ଅନୁଗୋଳ: ଲୋକ ପ୍ରତିନିଧି ବା ସରକାରଙ୍କ ପାଖରେ ପ୍ରଶାସକ ଉତ୍ତରଦାୟୀ। ଏମାନଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିଲେ ଲୋକେ ସମସ୍ତ ସରକାରୀ ସେବା ପାଇପାରିବେ। ଏନେଇ ଅନୁଗୋଳ ଜିଲ୍ଲା ପ୍ରଶାସନକୁ ସଂସଦୀୟ ବ୍ୟାପାର ଦ୍ବାରା ଜାରି ହୋଇଥିବା ବୁକ ସରକୁଲାର ୪୭କୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାନସଭା ଗୃହ କମିଟି ।
ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧକ୍ଷତାରେ ବିଧାନସଭା ଗୃହ କମିଟି ଏଥିର ଏକ ୬ ଜଣିଆ ସଦସ୍ୟ ଅନୁଗୋଳ ଆସି ଜିଲ୍ଲା ପ୍ରଶାସନକୁ ସରକୁଲାର ପାଳନ ନେଇ ବୁଝାଇଛନ୍ତି। ବିଧାୟକ ଓ ସାଂସଦଙ୍କ ଦ୍ବାରା ସୁପାରିଶ ହୋଇଥିବା କାର୍ଯ୍ୟର ଅନୁପାଳନ ଓ କାର୍ଯ୍ୟ ସମ୍ପର୍କରେ ଚିଠି ମାଧ୍ୟମରେ ଉତ୍ତର ଦେବାକୁ କମିଟି ପ୍ରଶାସକ ମାନଙ୍କୁ ନିର୍ଦ୍ଦେଶ ଦେଇଛି।
ଅନୁଗୋଳ ପ୍ରଦକ୍ଷଣ ଗୃହରେ ଆୟୋଜିତ ବୈଠକରେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ବିଧାୟକ ଅରବିନ୍ଦ ଢାଲି, ଅଶ୍ବିନୀ ପାତ୍ର ଓ ସମସ୍ଥ ବିଭାଗୀୟ ଅଧିକାରୀମାନେ ସାମିଲ ହୋଇଥିଲେ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ