ETV Bharat / state

କଲବଲ କରୁଛି ଜଳକଷ୍ଟ ! ପାଣି ପମ୍ପ ହାଉସରେ ତାଲା ପକାଇଲେ ମହିଳା

author img

By

Published : Apr 20, 2022, 3:56 PM IST

ପାଣି ସଂକଟ ପାଇଁ ପମ୍ପ ହାଉସରେ ତାଲା ପକାଇଲେ ମହିଳା । ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳରେ । ଅଧିକ ପଢନ୍ତୁ

ପାଣି ପାଇଁ ପମ୍ପ ହାଉସରେ ତାଲା ପକାଇଲେ ମହିଳା
ପାଣି ପାଇଁ ପମ୍ପ ହାଉସରେ ତାଲା ପକାଇଲେ ମହିଳା

ଅନୁଗୋଳ: ଜିଲ୍ଲାର ଅନୁଗୋଳ ବ୍ଲକର ଖିଣ୍ଡା ପଞ୍ଚାୟତ ଅନ୍ତର୍ଗତ ୩ଟି ୱାର୍ଡରେ ପିଇବା ପାଣି ପାଇଁ ମହିଳା ମାନେ ପମ୍ପ ହାଉସରେ ତାଲା ପକାଇଲେ। ଖିଣ୍ଡା ଗାଁରେ ଦୀର୍ଘ ଦୁଇ ବର୍ଷ ହେଲା ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କିନ୍ତୁ ୩, ୪ ଓ ୫ ନମ୍ବର ୱାର୍ଡକୁ ଆଦୌ ପାଣି ଆସୁନାହିଁ । ଏହି ୩ଟି ୱାର୍ଡରେ ପ୍ରାୟ ୬ ଶହରୁ ଅଧିକ ଲୋକ ବସବାସ କରନ୍ତି। ସେମାନଙ୍କ ପାଇଁ ଗୋଟିଏ ମାତ୍ର ନଳକୁଅ ଥିବାରୁ ଖରାଦିନେ ଆବଶ୍ୟକ ପାଣି ପାଇପାରୁ ନାହାନ୍ତି ।

ପାଣି ପାଇଁ ପମ୍ପ ହାଉସରେ ତାଲା ପକାଇଲେ ମହିଳା

ବର୍ତ୍ତମାନ ପ୍ରବଳ ଖରା ସାଙ୍ଗକୁ ପାନୀୟ ଜଳର ଅଭାବ ଦେଖାଦେଇଛି । ଏଭଳି ପରିସ୍ଥିତିରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ, ଆଜି (ବୁଧବାର) ଶତାଧିକ ମହିଳା ଆସି ପମ୍ପ ହାଉସରେ ତାଲା ପକାଇ ଦେଇଛନ୍ତି । ଫଳରେ ଅନ୍ୟମାନେ ମଧ୍ୟ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.