ETV Bharat / state

ଓଡ଼ିଶା ଗସ୍ତରେ ଗୌତମ ଗମ୍ଭୀର ଓ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ - ଗୌତମ ଗମ୍ଭୀର

ଅନୁଗୋଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର

author img

By

Published : Dec 25, 2022, 6:42 PM IST

Updated : Dec 25, 2022, 8:12 PM IST

ଓଡ଼ିଶା ଗସ୍ତରେ ଗୌତମ ଗମ୍ଭୀର ଓ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଓଡ଼ିଶା ଗସ୍ତରେ ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ତାଙ୍କ ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶା ଆସିଛନ୍ତି । ଉଭୟ ଓଡିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି । ଅନୁଗୋଳରେ ଆଜି ଦୁହେଁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଅନୁଗୋଳରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି ।

ଅନୁଗୋଳର ଆମେ ଗୌରବ ଅନୁଷ୍ଠାନ ପକ୍ଷରୁ ଏହି ଶିବିର ଆୟୋଜନ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗୌତମ ଗମ୍ଭୀର ଅନୁଗୋଳ ସରଳିଆ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେଠାରେ ସେମାନେ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଶିବିରକୁ ଉଦଘାଟନ କରିଥିଲେ । ପରେ ରକ୍ତ ଦାତାମାନଙ୍କୁ ଭେଟି ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏଭଳି ମହତ ଦିନରେ ରକ୍ତ ଦାନ ଶିବିର ଆୟୋଜନ କରି ଲୋକଙ୍କ ମନରେ ସେବା ମନୋଭାବ ବଢ଼ାଇ ଥିବାରୁ ଅନୁଷ୍ଠାନ କର୍ମକର୍ତ୍ତାକୁ ସାଧୁବାଦ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।

ଏହାପରେ ଉଭୟ ସେଠାରୁ ଅନୁଗୋଳ ଶିଶୁ ମନ୍ଦିର ଗସ୍ତ କରିଥିଲେ । ଶିଶୁ ମନ୍ଦିରରେ ଆୟୋଜିତ ହେଉଥିବା ABVPର ରାଜ୍ୟ ସମ୍ମିଳନୀରେ ଯୋଗ ଦେଇଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ABVPର କର୍ମକର୍ତ୍ତା ଧମେନ୍ଦ୍ର ପ୍ରଧାନ ଓ ଗୌତମ ଗମ୍ଭୀରଙ୍କ ସହିତ ଫଟୋ ଉଠାଇଥିଲେ ।

ଇଟିଭି ଭାରତ, ଅନୁଗୋଳ

Last Updated : Dec 25, 2022, 8:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.