ETV Bharat / state

ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଙ୍ଘନ, 11 ଦୋକାନ ସିଲ - bolangiri 11 shops seal

ବଲାଙ୍ଗୀରରେ କୋଭିଡ ନିୟମ ଖିଲାପ ଅଭିଯୋଗରେ ସିଲ ହେଲା 11ଟି ଦୋକାନ । ଅଧିକ ପଢନ୍ତୁ...

ମହଙ୍ଗା ପଡିଲା କୋଭିଡ ନିୟମ ଖିଲାପ, ସିଲ ହେଲା 11ଟି ଦୋକାନ

author img

By

Published : Apr 23, 2021, 8:37 PM IST

ବଲାଙ୍ଗୀର: ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଙ୍ଘନ । ବଲାଙ୍ଗୀରରେ ଶୁକ୍ରବାର କୋଭିଡ ନିୟମ ଖିଲାପ ଅଭିଯୋଗରେ 11ଟି ଦୋକାନକୁ 7 ଦିନ ପାଇଁ ସିଲ କରିଛି ଜିଲ୍ଲା ପ୍ରଶାସନ । ସେହିଭଳି ନିୟମ ନ ପାଳନ କରିବା ନେଇ ସମସ୍ତ ଦୋକାନୀ 10 ହଜାର ଟଙ୍କା ଲେଖାଏଁ ଫାଇନ ଭରିଛନ୍ତି ।

ମହଙ୍ଗା ପଡିଲା କୋଭିଡ ନିୟମ ଉଲ୍ଲଙ୍ଘନ, ସିଲ ହେଲା 11ଟି ଦୋକାନ

ବଲାଙ୍ଗୀର ଜିଲ୍ଲାରେ କୋରୋନା ଦ୍ରୁତଗତିରେ ବଢ଼ି ଚାଲିଥିବା ବେଳେ କିଛି ଅମାନିଆ ଏବେ ବି କୋଭିଡ ନିୟମ ମାନୁ ନଥିବାର ଦେଖିବାକୁ ମିଳିଛି । ତେବେ ସହର ମଧ୍ୟରେ ଏହିଭଳି କିଛି ଅମାନିଆ ଦୋକାନୀ ଖୋଲାଖାଲି ଭାବରେ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବାର ପ୍ରଶାସନ ଜାଣିବାକୁ ପାଇଥିଲା ଏବଂ ଶୁକ୍ରବାର ବଲାଙ୍ଗୀର ଟାଉନ ପୋଲିସ ଓ ତହସିଲଦାର ଦୋକାନଗୁଡ଼ିକରେ ଚଢାଉ କରିଥିଲେ । ତେବେ 11ଟି ଦୋକାନରେ ପ୍ରବଳ ଭିଡ ଜମୁଥିବାବେଳେ କେହି ସାମାଜିକ ଦୂରତା କିମ୍ବା ମାସ୍କର ବ୍ୟବହାର କରି ନଥିଲେ । ଫଳରେ ସେହି ଦୋକାନଗୁଡିକୁ ସିଲ କରାଯାଇ 10 ହଜାର ଲେଖାଏଁ ଟଙ୍କା ଫାଇନ ହୋଇଛି । ତେବେ ସେପଟେ ଆଗକୁ ମଧ୍ୟ ଏହିଭଳି ଆମାନିଆଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । ଏଥିସହ ଲୋକଙ୍କୁ ଅଯଥାରେ ଭିଡ଼ ନ କରିବାକୁ ଏବଂ କୋଭିଡ ନିୟମ ମାନିବାକୁ ନିବେଦନ କରିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.