ETV Bharat / state

ଅନୁଗୋଳରେ ପୁଣି ଜୀବନ ନେଲା କୋରୋନା - covid-19

ରାଜ୍ୟରେ ଅତି ଉଦବେଗ ଜନକ ଭାବେ ବୃଦ୍ଧି ପାଉଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ମୃତକଙ୍କ ମଧ୍ୟରେ ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ । ଅଧିକ ପଢନ୍ତୁ...

ଅନୁଗୋଳରେ ପୁଣି କୋରୋନା ନେଲା ଜୀବନ
ଅନୁଗୋଳରେ ପୁଣି କୋରୋନା ନେଲା ଜୀବନ
author img

By

Published : Jul 31, 2020, 8:50 AM IST

Updated : Jul 31, 2020, 1:12 PM IST

ଅନୁଗୋଳ: ରାଜ୍ୟରେ କାଳ ହେଉଛି କୋରୋନା । ପୁଣି ଜଣେ କୋରୋନା ସଂକ୍ରମିତଙ୍କ ମୃତ୍ୟୁ । ଅନୁଗୋଳ ଜିଲ୍ଲାରେ ଜଣେ କୋରୋନା ସଂକ୍ରମିତ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଭୟ କୁମାର ଦାସ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି ।

କୋରୋନା ସଂକ୍ରମିତ ବ୍ୟକ୍ତି ଜଣକ ଅନ୍ୟ ରୋଗରେ ମଧ୍ୟ ପୀଡିତ ଥିଲେ । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିଲା । କଟକ ପଠାଯିବା ପୂର୍ବରୁ ତାଙ୍କର କୋରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିଥିବା ସିଡିଏମଓ ସୂଚନା ଦେଇଛନ୍ତି।

ଅନୁଗୋଳରେ ପୁଣି ଜୀବନ ନେଲା କୋରୋନା

ବ୍ୟକ୍ତି ଜଣକ କୋରୋନା ସଂକ୍ରମିତ ଜଣା ପଡିବା ପରେ ସେ ଯେଉଁ ୱାର୍ଡରେ ରହୁଥିଲେ ତାହାକୁ ସିଲ କରିଦିଆଯାଇଛି । ସେହି ୱାର୍ଡରେ ଥିବା ରୋଗୀଙ୍କୁ ଅନ୍ୟତ୍ର ପଠାଇ ଦେଇଥିଲେ । ସେପଟେ ଆଜି ଜିଲ୍ଲାରୁ ପୁଣି ୨୫ କୋରୋନା ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଗତ 24 ଘଣ୍ଟାରେ ରାଜ୍ୟରେ କୋରୋନା ସଂକ୍ରମଣ ହୋଇ 10 ଜଣଙ୍କ ଜୀବନ ଯାଇଥିଲା । ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 169କୁ ବୃଦ୍ଧି ପାଇଥିଲା । ସେମାନଙ୍କ ମଧ୍ୟରୁ ଭୁବନେଶ୍ବରରୁ 2 , ଗଞ୍ଜାମରୁ 4, ନୟାଗଡ, ସୁନ୍ଦରଗଡ ଓ ରାୟଗଡ, ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 31, 2020, 1:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.