ଅନୁଗୋଳ: ଆଜି ଠାରୁ ଦେଶରେ ୧୫ରୁ ୧୮ ବର୍ଷର କିଶୋର ଓ କିଶୋରୀଙ୍କ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜିଲ୍ଲାର ୨୪ଟି କେନ୍ଦ୍ରରେ ୩ ହଜାର ୪ଶହ ପିଲାଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ଅନୁଗୋଳ ସହରାଞ୍ଚଳରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟୀକାକରଣ କରାଯାଉଛି । ସମସ୍ତ କିଶୋର ଓ କିଶୋରୀଙ୍କୁ କୋଭାକ୍ସିନ ଟିକା ଦିଆଯାଉଛି । ଯେଉଁମାନେ କିଶୋର ପୋର୍ଟାଲରେ ନାମ ପଞ୍ଜୀକରଣ କରି ନାହାନ୍ତି ସେମାନଙ୍କ ପାଇଁ ପଞ୍ଜୀକରଣର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଧାର କାର୍ଡ କିମ୍ବା ସ୍କୁଲ ପରିଚୟ ପତ୍ର ଦେଖାଇ ନିର୍ଦ୍ଧାରିତ ଟୀକା କେନ୍ଦ୍ରରେ ସେମାନେ ପଞ୍ଜୀକୃତ ହେଉଛନ୍ତି । ସେପଟେ ପିଲାଙ୍କ ଟୀକାକରଣ ଆରମ୍ଭ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ଏହାଦ୍ବାରା ସେମାନେ କରୋନା ମହାମାରୀଠାରୁ ସୁରକ୍ଷିତ ରହିବେ ବୋଲି ଆଶା ପ୍ରକଟ କରିଛନ୍ତି ।
ଅନୁଗୋଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪ଲକ୍ଷ ୨୧ହଜାର ୯୪୭ଟି ଟିକା ଦିଆଯାଇଛି । ସେଥିରୁ ୮ଲକ୍ଷ ୩୬ହଜାର ୧୫୬ଟି ପ୍ରଥମ ଏବଂ ୫ଲକ୍ଷ ୮୫ହଜାର ୭୯୧ଟି ଦ୍ବିତୀୟ ଡୋଜ୍ ଟିକା ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ