ETV Bharat / state

ଅଧାରେ ରହିଲା କାଳିଆ ଦର୍ଶନ: ସଡକ ଦୁର୍ଘଟଣାରେ 4 ମୃତ

ଅନୁଗୋଳ ୫୫ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ ସମସ୍ତ ଯାତ୍ରୀ । ଅଧିକ ପଢନ୍ତୁ....

author img

By

Published : Dec 24, 2019, 7:54 AM IST

Updated : Dec 24, 2019, 10:00 AM IST

ang accident
ବସ ବୋଲେରୋ ମୁହାଁମୁହିଁ ଧକ୍କା

ଅନୁଗୋଳ: ଜଗନ୍ନାଥ ଦର୍ଶନ ପାଇଁ ଆସିଥିବାବେଳେ ଦୁର୍ଘଟଣା । ବସ ସହ ବୋଲେରୋର ମୁହାଁମୁହିଁ ଧକ୍କାରେ ଚାଲିଗଲା ଚାରି ଜୀବନ। ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଅନୁଗୋଳ ୫୫ନଂ ଜାତୀୟ ରାଜପଥରେ ।

ଅନୁଗୋଳ ୫୫ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା

ସୂଚନାମୁତାବକ, ରାଇପୁରରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ଏକ ବୋଲେରୋକୁ ଜରପଡା ଥାନା କତଡ଼ା ନିକଟରେ ଏକ ନାଇଟ କୋଚ ବସ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଚାରିଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଘଟଣାରେ 4 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ତେବେ ଆହତଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ଛୋଟ ଛୁଆ ମଧ୍ୟ ଅଛନ୍ତି । ଖବରପାଇ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଅନୁଗୋଳ ଡ଼ାକ୍ତରଖାନରେ ଭର୍ତ୍ତି କରିଥିଲେ । ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଆହତଙ୍କୁ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏବେ ସୁଦ୍ଧା ମୃତକଙ୍କର ପରିଚୟ ମିଳିପାରିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଜଗନ୍ନାଥ ଦର୍ଶନ ପାଇଁ ଆସିଥିବ ବେଳେ ଦୁର୍ଘଟଣା । ବସ ସହ ବୁଲେରୋ ମୁହାଁ ମୁହିଁ ଧକାରେ ଚାଲିଗଲା ଚାରି ଜୀବନ । ଚାରିଜଣଙ୍କ ଅବସ୍ଥା ସଂକଟା ପର୍ଣ୍ଣ । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ୫୫ନଂ ଜାତୀୟ ରାଜପଥ ରେBody: ।ରାଜପଥ ର ଅନୁଗୋଳ ଜିଲା ଜରପଡା ଥାନା କତଡ଼ା ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ରାଇପୁର ରୁ ପୁରୀ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ଏକ ବୁଲେରୋ କୁ ଏକ ନାଇଟ କୋଚ୍ ବସ ଧକ୍କା ଦେବାରୁ ଘଟଣା ସ୍ଥଳରେ ଚାରିଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଅନ୍ୟ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି ।ଆହତ ମାନଙ୍କ ମଧ୍ୟରେ ଦୁଇଜଣ ଛୋଟ ଛୁଆ ମଧ୍ୟ ଅଛନ୍ତି । ଖବର ପାଇ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ରେ ଆହତ ମାନକୁ ଉଧରା କରି ଅନୁଗୋଳ ଡ଼ାକ୍ତର ଖାନରେ ଭର୍ତ୍ତି କରାଇଛି । ସେଠାରେ ଅବସ୍ଥା ଗୁରୁତର ହେବାରୁ ସମସ୍ଥ ଆହତ ଙ୍କୁ କଟକ ସ୍ଥାନାନ୍ତରଣ କରାଯାଇଛି । ନିଜେ ଅତିରିକ୍ତ ଜିଲାପାଳ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଆହତ ଙ୍କୁ ସରକାର ଙ୍କ ପକ୍ଷରୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଜୀବ ବୋଲି କହିଛନ୍ତି ।
Byte - 1 ଆହତ ।
Byte - 2ଡାକ୍ତର ।
Byte - 3 ତପନ ଶତପଥୀ ଅତିରିକ୍ତ ଜିଲାପାଳ ଅନୁଗୋଳ ।Conclusion:ମୃତକ ମାନଙ୍କ ର ପରିଚୟ ମିଳିନାହିଁ । ତେବେ ଏମାନେ ଗୋଟିଏ କିମ୍ବା ଦୁଇଟି ପରିବାର ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।
Last Updated : Dec 24, 2019, 10:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.