ETV Bharat / state

ବିପତ୍ତି ବେଳର ସାଥୀ, ଯୁବ ଗୋଷ୍ଠୀଙ୍କ ଉଦ୍ୟମକୁ ଚାରିଆଡୁ ପ୍ରଶଂସା

author img

By

Published : Jun 15, 2021, 9:16 PM IST

ଅନ୍ୟର ମୁହଁରେ ହସ ଦେଖିବା ସେମାନଙ୍କ ଉଦେଶ୍ୟ । ସେଥିପାଇଁ କୋରୋନା କାଳରେ ରୋଗୀ ଓ ସମ୍ପର୍କୀୟଙ୍କୁ ସେମାନେ ଖାଦ୍ୟ ଯୋଗାଇଛନ୍ତି । ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଏହି ମହତ କାର୍ଯ୍ୟ ଜାରି ରଖିଛନ୍ତି 'ଉଦ୍ୟମ ଫାଉଣ୍ଡେସନ'...

'ଉଦ୍ୟମ ଫାଉଣ୍ଡେସନ'ର ମହତ କାର୍ଯ୍ୟ, ଅସହାୟଙ୍କ ଯୋଗାଉଛି ଖାଦ୍ୟ

ଅନୁଗୋଳ: ଅନ୍ୟର ମୁହଁରେ ହସ ଦେଖିବା ହେଉଛି ସେମାନଙ୍କ ଉଦ୍ଦେଶ୍ୟ । ଫାଉଣ୍ଡେସନର ନାମ ଅନୁସାରେ ସେମାନେ ମଧ୍ୟ ଅସହାୟଙ୍କୁ ଯଥା ସମ୍ଭବ ସେବା ଯୋଗାଇବା ପାଇଁ ଚଳାଇଛନ୍ତି ଉଦ୍ୟମ । କୋରୋନା ମହାମାରୀ ଲକଡାଉନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସେମାନେ ଅସହାୟ ରୋଗୀ ଓ ସମ୍ପର୍କୀୟଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି । ଜିଲ୍ଲାରେ କାର୍ଯ୍ୟ କରୁଥିବା ଉଦ୍ୟମ ଫାଉଣ୍ଡେସନର ଯୁବଗୋଷ୍ଠୀ ଏପରି ମହତ କାର୍ଯ୍ୟ ଜାରି ରଖିଛନ୍ତି ।

ସେମାନେ ପାଉଁରୁଟି, କଦଳୀ, ସିଝା ଅଣ୍ଡା ଓ କ୍ଷୀରକୁ ପ୍ୟାକିଂ କରି ଅସହାୟଙ୍କୁ ପ୍ରଦାନ କରୁଛନ୍ତି । ପ୍ରତ୍ୟେକ ଦିନ ସକାଳ 10ଟାରୁ ଏମାନେ ଖାଦ୍ୟ ବାଣ୍ଟୁଛନ୍ତି । ଯଦି କେହି ତାଙ୍କ ପାଖରୁ ଆସି ଖାଦ୍ୟ ନେଇ ପାରୁନାହାନ୍ତି ତେବେ ସେମାନେ ରୋଗୀଙ୍କ ପାଖକୁ ଯାଇ ଖାଦ୍ୟ ବଣ୍ଟନ କରୁଛନ୍ତି । ରାଜ୍ୟରେ ଲକଡାଉନ ଜାରି ରହିଥିବାରୁ ରୋଗୀଙ୍କ ସମ୍ପର୍କୀୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଦୋକାନ ବଜାର ବନ୍ଦ ଥିବାରୁ ବାହାରେ ଖାଦ୍ୟ ମଧ୍ୟ ମିଳୁନଥିଲା । ଏହି ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ଉଦ୍ୟମ ଫାଉଣ୍ଡେସନର ଯୁବକମାନେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ରଜ ସମୟରେ ଫାଉଣ୍ଡେସନ ପକ୍ଷରୁ ରୋଗୀଙ୍କ ମୁହଁରେ ହସ ଦେଖିବା ପାଇଁ ସେମାନଙ୍କୁ ନୂଆ ଲୁଗା ମଧ୍ୟ ବଣ୍ଟାଯାଇଛି । ଯୁବକମାନେ ପ୍ରତ୍ୟକ ରୋଗୀଙ୍କ ବେଡ଼ ପାଖକୁ ଯାଇ ମହିଳାଙ୍କୁ ଶାଢ଼ୀ ଓ ପୁରୁଷଙ୍କୁ ଲୁଙ୍ଗି ଓ ଗାମୁଛା ପଦାନ କରିଛନ୍ତି । ଏଭଳି ଅସମୟରେ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେମାନେ ଏହି ଉଦ୍ୟମ କରିଛନ୍ତି । ସେମାନେ ଖୁସି ହେଲେ ଶୀଘ୍ର ଆରୋଗ୍ୟ ହୋଇଯିବେ ବୋଲି ଫାଉଣ୍ଡେସନର ସଦସ୍ୟ କହିଛନ୍ତି । ଯୁବକମାନଙ୍କୁ ଏହି ସେବା କାର୍ଯ୍ୟ ଯୋଗାଇବା ପାଇଁ ଅନେକ ସହୃଦୟ ବ୍ୟକ୍ତି ଆଗେଇ ଆସିଛନ୍ତି । ଯାହାଙ୍କ ଦାନରେ ଚାଲିଛି ରୋଗୀ ସେବା ।

ଫାଉଣ୍ଡେସନର ଏହି କାର୍ଯ୍ୟ ଅନେକଙ୍କ ମୁହଁରେ ହସ ଫୁଟାଇ ପାରିଛି । ଏହାସହିତ ଯୁବଗୋଷ୍ଠୀଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି । ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବା ପାଇଁ ଅନେକ ସହୃଦୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.