ETV Bharat / state

ପୁଣି ଅଲୋଡା କନ୍ୟାରତ୍ନ, ଅଳିଆଗଦାରୁ ନବଜାତକ ଶିଶୁ କନ୍ୟା ଉଦ୍ଧାର - baby rescued in roadside

ଅନୁଗୋଳ ଜିଲ୍ଲା ତାଳଚେର ନବୀନ ନଗର ରାସ୍ତା କଡରେ ଥିବା ଅଳିଆ ଗଦାରୁ ଏକ ନବଜାତକ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Aug 20, 2019, 2:01 PM IST

ଅନୁଗୋଳ: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ତାଳଚେର ନବୀନ ନଗର ନିକଟ ରାସ୍ତାକଡ ଅଳିଆ ଗଦାରୁ ଏକ ନବଜାତକ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ପ୍ରଥମେ ତାଳଚେର ସ୍ବାସ୍ଥ୍ୟକେନ୍ଦ୍ର ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ, ମଙ୍ଗଳବାର ସ୍ଥାନୀୟ ଲୋକେ ଅଳିଆ ଗଦା ନିକଟରୁ ନବଜାତ ଶିଶୁର କାନ୍ଦ ଶୁଣିଥିଲେ । ପରେ ସେଠାରୁ ଶିଶୁଟିକୁ ଉଦ୍ଧାର କରି ଆଶାକର୍ମୀ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଆଶାକର୍ମୀ ପହଞ୍ଚି ଶିଶୁ ମଙ୍ଗଳ ଓ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲେ । ଶିଶୁଟିକୁ ପ୍ରଥମେ ତାଳଚେର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର SNCU ଭର୍ତ୍ତି କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.