ଅନୁଗୋଳ: ବହୁଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟାକାଣ୍ଡର ଅଭିଯୁକ୍ତକୁ ଆଜି(ଶୁକ୍ରବାର) ପୁଣିଥରେ ନୟାଗଡ ପୋସ୍କୋ କୋର୍ଟକୁ ହାଜର ପାଇଁ ନିଆଯାଇଛି। ଗତ 6 ତାରିଖରେ ଅଭିଯୁକ୍ତ ସାବାଳକ ନୁହେଁ ବରଂ ନାବାଳକ ବୋଲି କୋର୍ଟରେ ପ୍ରମାଣ ହେବା ପରେ ତାକୁ ଅନୁଗୋଳ ସ୍ଥିତ ସୁଧାର ଗୃହକୁ ଅଣାଯାଇଥିଲା ।
ଆଜି ପୁଣିଥରେ ସୁଧାର ଗୃହରୁ ଅଭିଯୁକ୍ତକୁ ନୟାଗଡ଼ ପୋସ୍କୋ କୋର୍ଟକୁ ହାଜର ପାଇଁ ନିଆଯାଇଛି । ନୟାଗଡରୁ ଆସିଥିବା ଏକ ସ୍ବତନ୍ତ୍ର ଟିମ ଅଭିଯୁକ୍ତକୁ ଅନୁଗୋଳ ପ୍ରବେଶନ ହଷ୍ଟେଲରୁ ନୟାଗଡ଼କୁ ନେଇଛନ୍ତି। ଗତ 6ତାରିଖ ବିଳମ୍ବିତ ରାତିରେ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ନାବାଳକୁ ଅନୁଗୋଳ ସ୍ଥିତ ବାଳସୁଧାର ଗୃହକୁ ପଠାଯାଇଥିଲା ।
ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ନାବାଳିକା ପରୀ ହତ୍ୟାକାଣ୍ଡରେ ଗିରଫ ହୋଇଥିଲା ଅଭିଯୁକ୍ତ । ତେବେ ସେ ଜଣେ ନାବାଳକ ବୋଲି ନୟାଗଡ଼ କୋର୍ଟରେ ଅଭିଯୁକ୍ତଙ୍କ ଓକିଲ ପ୍ରମାଣ କରିବା ପରେ ଅଭିଯୁକ୍ତ ନାବାଳକୁ ଅନୁଗୋଳ ସ୍ଥିତ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି ।
ନୟାଗଡ଼ରୁ ଏକ ସ୍ବତନ୍ତ୍ର ଟିମ ଗୁରୁବାର ବିଳମ୍ବିତ ରାତିରେ ପ୍ରାୟ 12 ପାଖାପାଖି ଅଭିଯୁକ୍ତକୁ ଧରି ଆସି ବାଳସୁଧାର ଗୃହରେ ଛାଡିଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ