ETV Bharat / state

ଡ୍ରାଇଭର ଲୁଟିଲା ଲକ୍ଷାଧିକ ଟଙ୍କା, ଗିରଫ କଲା ପୋଲିସ - anugul news

ଟଙ୍କା ଲୁଟିଲା ଡ୍ରାଇଭର୍ । ନିଜ ଗାଡି ଡ୍ରାଇଭର୍ ହିଁ 4 ଲକ୍ଷ ଟଙ୍କା ଲୁଟିନେଲା । ଅଧିକ ପଢନ୍ତୁ...

ଡ୍ରାଇଭର୍ ଲୁଟିଲା ଲକ୍ଷାଧିକ ଟଙ୍କା, ଗିରଫ କଲା ପୋଲିସ

author img

By

Published : Jan 2, 2021, 2:28 PM IST

କଟକ: ଟଙ୍କା ଲୁଟିଲା ଡ୍ରାଇଭର୍ । ନିଜ ଗାଡି ଡ୍ରାଇଭର୍ ହିଁ 4 ଲକ୍ଷ ଟଙ୍କା ଲୁଟିନେଲା । ଚୌଦ୍ବାର ଶଙ୍କରପୁର ଅଞ୍ଚଳର ରମେଶ ରାଉତ ଏନେଇ ଏକ ଲିଖିତ ଅଭିଯୋଗ ଚୌଦ୍ବାର ଥାନାରେ ଦେଇଥିଲେ । ରମେଶଙ୍କ ଟାଟା ଏସି ଗାଡିରୁ ଟଙ୍କା ଲୁଟ୍ ହୋଇଥିବା ସେ ପୋଲିସରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତନାଘନା କରି ରମେଶଙ୍କ ଡ୍ରାଇଭରକୁ ଗିରଫ କରିଛି ।

ଡ୍ରାଇଭର୍ ଲୁଟିଲା ଲକ୍ଷାଧିକ ଟଙ୍କା, ଗିରଫ କଲା ପୋଲିସ

ସୂଚନାନୁସାରେ, ରେମଶଙ୍କ ଗାଡି ଓଡି 05 ଏୟୁ 2975 ଯୋଗେ ଡ୍ରାଇଭର୍ ବିନୋଦ ବେହେରା ଜଗତପୁରରୁ ପେପର୍ କପ୍ ବୋଝେଇ କରି ଦେବଗଡ-କୁଚିଣ୍ଡା ଅଭିମୁଖେ ଯାଇଥିଲେ । ଡ୍ରାଇଭର୍ ମାଲ୍ ଅନ୍ ଲୋଡ୍ କରି ସେଠାରୁ 4 ଲକ୍ଷ ଟଙ୍କା ଆଣିଥିଲା । ଫେରିବା ସମୟରେ ନୂଆ ପାଟଣା ନିକଟରେ ନଦୀ ବନ୍ଧ ତଳକୁ ଡ୍ରାଇଭର ଗାଡିକୁ ଖସାଇ ଦେଇ ମାଲିକକୁ କହିଥିଲା ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି ଓ ସେଠାରେ ଥିବା ନଗଦ ୪ ଲକ୍ଷ ଟଙ୍କା ଚୋରି ହୋଇଯାଇଛି।

ଏହାପରେ ଚୌଦ୍ଵାର ପୋଲିସ ତଦନ୍ତ ଚଲାଇ ଡ୍ରାଇଭର ବିନୋଦକୁ ପଚରାଉଚରା ପରେ ସେ ସବୁ କଥା ମାନି ଯାଇଥିଲା । ଶେଷରେ ବିନୋଦ ଘରୁ ପୋଲିସ ୪ ଲକ୍ଷ ଟଙ୍କା ଜବତ କରିଥିଲା ।

କଟକରୁ ପ୍ରଭୂକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.