ETV Bharat / state

ଅନଲାଇନ ଶିକ୍ଷା ପାଇଁ 500 ଫୁଟ ପାହାଡ ଚଢୁଛନ୍ତି ଛାତ୍ରଛାତ୍ରୀ

author img

By

Published : Sep 12, 2020, 8:40 PM IST

ଅନଲାଇନ ଶିକ୍ଷା ପାଇଁ ୫୦୦ ଫୁଟ ଉଚ୍ଚ ପାହାଡ଼ ଭରଷା । ଘଞ୍ଚ ଓ ଦୁର୍ଗମ ଜଙ୍ଗଲ ଭିତରେ ପ୍ରାୟ ୨କିମି ବାଟ ଚାଲିବା ପରେ ଚଢ଼ିବାକୁ ପଡେ ପାହାଡ଼ । ବାଟରେ ବଣୁଆ ହାତୀପଲ, ହିଂସ୍ର ଜନ୍ତୁ ଓ ବିଷାକ୍ତ ସରୀସୃପର ଭୟ । ଜୀବନକୁ ବାଜି ଲଗାଇ ଏଭଳି ଦୁଃସାହସିକ ପଦକ୍ଷେପ ନେଉଛନ୍ତି ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଗଇନ୍ଦି ଗାଁରେ । ଯେଉଁଠି ପାଠପଢା ପାଇଁ ଜୀବନ ଲାଗୁଛି ବାଜି !

ଶିକ୍ଷା ପାଇଁ ବାଜିରେ ଲାଗିଛି ଜୀବନ !
ଶିକ୍ଷା ପାଇଁ ବାଜିରେ ଲାଗିଛି ଜୀବନ !

ଅନୁଗୋଳ: କୋରୋନା ପାଇଁ ଦୀର୍ଘ ୬ ମାସ ହେଲା ବନ୍ଦ ରହିଛି ସ୍କୁଲ କଲେଜ । ଆଉ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଚାଲିଛି ଅନଲାଇନ ଶିକ୍ଷାଦାନ । ହେଲେ କିଛି ପିଲାଙ୍କ ପାଇଁ ଏହି ଶିକ୍ଷାଦାନ ଜୀବନକୁ ବାଜି ଲଗାଇବା ପରି ହୋଇଛି । କାରଣ କିଛି ପିଲାଙ୍କ ଗାଁରେ ନାହିଁ ମୋବାଇଲ ନେଟୱାର୍କ । ଯେଉଁ ନେଟୱାର୍କ ପାଇବା ପାଇଁ ତାଙ୍କୁ ନିଜ ଜୀବନକୁ ବାଜି ଲଗାଇ ୫୦୦ ଫୁଟ ଉଚ୍ଚ ପାହାଡ଼ ଉପରକୁ ଯିବାକୁ ପଡୁଛି । ଯେଉଁ ଦିନ ନେଟୱାର୍କ ଭଲ ଆସୁଛି ପାଠ ପଢୁଛନ୍ତି, ଯେଉଁ ଦିନ ନାହିଁ ସେଦିନ ହତାସ ହୋଇ ଫେରୁଛନ୍ତି । ଏହା ହେଉଛି ତାର ବାସ୍ତବ ଚିତ୍ର । ଘଞ୍ଚ ଜଙ୍ଗଲ ହୋଇଥିବାରୁ ବାଟରେ ବେଳେ ବେଳେ ହାତୀ ଓ ବିଷାକ୍ତ ସାପର ସମ୍ମୁଖୀନ ହୁଅନ୍ତି । ତଥାପି ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢା ।

ଶିକ୍ଷା ପାଇଁ ବାଜିରେ ଲାଗିଛି ଜୀବନ !

ଅନୁଗୋଳ ଜିଲ୍ଲାର ମହାନଦୀ ସାତକୋଶିଆ ଗଣ୍ଡ ଅବବାହିକାରେ ଅବସ୍ଥିତ ଗଇନ୍ଦି ଗାଁ। ଗାଁ ଚାରିପଟେ ଘଞ୍ଚ ଜଙ୍ଗଲ ,ସନ୍ଧ୍ୟା ହେଲେ ବଣୁଆ ହାତୀଙ୍କ ଉତ୍ପାତ । ଏହି ଗାଁରେ ମୋବାଇଲ ଫୋନ ସାତ ସପନ । ତେଣୁ ଇଣ୍ଟରନେଟ କଥା ପଚାରେ କିଏ । ହେଲେ ଗାଁରେ ଅଛନ୍ତି ୧୫ରୁ ୨୦ଜଣ ପାଠ ପଢୁଆ ପିଲା । ସମସ୍ତେ ବିଭିନ୍ନ ସହରରେ ରହି ପାଠ ପଢନ୍ତି । ସବୁ ବନ୍ଦ ଥିବାରୁ ପିଲାମାନେ ଏବେ ଗାଁରେ । ସେପଟେ ଅନଲାଇନ ପାଠପଢା ଉପରେ ଗୁରୁତ୍ଵ ଦିଆଯାଉଥିବାରୁ ଗାଁରେ ଇଣ୍ଟରନେଟରେ ସୁବିଧା ନଥିବାରୁ ପିଲାମାନେ ପାଠ ପଢିବାକୁ ନିଜ ଜୀବନକୁ ବାଜିରେ ଲଗାଉଛନ୍ତି । ଗାଁ ନିକଟ ପାହାଡ଼ ଶିଖରକୁ ଗଲେ ସାମାନ୍ୟ ମୋବାଇଲ ସିଗ୍ନାଲ ମିଳୁଥିବାରୁ ବହୁ କଷ୍ଟ କରି ପ୍ରତିଦିନ ଯାଉଛନ୍ତି ସେହି ପାହାଡ଼ ଉପରକୁ । ସୁରକ୍ଷା ପାଇଁ ସେମାନଙ୍କ ସାଙ୍ଗରେ ଗାଁର ଜଣେ ବୟସ୍କ ଲୋକଙ୍କୁ ମଧ୍ୟ ସାଥିରେ ନେଉଛନ୍ତି ।

ମୋବାଇଲ ଟାୱାର ବସାଇବା ପାଇଁ ସେ ଅଞ୍ଚଳର ଲୋକେ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ନେଇ ପ୍ରଶାସନ ଓ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରି ଆସୁଛନ୍ତି । ବହୁବାର ଆନ୍ଦୋଳନ କରିଛନ୍ତି । କିନ୍ତୁ ଫଳ ଶୂନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.