପୋଲିସ ଆଗରେ ସେମାନେ ନିଜର ଦୋଷ ସ୍ବୀକାର କରିଥିଲେ । ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରିବା କଥାକୁ ପ୍ରଘଟ କରିଥିଲେ । ପୋଲିସ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ କରିଥିବା ଲାଠି, ଭାର ଓ ରକ୍ତ ଭିଜା କପଡା ଜବତ କରିଛି । ଉକ୍ତ ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ।

ଗିରଫ 4 ଜଣଙ୍କ ନାଁରେ କରମ୍ଭା ଥାନାରେ କେଶ ନମ୍ବର 79 ରୁଜୁ ହେବା ସହ ଧାରା 302, 301 ଆଇପିସି ସେକ୍ସନ 4 ଓ ଗୁଣି ଗାରେଡି, ହତ୍ୟା ଭଳି ସଙ୍ଗୀନ ମାମଲାରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଙ୍ଗୀର ଡାହାଣୀ ସନ୍ଦେହରେ ଘଟି ଯାଇଥିବା ଲୋମ ହର୍ଷଣ୍ ଡବଲ୍ ମର୍ଡର ଘଟଣାରେ ପୋଲିସ ଦ୍ବାରା ଚାରି ଜଣ ଗିରଫBody:ବଲାଙ୍ଗୀର ଡାହାଣୀ ସନ୍ଦେହରେ ଘଟି ଯାଇଥିବା ଲୋମ ହର୍ଷଣ୍ ଡବଲ୍ ମର୍ଡର ଘଟଣାରେ ପୋଲିସ ଦ୍ବାରା ଚାରି ଜଣ ଗିରଫ ହୋଇଛନ୍ତି। ଗତ ସେପ୍ଟେମ୍ବର 16ତାରିଖ ରେ ପାଟଣାଗଡ଼ ଅନ୍ତର୍ଗତ ଚିକି ଟା ମାଲ୍ ଗ୍ରାମରେ ଏହି ହତ୍ୟା କାଣ୍ଡ ଘଟି ଥିଲା । ଯେଉଁଥିରେ ଏହି ଗାଁର ଗୋଟେ ଶିଶୁର ମୃତ୍ୟୁ ପରେ ଗାଁରେ ରହିଥିବା ବୃଦ୍ଧା ଦମ୍ପତ୍ତି ଚିନ୍ତାମଣି ବରିହା ଓ ତାଙ୍କ ସ୍ତ୍ରୀ ରୁକ୍ମଣୀ ବରିହା ଙ୍କୁ ଅତି ବର୍ବର୍ ଭାବରେ ହତ୍ୟା କର ଯାଇ ନିକଟସ୍ଥ ଜଙ୍ଗଲ ରେ ଫିଙ୍ଗି ଦିଅ ଯାଇଥିଲା । ତେବେ ପୋଲିସ ଏହି ଘଟଣାରେ ଏହି ଗାଁର ଚାରି ଜନ୍ ମୁଖ୍ୟ ଅଭିଯୁକ୍ତ ନାରାୟଣ ବରିହା, ସ୍ୱରୂପ ଘିବାଲା,ଗୌରାଙ୍ଗ ପୋଡ ଓ କୃଷ୍ଣ ବରିହା ଙ୍କୁ ଗିରଫ କରିଛି । ସେହିପରି ଏମାନେ ଗାଁର ଅନ୍ୟ ମାନଙ୍କ ସହ ମିଶି ଏହି ବୃଦ୍ଧା ଦମ୍ପତ୍ତି ଗୁନି ଗାରିଡି କରିଥିବା ହେତୁ ତାଙ୍କୁ ହତ୍ୟା କରିଥିବାର ପୋଲିସ ଆଗରେ ସ୍ବୀକାର କରିଛନ୍ତି । ସେପଟେ ପୋଲିସ ଏମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଲାଠି, ଭାର ଓ ରକ୍ତ ଭିଜା କପଡା ଜବତ କରିଛି। ଏବଂ ଏଦିଗରେ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏଥିରେ ସଂପୃକ୍ତ ଥିବା ଅନ୍ୟ ମନକୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି କହିଛି । ତେବେ ଗିରଫ ଚାରିଜଣଙ୍କ ନାରେ କରମ୍ଭା ଥାନା ରେ କେଶ୍ ନମ୍ୱର୍ 79 ରୁଜୁ ହବ ସହ ଧାରା 302,301 ଆଇ ପିଶି ସେକ୍ସନ 4 ଓ ଗୁଣି ଗାରୀଡି ହତ୍ୟା ଭଳି ସଂଗି ନ ମାମଲା ରେ ଏମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି ।
ବାଇ ଟ ସନ୍ଦୀପ ମଣ୍ଡକର୍ ଏ ସପି ବଲାଙ୍ଗୀର Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.