ETV Bharat / state

ରାତି ପାହିଲେ ଗଜଲକ୍ଷ୍ମୀ ପୂଜା, ସଜେଇ ହେଉଛି ଶିଳ୍ପ ନଗରୀ - ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ରାତି ପାହିଲେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଧନଦାତ୍ରୀ । ମା' ଗଜଲକ୍ଷ୍ମୀଙ୍କ ଆବାହନ ନେଇ ଚଳଚଞ୍ଚଳ ହୋଇ ଉଠିଛି ଅନୁଗୋଳ ସହର । ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

ରାତି ପାହିଲେ ଗଜଲକ୍ଷ୍ମୀ ପୂଜା, ସଜେଇ ହେଉଛି ଶିଳ୍ପ ନଗରୀ

author img

By

Published : Oct 8, 2022, 1:14 PM IST

ଅନୁଗୋଳ: ପାର୍ବଣ ଋତୁରେ ଜଗତ ଜନନୀଙ୍କ ବିଦାୟ ପରେ ଧରାବତରଣ କରିବେ ଧନଦାତ୍ରୀ ମା' ଗଜଲକ୍ଷ୍ମୀ । ମା'ଙ୍କ ଆବାହନ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅନୁଗୋଳ। ସହରର ବିଭିନ୍ନ ପୂଜା ମଣ୍ଡପରେ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଶିଳ୍ପୀମାନେ ମା'ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ଅନୁଗୋଳରେ ବେଶ ଧୁମଧାମରେ ପାଳନ ହେବ ଗଜଲକ୍ଷ୍ମୀ ପୂଜା ।

ରାତି ପାହିଲେ ଗଜଲକ୍ଷ୍ମୀ ପୂଜା

ଦିନକ ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଗଜଲକ୍ଷ୍ମୀ । ମା'ଙ୍କ ଆଗମନ ପୂର୍ବରୁ ସାରା ଅନୁଗୋଳ ସଜେଇ ହେଲାଣି । ସବୁଠି ପ୍ରସ୍ତୁତି ପର୍ବ ଚାଲିଛି । କିଏ ମୂର୍ତ୍ତି ନିର୍ମାଣଙ୍କୁ ଅଧିକ ଗୁରୁତ୍ଵ ଦେଇଛି ତ ଆଉ କିଏ ତୋରଣ ନିର୍ମାଣ ଉପରେ ଦେଇଛି ଗୁରୁତ୍ଵ । ପୂଜା ପ୍ରସ୍ତୁତିରେ ଲାଗି ପଡିଛନ୍ତି ଶିଳ୍ପୀ ଓ କାରିଗର । ମଣ୍ଡପ ଗୁଡିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଚାଲିଛି । ମୂର୍ତ୍ତି ନିର୍ମାଣ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ କାରିଗରମାନେ ଆସିଛନ୍ତି । ଚଳିତ ଥର ବଜାର ଛକ ପୂଜା କମିଟି ସମୁଦ୍ର ନଗରି ସଦୃଶ ସାଜସଜ୍ଜା କରାଯାଉଛି । ସେହିପରି ସହରର ସବୁଠୁ ପୁରୁଣା ଲକ୍ଷ୍ମୀ ବଜାର ଏଥର ଆଲୋକ ସଜ୍ଜା ଉପରେ ଅଧିକ ଗୁରୁତ୍ଵ ଦେଉଛି । ଏନେଇ ପୂଜା କମିଟି ସମ୍ପାଦକ କହିଛନ୍ତି, " ବିଗତ 60 ବର୍ଷ ହେବ ଅନୁଗୋଳରେ ଗଜଲକ୍ଷ୍ମୀ ପୂଜା ହୋଇ ଆସୁଛି । ଲୋକଙ୍କୁ ଆକର୍ଷିତ କରିବା ପାଇଁ ସବୁ ବର୍ଷ ଭିନ୍ନ ଭିନ୍ନ ତୋରଣ କରାଯାଏ । ଏବର୍ଷ ମଧ୍ୟ ତୋରଣ ସାଜସଜ୍ଜା ପ୍ରତି ବିଶେଷ ଗୁରୁତ୍ବ ଦିଆଯାଉଛି।"

ଏହା ମଧ୍ୟ ପଢ଼ନ୍ତୁ: BMC ଗାଇଡଲାଇନ୍‌: ଫୁଟ୍‌ପାଥ ଓ ଡ୍ରେନ୍ ଉପରେ ରହିବନି ଖାଦ୍ୟ ଦୋକାନ

ଚଳିତ ଥର ସହରରେ 30ରୁ ଅଧିକ ମଣ୍ଡପରେ ମା' ଗଜଲକ୍ଷ୍ମୀ ପୂଜା କରାଯିବାବେଳେ ବାହାରେ ୬୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ । ତେଣୁ ସବୁଠି ପ୍ରସ୍ତୁତି ପର୍ବ ପ୍ରାୟତଃ ଶେଷ ପର୍ଯ୍ୟାୟରେ । କାଞ୍ଚନ ବଜାର ପୂଜା କମିଟି ପକ୍ଷରୁ କୋଲକାତାର ଏକ ପ୍ରସିଦ୍ଧ ଶିବ ମନ୍ଦିର ସଦୃଶ ବିଶାଳକାୟ ତୋରଣ କରାଯାଉଛି । ପୂଜା ପାଇଁ ଆଲୋକମାଳାରେ ସଜେଇ ହୋଇଛି ସାରା ସହର । ଆସନ୍ତା ୯ ତାରିଖରୁ ମା'ଙ୍କ ପୂଜା ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.