ଅନୁଗୋଳ: ଅନୁଗୋଳ ଟାଇକୋଣ୍ଡୋ ଆସୋସିଏସନ ତରଫରୁ ଦୀର୍ଘ ୨ ବର୍ଷ ପରେ ସ୍ଥାନୀୟ ଷ୍ଟାଡିଅମ ପଡିଆ ଠାରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରାୟ ୪୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ହଳଦିଆ, ନାଳିଆ ଏବଂ ସବୁଜ ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ସବୁକିଛି ବନ୍ଦ ହୋଇଯାଇଥିଲା। ଚଳିତ ବର୍ଷ କଟକଣା କୋହଳ ହେବା ପରେ ପ୍ରତିଯୋଗୀଙ୍କ ମନରେ ଉତ୍ସାହ ଦେଖାଦେଇଥିଲା।
ଆସୋସିଏସନର ପ୍ରତିଷ୍ଠାତା ଦୁଶ୍ୟନ୍ତ କୁମାର ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଶକ୍ତି ପ୍ରସାଦ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଭିଭାବକ ଯୋଗ ଦେଇଥିଲେ । କୋରୋନା କଟକଣାକୁ ମାନି ସମସ୍ତ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ