ETV Bharat / state

ବଲାଙ୍ଗୀରରେ ଆଉ 2 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 56କୁ ବୃଦ୍ଧି

ବଲାଙ୍ଗୀର ଜିଲ୍ଲାରେ ଗୁରୁବାର 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 56ରେ ପହଞ୍ଚିଛି । ଚିହ୍ନଟ 2 ଆକ୍ରାନ୍ତ ଟିଟିଲାଗଡ଼ ବ୍ଲକ ବୁରାବନ୍ଦ ଗ୍ରାମର ହୋଇଥିବା ବେଳେ ଉଭୟ ମୁମ୍ବାଇ ଫେରନ୍ତା ବୋଲି ଜଣାପଡିଛି ।

2 new corona positive identified in balangir
ବଲାଙ୍ଗୀରରେ ଆଉ 2 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 56କୁ ବୃଦ୍ଧି
author img

By

Published : May 28, 2020, 3:53 PM IST

ବଲାଙ୍ଗୀର: ଜିଲ୍ଲାରେ ଗୁରୁବାର 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 56ରେ ପହଞ୍ଚିଛି । ଚିହ୍ନଟ 2 ଆକ୍ରାନ୍ତ ଟିଟିଲାଗଡ଼ ବ୍ଲକ ବୁରାବନ୍ଦ ଗ୍ରାମର ହୋଇଥିବା ବେଳେ ଏମାନେ ଗତ 10 ତାରିଖରେ ମୁମ୍ବାଇରୁ ବଲାଙ୍ଗୀର ଫେରିଥିବା ଜଣାପଡିଛି ।

ଉଭୟ ବଲାଙ୍ଗୀର ଫେରିବା ପରେ ଏଠାକାର ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ଗୁରୁବାର ଉଭୟ କୋରୋନା ପଜିଟିଭ ଥିବା ଜଣାପଡିଛି । ଏହା ପରେ 2 ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ କିମ୍ସ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ବଲାଙ୍ଗୀର ଜିଲ୍ଲାରେ ଏଯାବତ 56 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 4 ଜଣ ସୁସ୍ଥ ହୋଇଛନ୍ତି । ମୋଟ 52ଟି ମାମଲା ଏବେ ବି ସକ୍ରିୟ ଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.