ETV Bharat / state

Odisha Panchayat Polls: ଅନୁଗୋଳରେ ବହିଲାଣି ନିର୍ବାଚନୀ ହାୱା

ଆଗକୁ ପଞ୍ଚାୟତ ନିର୍ବାଚନ । ଏବେଠୁ ଅନୁଗୋଳ ଜିଲ୍ଲାରେ ଗାଁ ମୁହାଁ ହେଲେଣି ମାଳ ମାଳ ନେତା । ଗାଁ ଗାଁରେ ବୈଠକ ଚାଲିବା ସହ ଭୋଟରଙ୍କ ନିକଟତର ଚାଲିଛି ଉଦ୍ୟମ । ଅଧିକ ପଢନ୍ତୁ

author img

By

Published : Dec 24, 2021, 9:38 AM IST

Odisha Panchayat polls: ଅନୁଗୋଳରେ ବହିଲାଣି ନିର୍ବାଚନୀ ହାୱା

ଅନୁଗୋଳ: ପାଖେଇ ଆସୁଛି ପଞ୍ଚାୟତ ଲଢେଇ । ମଇଦାନକୁ ଓହ୍ଲାଇବା ଲାଗି ସଜବାଜ ହେଉଛନ୍ତି ନେତା । ଇତିମଧ୍ୟରେ ଅନୁଗୋଳ ଜିଲ୍ଲାରେ ଦେଖିବାକୁ ମିଳିଛି ନିର୍ବାଚନୀ ଉଷ୍ମତା । ନିର୍ବାଚନୀ ବୈତରଣୀ ପାର୍ କରିବାକୁ ରାଜନୈତିକ ଦଳ ପ୍ରସ୍ତୁତି ଜୋରଦାର କରିଥିବାବେଳେ ଏବେଠୁ ଗାଁ ମୁହାଁ ହେଉଛନ୍ତି ମାଳ ମାଳ ନେତା । ଗାଁ ଗାଁରେ ପ୍ରସ୍ତୁତି ବୈଠକ କରାଯିବା ସହ ବିଭିନ୍ନ ପଦପଦବୀ ପାଇଁ ଚାଲିଛି ପ୍ରାର୍ଥୀ ଚୟନ । ପ୍ରଶାସନ ପକ୍ଷରୁ ମଧ୍ୟ ସରକାରୀ ନିଷ୍ପତ୍ତି ଆଧାରରେ ପ୍ରାର୍ଥୀ ତାଲିକା ପ୍ରକାଶନ ଏବଂ ଭୋଟ କେନ୍ଦ୍ର ସ୍ଥାନ ନିରୂପଣ ଆଦି କାର୍ଯ୍ୟ ଜାରି ରହିଛି ।

ଆସନ୍ତା ଫେବୃଆରୀ ମାସରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ଅନୁଗୋଳ ଜିଲ୍ଲାର ୮ଟି ବ୍ଲକରେ ୨୨୫ଟି ପଞ୍ଚାୟତରେ ୨୨୫ଟି ସରପଞ୍ଚ, ୨୨୫ଟି ପଞ୍ଚାୟତ ସମିତି ମେମ୍ବର ଏବଂ ୩୦୨୮ଟି ୱାର୍ଡ ମେମ୍ବର ପଦବୀ ପାଇଁ ନିର୍ବାଚନ ହେବ। ସେହିପରି ୨୮ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ୨୮ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଭୋଟ ଗ୍ରହଣ କରାଯିବ । ଚଳିତ ନିର୍ବାଚନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ୨୨୫ଟି ସରପଞ୍ଚ ପଦବୀ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୨୦, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୨୩, ଅନୁସୂଚିତ ଜନଜାତି ପାଇଁ ୧୫, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧, ପଛୁଆ ବର୍ଗଙ୍କ ପାଇଁ ୧୬, ପଛୁଆ ବର୍ଗ ମହିଳାଙ୍କ ପାଇଁ ୧୮, ବିଭିନ୍ନ ବର୍ଗର ମହିଳାଙ୍କ ପାଇଁ ୫୬ ଏବଂ ଅଣ ସଂରକ୍ଷିତ ୫୬ଟି ଆସନ ରହିଛି ।

ସେହିପରି ୨୮ଟି ଜିଲ୍ଲା ପରିଷଦ ସଭ୍ୟ ମଧ୍ୟରୁ ୧୪ଟି ଆସନ ଅଣ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ପାଇଁ ୫, ଅନୁସୂଚିତ ଜନଜାତି ପାଇଁ ୪ ଏବଂ ପଛୁଆବର୍ଗଙ୍କ ପାଇଁ ୫ଟି ଆସନ ରଖାଯାଇଛି । ଚଳିତ ନିର୍ବାଚନରେ ସରପଞ୍ଚ, ସମିତି ମେମ୍ବର, ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ବିଜ୍ଞପ୍ତି ପାଇଥିବା ଆସନଗୁଡିକ ମଧ୍ୟରେ ମହିଳାଙ୍କ ପାଇଁ ଶତକଡା ପ୍ରାୟ ୫୦ ଭାଗରୁ ଅଧିକ ଆସନ ରହିଛି । ଯଦ୍ବାରା ଏଥର ବହୁସଂଖ୍ୟାରେ ମହିଳା ନିର୍ବାଚନୀ ମଇଦାନକୁ ଓହ୍ଲାଇବାର ବାଟ ଫିଟିଛି । ସେଥିପାଇଁ ଆଶାୟୀମାନେ ଗାଁ ଗାଁରେ ବୈଠକ କରୁଛନ୍ତି । ବିଭିନ୍ନ ଦଳୀୟ ନେତା ଉପଯୁକ୍ତ ପ୍ରାର୍ଥୀ ଚୟନ କରୁଛନ୍ତି । ଭୋଟରଙ୍କୁ ମନେଇବାକୁ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ପ୍ରତି ଗାଁରେ ଏକ ପ୍ରକାର ନିର୍ବାଚନୀ ହାୱା ବହିବା ଆରମ୍ଭ ହୋଇ ଗଲାଣି । ବିଭିନ୍ନ ରାଜନୈତିକ ଦଳର ନେତାମାନେ ନିଜ ନିଜର ଏଜେଣ୍ଡା ନେଇ ଭୋଟରଙ୍କୁ ସାମନା କରୁଛନ୍ତି।

ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ କେବଳ ଯେ ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ନିଜକୁ ପ୍ରସ୍ତୁତ କରୁନାହାନ୍ତି, ସାଧାରଣ ଭୋଟର ମଧ୍ୟ ଏଥିପାଇଁ ବେଶ୍ ଉତ୍କଣ୍ଠିତ । ଜିଲ୍ଲାରେ ଚୂଡାନ୍ତ ଭୋଟର ତାଲିକା ଅନୁସାରେ ମୋଟ ୯ ଲକ୍ଷ ୫୭ହଜାର ୯୨ ଜଣ ମତଦାତା ଅଛନ୍ତି । ସେମାନଙ୍କ ମଧ୍ୟରୁ ୪ଲକ୍ଷ ୯୮ହଜାର ୪୦୨ ଜଣ ପୁରୁଷ ଭୋଟର ଥିବାବେଳେ ୪ ଲକ୍ଷ ୫୮ହଜାର ୬୪୩ଜଣ ମହିଳା ଭୋଟର ଅଛନ୍ତି । କେବଳ ଅନୁଗୋଳ, ଆଠମଲ୍ଲିକ ଏବଂ ତାଳଚେର ପୌରାଞ୍ଚଳର ଭୋଟରଙ୍କୁ ଛାଡି ଅନ୍ୟ ଭୋଟରମାନେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଉତ୍ସାହିତ ଥିବା ଦେଖାଯାଇଛି ।

ଏଥର କିଭଳି ପ୍ରାର୍ଥୀଙ୍କୁ ଜିତାଇବାକୁ ହେବ, କିଏ ଜିତିଲେ ଲୋକଙ୍କ ସମସ୍ୟା ଦୂର କରିବ ଏମିତି କେତେକ'ଣ ଆଲୋଚନା ଚାଲିଛି । ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ବିଭିନ୍ନ ପ୍ରତିଶ୍ରୁତି ନେଇ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରଶାସନ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତି ଆରମ୍ଭ କରିଛି । ପୂର୍ବରୁ ଭୋଟର ତାଲିକା ଏବଂ ପ୍ରାର୍ଥୀ ସଂରକ୍ଷଣ ତାଲିକା ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟକୁ ପଠାଇ ସାରିଛି । ସ୍ବତନ୍ତ୍ର ଟିମ୍ ବିଭିନ୍ନ ପଞ୍ଚାୟତରେ ବୁଲି ପରିସ୍ଥିତି ଉପରେ ନଜର ରଖୁଛନ୍ତି । କେଉଁ ପଞ୍ଚାୟତରେ କେଉଁଠି ଭୋଟ କେନ୍ଦ୍ର କରାଯିବ ସେନେଇ ପ୍ରସ୍ତୁତି ଚାଲିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.