ETV Bharat / state

ରାକ୍ଷୀ ପୂର୍ଣ୍ଣିମାରେ କିନ୍ନରଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ - କିନ୍ନରଙ୍କ ରାକ୍ଷୀ ପୂର୍ଣ୍ଣିମା

ସମାଜର ମୁଖ୍ୟ ସ୍ରୋତରେ କିନ୍ନର କିଭଳି ସାମିଲ ହେବେ, ସେନେଇ ଉଦ୍ୟମ କରାଯାଇଛି । ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ହେଲେ କିନ୍ନରଙ୍କ ସାଥିରେ ସମସ୍ତେ ଛିଡା ହେବେ । ରାକ୍ଷୀ ପୂର୍ଣ୍ଣିମା ଅବସରରେ କିନ୍ନରଙ୍କ ପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ। ଅଧିକ ପଢନ୍ତୁ...

ରାକ୍ଷୀ ପୂର୍ଣ୍ଣିମାରେ କିନ୍ନରଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ

author img

By

Published : Aug 22, 2021, 9:26 PM IST

ଅନୁଗୋଳ: ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବକୁ ଅନୁଗୋଳର ବିୟଣ୍ଡ ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ଏକ ଭିନ୍ନ ଢଙ୍ଗରେ ପାଳନ କରାଯାଇଥିଲା। ସନ୍ଧ୍ୟାରେ ଅନୁଗୋଳ କଳାକେନ୍ଦ୍ର ଠାରେ ଏହି ଉତ୍ସବ ଆୟୋଜିତ ହୋଇଛି । ଏହି ଉତ୍ସବରେ ପ୍ରାୟ ୫ ଶହରୁ ଅଧିକ କିନ୍ନର ଯୋଗ ଦେଇଥିଲେ। ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଢେଙ୍କାନାଳ ସାଂସଦ ମହେଶ ସାହୁ, ରାଜ୍ୟ କିନ୍ନର ମହାସଂଘର ମୀରା ମା’ ଅତିଥି ଭାବେ ଯୋଗ ଦେଇଥିଲେ।

ରାକ୍ଷୀ ପୂର୍ଣ୍ଣିମାରେ କିନ୍ନରଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ

ଆଜି ସମାଜରେ କିନ୍ନରଙ୍କ ସ୍ଥାନ ବଦଳି ଯାଇଛି । ସେମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ମିଳୁଛି । ରାଜ୍ୟ ସରକାର ମଧ୍ୟ କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବହୁ ପଦକ୍ଷେପ ନେଇଛନ୍ତି। ସେଥିପାଇଁ କିନ୍ନରମାନେ ଆଜି ସମାଜ ସେବା କ୍ଷେତ୍ରରେ ହେଉ ଅବା ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ଅର୍ଜନ କରୁଛନ୍ତି ବୋଲି ଅତିଥିମାନେ ମତ ଦେଇଥିଲେ। ଅନୁଷ୍ଠାନ ତରଫରୁ କିନ୍ନରଙ୍କ ସହ ରକ୍ଷା ବନ୍ଧନ ପାଳନ କରାଯାଇଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.