ଅନୁଗୋଳ: ଗଣେଶ ଭସାଣି ଉତ୍ସବରେ ବାଜା ବାଣରେ କମ୍ପୁଛି ଅନୁଗୋଳ ସହର । ଭଳିକି ଭଳି ଆଲୋକ ସଜାରେ ଝଲସି ଉଠିଛି ପୁରା ସହର । ଏଥିସହ ଅନୁଗୋଳ ସହରବାସୀ ମେଳଣ ଉତ୍ସବ କରି ମେଲାଣି ଦେଇଛନ୍ତି ଗଜାନନଙ୍କୁ ।
ତେବେ ଗତ ମାସ 31 ତାରିଖରୁ ଅନୁଗୋଳ ସହର ରେ ଚାଲିଥିଲା ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା ଉତ୍ସବ । ତେବେ ଆଜି ଶେଷ ହୋଇଛି ଏହି ପୂଜା ଉତ୍ସବ । ଅନୁଗୋଳ ସହର ମଧ୍ୟରେ 30 ରୁ ଅଧିକ ମଣ୍ଡପରେ ପ୍ରଭୁଙ୍କୁ ପୂଜା କରାଯାଇଥିଲା । ତେବେ ଆଜି ହେଉଛି ଗଣେଶ ପୂଜାର ଭଷାଣି ଉତ୍ସବ। ଏଥର ମେଳଣ ଉତ୍ସବ କରି ପ୍ରଭୁଙ୍କୁ ବିଦାୟ ଦେଇଛନ୍ତି ଅନୁଗୋଳ ବାସୀ। ଏଥିପାଇଁ ସ୍ବତନ୍ତ୍ର ଭାବେ ମେଢ଼ ଗୁଡିକ ସଜ୍ଜିତ ହୋଇ ପଟୁଆରରେ ବସାଣି ଉତ୍ସବରେ ସାମିଲ ହୋଇଥିଲେ । ସହର ର ଥାନା ଛକରୁ ଆରମ୍ଭ ହୋଇଥିଲା ଭାଷଣ ଶୋଭାଯାତ୍ରା। 15 ଟି ମେଢ଼ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ପୂର୍ବରୁ କରାଯାଇଥିବା କ୍ରମ ଅନୁସାରେ ଗୋଟିଏ ପରେ ଗୋଟିଏ କ୍ଲବର ମେଢ଼ ସହର ପରିକ୍ରମାରେ ବାହାରି ଥିଲେ। ଆଧୁନିକ ଡିଜେ ସାଉଣ୍ଡ ସାଙ୍ଗକୁ ପାରମ୍ପରିକ ଲୋକନୃତ୍ୟ ସବୁ ଦେଖିବକୁ ମିଳିଥିଲା ଏହି ଶୋଭାଯାତ୍ରାରେ । ଏହା ବ୍ୟତୀତ ମଣ୍ଡପ ର କର୍ମକର୍ତ୍ତା ମାନେ ସଙ୍ଗୀତ ର ତାଳେତାଳେ ନାଚି ନାଚି ମର୍ତ୍ତି ଗୁଡିକୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ । ତେବେ କୋରନା ର କଟକଣା କାରଣରୁ ଗତ ଦୁଇ ବର୍ଷ ହେବ କୌଣସି ପୂଜାର୍ଚ୍ଚନା ହେଉ ନଥିବା ବେଳେ ଏଥର ଗଣେଶ ଙ୍କ ପୂଜାରେ ବହୁ ଲୋକ ସାମିଲ ହୋଇଥିଲେ । ଭାଷାଣି ଦେଖିବାକୁ ସାରା ସହର ଲୋକାରଣ୍ୟ ହୋଇଯାଇଥିଲା । ମେଳଣ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା ।
ତେବେ ସୂଚନା ଥାଉକି, ଅନୁଗୋଳ ସହରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମହା ଆଡମ୍ବରରେ ଭଷାଣ ଉତ୍ସବ ସମ୍ପନ୍ନ କରିବାକୁ ସ୍ଥିର ହୋଇଥିଲା । ଭସାଣରେ ସମସ୍ତ ମେଢ଼ ଖୁବ ଯାକଜକମରେ ବିରାଟ ପଟୁଆର ଓ ଶୋଭାଯାତ୍ରା କରି ସହର ପରିକ୍ରମା କରିବେ । ଏହାପରେ ମେଳଣ ପଡିଆକୁ ଯାଇ ସେଠାରେ ଏକତ୍ରିତ ହେବାର କାର୍ଯ୍ୟକ୍ରମ ରହିଥିଲା । ସେଠାରେ କିଛି ସମୟ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜୀ କାର୍ଯ୍ୟକ୍ରମ କରାଯିବା ପରେ ପ୍ରତ୍ୟେକ ମେଢ଼ ନିଜ ନିଜ ରାସ୍ତାରେ ଯାଇ ବିଗ୍ରହ ଭଷାଣ କରିଛନ୍ତି । ଏଥିସହ ୭ଦିନ ଧରି ବିଭିନ୍ନ ପୂଜା ମଣ୍ଡପ ନିକଟରେ ନୃତ୍ୟ, ସଙ୍ଗୀତ ଓ ମେଲୋଡି ଆଦି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଇଟିଭି ଭାରତ, ଅନୁଗୋଳ