ETV Bharat / state

ଶିକ୍ଷୟିତ୍ରୀ ନିଖୋଜ ଘଟଣା: ଅଭିଯୁକ୍ତ ଚମ୍ପଟ, ୩ ପୋଲିସ କର୍ମଚାରୀ ସସପେଣ୍ଡ

ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଟିଟିଲାଗଡ ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ଗୋବିନ୍ଦ ସାହୁ ଚମ୍ପଟ ମାରିଥିଲା । କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗୀର ଏସପି । ଅଧିକ ପଢନ୍ତୁ...

ଶିକ୍ଷୟିତ୍ରୀ ନିଖୋଜ ଘଟଣାର ଅଭିଯୁକ୍ତ ଚମ୍ପଟ, ୩ ପୋଲିସ କର୍ମଚାରୀ ନିଲମ୍ବିତ

author img

By

Published : Oct 18, 2021, 11:05 AM IST

Updated : Oct 18, 2021, 12:38 PM IST

ବଲାଙ୍ଗୀର: ଜିଲ୍ଲାର ୩ ପୋଲିସ କର୍ମଚାରୀ ନିଲମ୍ବିତ । କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅଞ୍ଚଳର ମହାଲିଙ୍ଗ ସନ ସାଇନ ପବ୍ଳିକ ସ୍କୁଲ୍‌ର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ହୋଇଯିବା ଘଟଣାରେ ଟିଟିଲାଗଡ ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ଗୋବିନ୍ଦ ସାହୁ ଚମ୍ପଟ ମାରିଥିଲା । କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗୀର ଏସପି ।

ଶିକ୍ଷୟିତ୍ରୀ ନିଖୋଜ ଘଟଣା: ଅଭିଯୁକ୍ତ ଚମ୍ପଟ, ୩ ପୋଲିସ କର୍ମଚାରୀ ସସପେଣ୍ଡ

ସୂଚନାଅନୁସାରେ ଗତ ୮ ତାରିଖରେ ଗୋବିନ୍ଦ ସାହୁ ସ୍କୁଲର କିଛି କାଗଜପତ୍ର କାମ ଅଛି କହି ମମିତାଙ୍କୁ ଡକାଇ ଥିଲେ । ହେଲେ ସେ ସ୍କୁଲ ଆସିବା ବାଟରେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଝର୍ଣି ଗ୍ରାମର ଯୁବତୀ ମାମିତା ବେହେରା କଳାହାଣ୍ଡି ସ୍ଥିତ ସାଇନ୍ସ ପବ୍ଲିକ ସ୍କୁଲରେ ଅଧ୍ୟକ୍ଷା ଥିଲେ । ଏହି ମାମଲାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୋଲିସ ସନ୍ ସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇ ଆଣିଥିବାବେଳେ ସେ ପୋଲିସ ହେପାଜତରୁ ଚମ୍ପଟ ମାରିଥିଲା ।

ତେବେ ପୋଲିସ ହେପାଜତରେ ଥାଇ ସେ କିପରି ଖସିଗଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ଘଟଣାରେ କାମରେ ଅବହେଳା ପାଇଁ ଦୁଇଜଣ କନଷ୍ଟେବଳ ଓ ଜଣେ ଏଏସଆଇଙ୍କ ସମେତ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ତେବେ ବଲାଙ୍ଗୀର ପୋଲିସ୍ ଏହି ଘଟଣା ଉପରେ କୌଣସି ପ୍ରକାର ପ୍ରତିକିୟା ରଖିନାହିଁ । ଅନ୍ୟପଟେ ଶିକ୍ଷୟତ୍ରୀ ନିଖୋଜ ହେବାର ୧୦ ଦିନ ବିତି ଯାଇଥିଲେ ବି ଏ ପର୍ଯ୍ୟନ୍ତ ପତ୍ତା ପାଉନାହିଁ ପୋଲିସ । ମମିତାଙ୍କ ନିଖୋଜ ପଛରେ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କ ସଂପୃକ୍ତି ଥିବା ନେଇ ତାଙ୍କୁ ଅଟକ ରଖିଥିଲା ପୋଲିସ ।

ବଲାଙ୍ଗୀରୁରୁ ସେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 18, 2021, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.