ETV Bharat / state

କାର୍ତ୍ତିକ ପୂର୍ଣ୍ଣିମାରେ କୋରୋନା କଟକଣା, ବାରଣ ସତ୍ତ୍ବେ ଡଙ୍ଗା ଭସାଇଲେ ଲୋକେ - ଫିକା ପଡ଼ିଛି କାର୍ତ୍ତିକ ଉତ୍ସବ

ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଫିକା ପଡ଼ିଛି କାର୍ତ୍ତିକ ଉତ୍ସବ । ମନ୍ଦିରର ଫାଟକ ବନ୍ଦ ଥିବା ବେଳେ ମନ୍ଦିର ବାହାରେ ଥାଇ ଠାକୁରଙ୍କୁ ଡାକିଛନ୍ତି ଭକ୍ତ । ଅଧିକ ପଢନ୍ତୁ...

kartika purnima with corona restriction
କାର୍ତ୍ତିକ ପୂର୍ଣ୍ଣିମାରେ କୋରୋନା କଟକଣା, ବାରଣ ସତ୍ତ୍ବେ ଡଙ୍ଗା ଭସାଇଲେ ଲୋକେ
author img

By

Published : Nov 30, 2020, 11:55 AM IST

ଅନୁଗୋଳ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କୋଭିଡ କଟକଣା ଯୋଗୁଁ କାର୍ତ୍ତିକ ଉତ୍ସବ ଫିକା । ବୋଇତ ବନ୍ଦାଣ ଉତ୍ସବ ବି ବନ୍ଦ ରହିଛି । ଚଳିତଥର ନଦୀ ଓ ଜଳାଶୟରେ ଡଙ୍ଗା ଭସା ଉପରେ କଟକଣା ଲଗାଇଛନ୍ତି ସରକାର । କୋରୋନା କଟକଣା ଯୋଗୁଁ ମନ୍ଦିରର ଫାଟକ ବନ୍ଦ ଥିବା ବେଳେ ମନ୍ଦିର ବାହାରେ ଥାଇ ଠାକୁରଙ୍କୁ ଡାକିଛନ୍ତି ଭକ୍ତ । ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ବଡ଼ ଦାଣ୍ଡରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

କାର୍ତ୍ତିକ ପୂର୍ଣ୍ଣିମାରେ କୋରୋନା କଟକଣା, ବାରଣ ସତ୍ତ୍ବେ ଡଙ୍ଗା ଭସାଇଲେ ଲୋକେ

ଖାଲି ସେତିକି ନୁହଁ ପୋଖରୀରେ ଡଙ୍ଗା ନ ଭସାଇବାକୁ ବାରଣ କରିଛି ପୋଲିସ। ସବୁଠି ପୋଲିସର ପହରା । ତଥାପି କିଛି ଲୋକ ଲୁଚି ଛପି ଆସି ଡଙ୍ଗା ଭସାଉ ଥିବାବେଳେ କିଛି ପୋଲିସଙ୍କୁ ଅନୁରୋଧ କରି ଡଙ୍ଗା ଭସାଇ ଥିବା ଦେଖିବାକୁ ମିଳିଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.