ETV Bharat / state

ପ୍ରେମିକ ଘର ଆଗରେ ବିବାହିତା ପ୍ରେମିକାର ଧାରଣା

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମରେ ପ୍ରେମିକ ଘର ଆଗରେ ବିବାହିତା ମହିଳା ଓ ତାଙ୍କ ପୁଅକୁ ଧରି ୨ ଦିନ ହେବ ପ୍ରେମିକ ଘର ସମ୍ମୁଖରେ ଧାରଣାରେ ବସିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

author img

By

Published : Jan 30, 2021, 12:35 PM IST

ପ୍ରେମିକ ଘର ଆଗରେ ବିବାହିତା ପ୍ରେମିକାର ଧାରଣା
ପ୍ରେମିକ ଘର ଆଗରେ ବିବାହିତା ପ୍ରେମିକାର ଧାରଣା

ଅନୁଗୋଳ: ପ୍ରେମିକା ଘର ଆଗରେ ପ୍ରେମିକର ଧାରଣା । ନିଜ ଛୋଟ ଛୁଆକୁ ଧରି ଧାରଣାରେ ବସିଛି ପ୍ରେମିକା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳରେ ।

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମରେ ପ୍ରେମିକ ଘର ଆଗରେ ବିବାହିତା ମହିଳା ଓ ତାଙ୍କ ପୁଅକୁ ଧରି ୨ ଦିନ ହେବ ପ୍ରେମିକ ଘର ସମ୍ମୁଖରେ ଧାରଣାରେ ବସିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାନୁଯାୟୀ, ଗୋହିରାପଶି ଗ୍ରାମର ଆକୁଳ ଖିଲାରଙ୍କ ପୁଅ ସ୍ବାଧୀନ ଖିଲାର ହଣ୍ତପା ଥାନା ନାକିଚି ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କ ସହ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିବା ଧାରଣାରେ ବସିଥିବା ଜନୈକ ମହିଳା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପ୍ରେମିକ ଜଣଙ୍କ ବିବାହିତା ମହିଳାଙ୍କ ସ୍ବାମୀଙ୍କ ଘରକୁ ଯାଇ ବାରମ୍ବାର ମାଡ ଖାଇ ଥିବା ମଧ୍ୟ ମହିଳା ପ୍ରେମିକା ପ୍ରକାଶ କରିଛନ୍ତି।

କିନ୍ତୁ ମାସେ ହେବ ଯୁବକ ଜଣକ ଜୈନିକା ମହିଳା ଓ ତାଙ୍କ ପୁଅକୁ ନେଇ ନୟାଗଡ଼ରେ କିଛି ଦିନ ରହିଥିଲେ । ଆଜକୁ ୨ ଦିନ ହେବ ଘରକୁ ଫେରିବା କହି ଆସିଥିବା ବେଳେ ଜରପଡା ଠାରେ କମଳା କିଣିକାକୁ ଯାଇ ପ୍ରେମିକ ଫେରାର ହୋଇଯାଇଥିଲେ । ଫଳରେ ମହିଳା ଜଣଙ୍କ ତାଙ୍କ ପୁଅକୁ ଧରି ପ୍ରେମିକ ଘର ଆଗରେ ସ୍ତ୍ରୀ ମାନ୍ୟତା ପାଇଁ ୨ ଦିନ ହେବ ଧାରଣା ବସିଥିବା ମହିଳା ଜଣଙ୍କ କହିଛନ୍ତି । ମହିଳା ଜଣଙ୍କ ୩ ମାସର ଗର୍ଭବତୀ ଥିବା ମଧ୍ୟ ନିଜେ ପ୍ରକାଶ କରିଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଛେଣ୍ଡିପଦା ପୋଲିସ କହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.