ETV Bharat / state

କୋଶଳ ରାଜ୍ୟ ଦାବିରେ 12 ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ; ଯାନବାହନ ଚଳାଚଳ ଠପ୍

author img

By ETV Bharat Odisha Team

Published : Nov 18, 2023, 10:08 AM IST

Updated : Nov 18, 2023, 10:58 AM IST

ସ୍ବତନ୍ତ୍ର ରାଜ୍ୟ ଗଠନ ଦାବିରେ କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 12 ଘଣ୍ଟିଆ ବନ୍ଦ ଡାକରା । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ଅଧିକ ପଢନ୍ତୁ

12 ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ
12 ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ

12 ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗୀର/କଳାହାଣ୍ଡି: ତେଜୁଛି ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି । ସ୍ବତନ୍ତ୍ର ରାଜ୍ୟ ଦାବିରେ ଆଜି (ଶନିବାର) କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୋଶଳ ମହାବନ୍ଦ ଡାକରା ଦିଆଯାଇଛି । ସକାଳୁ 6ଟାରୁ ସନ୍ଧ୍ୟା 6ଟା ଯାଏଁ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି କମିଟି । ଫଳରେ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ସକାଳୁ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିବା ସହ ଗାଡି ଚଳାଚଳ ପୁରା ଠପ୍ ରହିଥିବା ଦେଖିବାକୁ ମିଳିଛି । ତେବେ ସମ୍ବଲପୁରରେ ଏହି ବନ୍ଦର ଆଶିଂକ ପ୍ରଭାବ ପରିଲକ୍ଷିତ ହୋଇଛି । ସହରରେ କିଛି ଦୋକାନ ବଜାର ବନ୍ଦ ଥିବାବେଳେ ଆଉ କିଛି ଖୋଲା ରହିଛି । ସମ୍ବଲପୁର ବ୍ୟତୀତ ପଶ୍ଚିମ ଓଡିଶାର ଅନ୍ୟ ଜିଲ୍ଲାଗୁଡିକରେ ବନ୍ଦର ସମ୍ପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଛି ।

ଆଜି ସକାଳୁ ବିଭିନ୍ନ ସ୍ଥାନରେ ଶତାଧିକ କୋଶଳ କର୍ମୀ ପିକେଟିଂ କରିବା ସହ ରାଜରାସ୍ତାରେ ଧାରଣା ଦେଇଛନ୍ତି । ଜରୁରୀକାଳୀନ ଯାନବାହନକୁ ବାଦ୍ ଦେଇ ଅନ୍ୟ ସମସ୍ତ ଗାଡିକୁ ଅଟକ ରଖି ଆନ୍ଦୋଳନ କରୁଛନ୍ତି । ସେହିପରି ସକାଳୁ ଖୋଲିଥିବା ଦୋକାନ ବଜାରକୁ ମଧ୍ୟ ବନ୍ଦ କରାଯାଇଛି । ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ କରି କୋଶଳ ମହାବନ୍ଦକୁ ସମର୍ଥନ କରିବାକୁ କୋଶଳ କମିଟି ପକ୍ଷରୁ ଆହ୍ବାନ ଦିଆଯାଇଛି । କୋଶଳ ମିଳିତ କ୍ରିୟାନୁଷ୍ଠାନ କମିଟି ଡାକରାରେ ଆଜି କୋଶଳ ମହାବନ୍ଦରେ ବଲାଙ୍ଗୀର ବେଶୀ ପ୍ରଭାବିତ ହୋଇଛି । ସକାଳୁ ଶତାଧିକ କୋଶଳ କର୍ମୀମାନେ ରାଜାରାସ୍ତାରେ ଧାରଣା ଦେବା ସହ ଆନ୍ଦୋଳନ କରୁଛନ୍ତି ।

ଏହି ବନ୍ଦ ଡାକରା ଯୋଗୁଁ ଏଠି ସାଧାରଣ ଜୀବନଯାତ୍ରା ବେଶ୍ ପ୍ରଭାବିତ ହୋଇଛି । ଅନ୍ୟପଟେ ଅପ୍ରୀତିକର ସ୍ଥିତି ଏଡାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ, ପାଟଣାଗଡ଼, ଲୋଇସିଂହା, କଣ୍ଟାବାଞ୍ଜି ସମେତ ସବୁଠି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ନେଇ କୋଶଳ ସଂଗଠନମାନେ ବାରମ୍ବାର ଆନ୍ଦୋଳନ କରିଆସୁଛନ୍ତି ।

ଏହାମଧ୍ୟ ପଢନ୍ତୁ: ତେଜୁଛି କୋଶଳ ରାଜ୍ୟ ଗଠନ ଦାବି, ଶନିବାର ୧୦ଟି ଜିଲ୍ଲାରେ ମହାବନ୍ଦ

ଅନ୍ୟପଟେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହି ମହାବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭବାନୀପାଟଣା ସମେତ ଜିଲ୍ଲାର ୧୩ ଗୋଟି ବ୍ଲକରେ ମହାବନ୍ଦ ପାଳନ କରାଯାଉଥିବା ବେଳେ ଭବାନୀପାଟଣା ସହରର କଲେଜ୍ ଛକ, ନକଟିଗୁଡ଼ା ଛକମାନଙ୍କରେ କୋଶଳ ମୁକ୍ତି ମୋର୍ଚ୍ଚାର କର୍ମୀ ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଛି । କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।

ପଶ୍ଚିମାଞ୍ଚଳକୁ ବିଭିନ୍ନ କ୍ଷେତ୍ରରେ ଅବହେଳା ଓ ଅଣଦେଖା କରାଯାଉଥିବା ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । କୋଶଳ ରାଜ୍ୟକୁ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ କରିବା ପାଇଁ ଦାବି କରାଯାଉଛି ।

Last Updated : Nov 18, 2023, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.