ETV Bharat / state

ତାଳଚେରରେ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା, ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲା ପ୍ରଶାସନ - ଅନୁଗୋଳ ହିଙ୍ଗୁଳା ମନ୍ଦିର

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉତ୍ସବ । ଯେଉଁଯାତ୍ରା ଉତ୍ସବକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ । ଅଧିକ ପଢ଼ନ୍ତୁ

ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା
ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା
author img

By

Published : Mar 22, 2023, 4:41 PM IST

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉତ୍ସବ

ଅନୁଗୋଳ: ଆରମ୍ଭ ହେବାକୁ ଯାଉଛି ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଉତ୍ସବ । ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ତାଳଚେର ମା’ ହିଙ୍ଗୁଳା ଅଗ୍ନି ରୂପରେ ଉଭା ହୁଅନ୍ତି । ଚତୁର୍ଦ୍ଦଶୀ ତିଥିରୁ ଆରମ୍ଭ ହୋଇଥାଏ ମାଙ୍କ ବାର୍ଷିକ ଯାତ୍ରା । ଚଳିତ ବର୍ଷ ଆସନ୍ତା ଏପ୍ରିଲ ମାସ ୪ ତାରିଖରୁ ଏହି ଯାତ୍ରା ଆରମ୍ଭ ହୋଇ ଦୀର୍ଘ ୯ ଦିନ ଧରି ଚାଲିବ । ମା’ଙ୍କ ଏହି ଯାତ୍ରା ବେଶ ଧୁମଧାମରେ ପାଳନ କରାଯାଏ ।

ପ୍ରତି ବର୍ଷ ମନ୍ଦିରଠାରୁ କିଛି ଦୂରରେ ଅଗ୍ନି ରୂପରେ ମା’ ଆବିର୍ଭାବ ହୋଇ ଥାଆନ୍ତି । ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛ । ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କମିଟି ପକ୍ଷରୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବାଠାରୁ ଭକ୍ତମାନଙ୍କ ପ୍ରସାଦ ସେବନ, ଦର୍ଶନ ଓ ସମସ୍ତ ସୁବିଧା ପାଇଁ ଭିନ୍ନଭିନ୍ନ କମିଟି ଗଠନ କରାଯାଇଛି ।

କରୋନା କଟକଣା ପରେ ମା’ଙ୍କ ପୂଜାରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହେବାର ଅନୁମାନ କରାଯାଉଛି । ଯାତ୍ରା ସମୟରେ ପ୍ରବଳ ଖରା ହେଉଥିବାରୁ ଭକ୍ତଙ୍କ ଉପରେ କିଭଳି କୌଣସି ପ୍ରଭାବ ପଢିବ ନାହିଁ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ । ପର୍ଯ୍ୟାପ୍ତ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯିବ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏହାଛଡା ଚଳିତ ବର୍ଷ ମା'ଙ୍କ ନିକଟରେ ପ୍ରଥମ ଥର ପାଇଁ ବଡ଼ବଡ଼ ପିତ୍ତଳ ଦୀପ ରଖାଯିବ । ଭକ୍ତମାନେ ଭଲ ଘିଅ ଆଣି ସେହି ଦୀପରେ ଢାଳିବାକୁ ପରାମର୍ଶ ଦିଆ ଯାଇଛି ।

ଅପରିଷ୍କାର ହେଉଥିବାରୁ ମାଟି ଦୀପକୁ ସମ୍ପୂର୍ଣ୍ଣ କଟକଣା କରା ଯାଇଛି । ୯ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟ ତଥା ରାଜ୍ୟ ବାହାରୁ ନାମୀ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ଯୋଜନା ରହିଛି । ଚଳିତ ବର୍ଷ ଖୁବ ଧୁମଧାମରେ ପାଳିତ ହେବ ମାଆଙ୍କର ବାର୍ଷିକ ଯାତ୍ରା । ଆସନ୍ତା ଗୁରୁବାର ମାଆଙ୍କର ଯନ୍ତାଳ ପୂଜା ଅନୁଷ୍ଠିତ ହେବ । ଏହାପରେ ନୀତି ନିୟମ ଅନୁସାରେ ଯଥାବିଧି ପ୍ରତ୍ୟକ ଦିନ ସ୍ୱତନ୍ତ୍ର ପୂଜା ପାଠ କରାଯିବ ବୋଲି ମା’ଙ୍କ ପ୍ରଧାନ ପୂଜକ କହିଛନ୍ତି ।

ଇଟିଭା ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.