ETV Bharat / state

ପାପୀପୁଅ; ମା’ର ଅନ୍ତିମ ସଂସ୍କାର କଲେ ଗ୍ରାମବାସୀ

କଥାରେ ଅଛି ବାପା ମା’ ମଶାଣୀ ଯିବାବେଳେ ପୁଅ କାନ୍ଧ ଦେବ । କିନ୍ତୁ ଅନୁଗୋଳର ପୁଅ ମା’ର ମୃତ୍ୟୁ ଖବର ପାଇ ମଧ୍ୟ ଘରେ ପାଦ ଦେଇନାହିଁ । ଏଥିଯୋଗୁଁ ଅନ୍ତିମ ସଂସ୍କାର କଲେ ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 1, 2019, 11:15 PM IST

ଅନୁଗୋଳ: ହଜିଗଲା ମାନବିକତା, ଅଲୋଡା ହେଲା ମା’ର ମମତା । ମା ପୁଅର ନିଷ୍କଳଙ୍କ ପ୍ରେମରେ ଲାଗିଲା ଦାଗ । ଯେଉଁ ମା ଦିନେ ପୁଅକୁ କୋଳେଇ କାଖେଇ ଯତ୍ନରେ ଛୋଟରୁ ବଡ କରିଥିଲା ସେହି ମା’ର ଶେଷ ସମୟରେ ମଧ୍ୟ ମୁଖାଗ୍ନି ଦେବାକୁ ମଧ୍ୟ ଚାହିଁଲା ନାହିଁ ଏହି ଅମାନବୀୟ ପୁଅ ।

ଏମିତି ଏକ ଦୁଃଖଦ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଛକୁଟା ଗାଁରେ । ଘଟଣା ହେଉଛି ଗତକାଲି ରାତିରେ ଦୌରିକା ନାଥ ଗଡନାୟକଙ୍କ ସ୍ତ୍ରୀ ଗହମ ଗଡନାୟକଙ୍କ ମୃତ୍ୟୁ ହୋଇଥିଲା । ପାରିବାରିକ କଳହକୁ ନେଇ ମୃତ ଗହମ ଗଡନାୟକଙ୍କ ପୁଅ ଦୀର୍ଘଦୀନ ହେବ ଘରଛାଡି ନିଜ ପରିବାର ଧରି ଗାଁ ଠାରୁ ଅଳ୍ପ ଦୂର ଛେଣ୍ଡିପଦାରେ ଭଡାରେ ରହୁଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତେବେ ମାର ମୃତ୍ୟୁକୁ ନେଇ ସମ୍ପର୍କୀୟ ଓ ଗ୍ରାମବାସୀ ପୁଅ ଧରଣୀକୁ ଖବର ଦେଇଥିଲେ । କିନ୍ତୁ ବିଡମ୍ବନାର ବିଷୟ ପୁଅ ଧରଣି ମାର ମୃତଦେହକୁ କାନ୍ଧ ଦେବା ତ ଦୂରର କଥା ଶେଷଥର ପାଇଁ ମଧ୍ୟ ଦେଖିବାକୁ ଆସିନଥିଲା ।

ଫଳରେ ଗ୍ରାମବାସୀ ଓ ସମ୍ପର୍କୀୟ ମାନେ ବାରମ୍ବାର ଯୋଗାଯୋଗ କରିବା ସମୟରେ ପୁଅ ଅନ୍ତିମ ସଂସ୍କାରରେ ଯିବା ପାଇଁ ମନାକରିବା ସହିତ ସେମାନଙ୍କୁ ମା’କୁ ମାରିଦେଇଥିବା ନେଇ ଥାନାରେ ଅଭିଯୋଗ କରିବାର ଧମକ ଦେଇଥିଲେ । ନିରୁପାୟ ଗ୍ରାମବାସୀ ଓ ଧରଣୀଙ୍କ ବାପା ତଥା ମୃତ ମହିଳାଙ୍କ ସ୍ବାମୀ ଦ୍ବାରିକା ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଉପସ୍ଥିତିରେ ଗ୍ରାମବାସୀ ଓ ସଂପର୍କୀୟ ମାନେ ଗହମଙ୍କ ଅନ୍ତିମ ସଂସ୍କାର କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ହଜିଗଲା ମାନବିକତା ! ମା ର ଶବ ସତ୍କାର କଲାନି ପୁଅ , ପୋଲିସ ସାହାଯ୍ୟରେ ଗାଁ ଲୋକେ କଲେ ସତ୍କାର ।Body:ପୁଅ ପାଇଁ ମା ହୋଇ ଗଲା ଅଲୋଡା । ପାଖରେ ଥାଇ ବି ଶବ ସତ୍କାର କଲାନି ପୁଅ । ଏଭଳି ଏକ ଆମାନବୀୟ ଘଟଣା ଘଟିଛି ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ।ଦୀର୍ଘ ସମୟ ଧରୀ ଗାଁରେ ଶବ ପଡିବା ନେଇ ଗ୍ରାମବାସୀ ଛେଣ୍ଡିପଦା ଥାନାର ଦ୍ବାରସ୍ଥ ହୋଇଥିଲେ ଏବଂ ପୋଲିସ ଉପସ୍ଥିତରେ ଗ୍ରାମବାସୀ ମୃତ ମହିଳାଙ୍କ ଶବକୁ ଶତ୍କାର କରିଥିଲେ ।ଗତ କାଲି ରାତିରେ ଦୌରିକା ନଥ ଗଡନାୟକଙ୍କ ସ୍ତ୍ରୀ ଗହମ ଗଡନାୟକ ମୃତ୍ୟୁ ହୋଇଥିଲା ।ପାରିବାରିକ କଳହକୁ ନେଇ ପୁଅ ଦିର୍ଘଦିନ ହେବ ଘରଛାଡି ନିଜ ପରିବାର ଧରି ଗାଁ ଠାରୁ ଅଳ୍ପ ଦୂର ଛେଣ୍ଡିପଦାରେ ଭଡା ରେ ରହୁଥିଲା ।ମାର ମୃତ୍ୟୁକୁ ନେଇ ସମ୍ପର୍କିୟ ଓ ଗ୍ରାମବାସୀ ପୁଅ ଧରଣୀକୁ ଖବର ଦେଇଥିଲେ । କିନ୍ତୁ ବଡ ବିଡମ୍ବନାର ବିଷୟ ପୁଅ ଧରଣି ମାର ଶବକୁ କାନ୍ଧ ଦେବା ପାଇଁ ଆସିନଥିଲା ।ଏ ନେଇ ଗ୍ରାମବାସୀ ଓ ସମ୍ପର୍କିୟ ମାନେ ବାରମ୍ବାର ଯୋଗାଯୋଗ କରିବା ସମୟରେ ପୁଅ ଶବ ସତ୍କାର ପାଇଁ ଯିବା ପାଇଁ ମନାକରିବା ସହିତ ଶବ ଶତ୍କାର କଲେ ମାକୁ ମାରିଦେଇଥିବା ନେଇ ଥାନାରେ ଅଭିଯୋଗ କରିବାର ଧମକ ଦେଇଥିଲେ ।ଫଳରେ ଗ୍ରାମବାସୀ ଓ ଧରଣୀଙ୍କ ବାପା ଦ୍ବାରିକା ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଉପସ୍ଥିତିରେ ଗ୍ରାମବାସୀ ଓ ସମ୍ପର୍କିୟ ମାନେ ଶବ ସତ୍କାର ପାଇଁ ମଶାଣିକୁ ନେଇ ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ ।
Byte_ 1ମୃତ ମହିଳା ଙ୍କ ଝିଅ ।
Byte_2 ମୃତ ମହିଳା ଙ୍କ ସମ୍ପର୍କୀୟ ।Conclusion:ତେବେ ପୁଅର ଏପରି କାର୍ଯ୍ୟକୁ ନେଇ ସମଗ୍ର ଛେଣ୍ତିପଦା ରେ ସମାଲୋଚନା ର ବିଷୟ ହୋଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.