ETV Bharat / state

ସରିଲା କବାଡି ଚମ୍ପିଆନସିପ, ଇଷ୍ଟକୋଷ୍ଟ ରେଲୱେ- କଟକ ଟିମ୍‌ ଚମ୍ପିଆନ - ସିନିଅର କବାଡି ଚମ୍ପିଆନସିପ

ଅନୁଗୋଳରେ ଅନୁଷ୍ଠିତ ସିନିୟର କବାଡି ପ୍ରତିଯୋଗିତାରେ ଚମ୍ପିଅନସିପ ଶେଷ ହୋଇଛି । ଇଷ୍ଟ କୋଷ୍ଟ ରେଲୱେ ଓ କଟକ ଟିମ ବାଜି ମାରି ନେଇଛନ୍ତି । ଅଧିକ ପଢନ୍ତୁ

ସରିଲା କବାଡି ଚମ୍ପିଅନସିପ
state level senior kabaddi championship
author img

By

Published : Dec 25, 2022, 3:39 PM IST

kabaddi championship

ଅନୁଗୋଳ: ଜିଲ୍ଲାରେ ରାଜ୍ୟସ୍ତରୀୟ ସିନିଅର କବାଡି ଚମ୍ପିଆନସିପ ଶେଷ ହୋଇଛି । ଏଥିରେ ଇଷ୍ଟକୋଷ୍ଟ ରେଲୱେ ଓ କଟକ ଟିମ୍‌ ବାଜି ମାରି ନେଇଛନ୍ତି । ମହିଳା ବର୍ଗରେ ଇଷ୍ଟ କୋଷ୍ଟ ଚମ୍ପିଆନ ହୋଇଥିବା ବେଳେ ପୁରୁଷ ବର୍ଗରେ କଟକ କବାଡ଼ି ଟିମ୍‌ ଚମ୍ପିଆନ ହୋଇଛନ୍ତି ।

ରାଜ୍ୟସ୍ତରୀୟ ୭୦ତମ ସିନିଅର କବାଡି ଚମ୍ପିୟାନସିପ 3 ଦିନ ଧରି ଚାଲିଥିଲା । ରାଜ୍ୟ କବାଡି ଆସୋସିଏସନ ଓ ଅନୁଗୋଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଚମ୍ପିଆନସିପ୍‌ର ଆୟୋଜନ ହୋଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାର 32ଟି ପୁରୁଷ ଓ 24ଟି ମହିଳା ଦଳ ଏହି ଚମ୍ପିଆନସିପ୍‌ରେ ଭାଗ ନେଇଥିଲେ । ତିନିଦିନ ଧରି ଉଭୟ ଲିଗ୍‌ ଓ ନକ୍‌ଆଉଟ ପର୍ଯ୍ୟାୟରେ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଚୟନ କରାଯାଇ ମହାରାଷ୍ଟ୍ରର ଦିବାଙ୍ଗିରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ପାଇଁ ପଠାଯିବ । ଏଥିରେ 900ରୁ ଅଧିକ ଖେଳାଳି ଭାଗ ନେଇଥିଲେ ।

ଚମ୍ପିଆନସିପର ଉଦଯାପନୀ କାଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ସହ ଅନ୍ୟ ଅତିଥିମାନେ ଯୋଗ ଦେଇ ଚମ୍ପିଆନ, ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମହିଳା ବର୍ଗରେ କିଟ୍‌ ଭୁବନେଶ୍ବର ଓ ପୁରୁଷ ବର୍ଗରେ ସୋନପୁର ଦଳ ରନର୍ସ ଅପ୍‌ ହୋଇଛନ୍ତି ।

ଏହା ବି ପଢନ୍ତୁ...ରାଜଧାନୀରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ସାଙ୍ଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଏହା ସହ ୬ଟି ଅତିରିକ୍ତ ଦଳ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଥିଲା । ଏଥି ମଧ୍ୟରେ ରେଳବାଇ ଦଳ, ଓଡ଼ିଶା ପୋଲିସ ଦଳ, ଆରଏସପି ରାଉରକେଲା, NRRI, କିଟ୍‌ ଭୁବନେଶ୍ବର, ହାଇଟେକ୍‌ ଭୁବନେଶ୍ବର ଆଦି ଦଳ ଭାଗ ନେଇଥିଲେ । ଅନୁଗୋଳ ସହର ମଧ୍ୟରେ ଥିବା ବିଜୁ ମୈଦାନରେ ମ୍ୟାଚ୍‌ ଖେଳାଯାଇଥିଲା । ଚମ୍ପିଆନସିପ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ଚମ୍ପିଆନସିପକୁ‌ ସଫଳ କରିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.