ଅନୁଗୋଳ: ଜିଲ୍ଲାରେ ରାଜ୍ୟସ୍ତରୀୟ ୭୦ ତମ ସିନିୟର କବାଡି ଚମ୍ପିଆନସିପ ଆରମ୍ଭ ହୋଇଛି । ରାଜ୍ୟ କବାଡି ସଂଘ ଓ ଅନୁଗୋଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଚମ୍ପିଆନସିପ ଅନୁଷ୍ଠିତ ହୋଇଛି । ଏଥିରେ 900ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଛନ୍ତି ।
ରାଜ୍ୟର ବିଭିନ୍ନ ଜିଲ୍ଲାର 32ଟି ପୁରୁଷ ଓ 24ଟି ମହିଳା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଉଭୟ ଲିଗ୍ ଓ ନକ୍ଆଉଟ ପର୍ଯ୍ୟାୟରେ ମ୍ୟାଚ୍ ଖେଳାଯିବ । ଏଠାରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଚୟନ କରାଯାଇ ମହାରାଷ୍ଟ୍ରର ଦିବାଙ୍ଗିରେ ହେବାକୁ ଥିବା ଜାତୀୟସ୍ଥର ପ୍ରତିଯୋଗିତା ପାଇଁ ପଠା ଯିବା । ଆରମ୍ଭ ହୋଇଥିବା ଏହି ଚମ୍ପିଆନସିପ୍କୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହାରା ଉଦଘାଟନ କରିଥିଲେ । ପ୍ରଥମ ମ୍ୟାଚ୍ ପୁରୁଷ ବର୍ଗରେ ଅନୁଗୋଳ ଓ କୋରାପୁଟ ମଧ୍ୟରେ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍ଟି ଖୋର୍ଦ୍ଧା ଓ ଭଦ୍ରକ ମଧ୍ୟରେ ହୋଇଥିଲା । ସେହିଭଳି ମହିଳା ବର୍ଗରେ ଅନୁଗୋଳ ସହିତ କୋରାପୁଟର ମୁକାବିଲା ହୋଇଥିଲା । ତିନିଦିନ ଚାଲିବ ଏହି ପ୍ରତିଯୋଗିତା ।
ଏହା ବି ପଢନ୍ତୁ...ସଡ଼କ ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା, ଖୋଲିବ ଆଉ 55 ଟ୍ରମା କେୟାର ସେଣ୍ଟର
ଏହାଦ୍ବାରା ୬ଟି ଅତିରିକ୍ତ ଦଳ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏଥି ମଧ୍ୟରେ ରେଳବାଇ ଦଳ, ଓଡିଶା ପୋଲିସ ଦଳ, ଆରଏସପି ରାଉରକେଲା,ଏନଆରଆରଆଇ, କିଟ୍ ଭୁବନେଶ୍ବର, ହାଇଟେକ୍ ଭୁବନେଶ୍ବର ଆଦି ଦଳ ଭାଗ ନେବେ । ଅନୁଗୋଳ ସହର ମଧ୍ୟରେ ଥିବା ବିଜୁ ମୈଦାନରେ ମ୍ୟାଚ୍ ଖେଳାଯିବ । ଆସନ୍ତାକାଲି(ଶନିବାର) ଅର୍ଥାତ ୨୪ତାରିଖ ଯାଏଁ ଚାଲିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଚମ୍ପିଆନସିପ୍ରୁ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି ।
ଇଟିଭି ଭାରତ, ଅନୁଗୋଳ