ETV Bharat / state

ଲଗାଣ ବର୍ଷାରେ ଉଜୁଡିଗଲା ବାଇଗଣ ଚାଷ, ହତାଶ ଚାଷୀ - ଲଗାଣ ବର୍ଷାରେ ଉଜୁଡିଗଲା ବାଇଗଣ ଚାଷ

ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଶହ ଶହ ଏକର ବାଇଗଣ ଫସଲ । ଚାଷୀ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଯାହା କରିଥିଲେ ସବୁ ଧୋଇ ଦେଲା ବର୍ଷା । ଆଗକୁ ପୁଣି ଲଘୁଚାପ ଜନିତ ବର୍ଷା ଆଶଙ୍କା ଥିବାରୁ ଯାହା ଯେତିକି ଫସଲ ଅଛି ସେସବୁ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଭୟ ରହିଛି । ତେଣୁ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ଅଧିକ ପଢନ୍ତୁ

ଲଗାଣ ବର୍ଷାରେ ଉଜୁଡିଗଲା ବାଇଗଣ ଚାଷ, ହତାଶ ଚାଷୀ

author img

By

Published : Aug 25, 2022, 12:03 PM IST

ଅନୁଗୋଳ: ବାଇଗଣ ଚାଷ ପାଇଁ ଅନୁଗୋଳ ଜିଲ୍ଲାର କରତପଟା ଓ ବନ୍ତଳା ଅଞ୍ଚଳର ପ୍ରାୟ ୩୦ରୁ ଅଧିକ ଗାଁ ବେଶ୍ ଜଣାଶୁଣା । ଏହିସବୁ ଅଞ୍ଚଳର ଲୋକଙ୍କ ମୁଖ୍ୟ ଫସଲ ବାଇଗଣ । ପ୍ରାୟ ହଜାରେ ଏକରରୁ ଅଧିକ ଜମିରେ ବିଭିନ୍ନ କିଷମର ବାଇଗଣ ଚାଷ କରାଯାଏ । ତେଣୁ ଅଞ୍ଚଳବାସୀଙ୍କ ଅର୍ଥନୀତି ମୁଖ୍ୟତଃ ବାଇଗଣ ଚାଷ ଉପରେ ନିର୍ଭର କରେ । ଚଳିତ ବର୍ଷ ମଧ୍ୟ ଭଲ ବାଇଗଣ ଫସଲ ହୋଇଥିଲା । ହେଲେ ଠିକ ଅମଳ ସମୟରେ ଲଗାଣ ବର୍ଷା ଦାଉ ସାଧିଲା । ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସବୁକିଛି ଉଜୁଡି ଗଲା । ଫଳରେ ଗଛ ଝାଉଁଳି ଯିବା ସହ ଯାହା ଫଳ ଥିଲା ସବୁ ଝଡି ପଡିଲା ନହେଲେ ପଚି ଗଲା । ତେଣୁ ଅଶାନୁରୂପକ ବାଇଗଣ ଅମଳ ହୋଇପାରିଲା ନାହିଁ ।

ଲଗାଣ ବର୍ଷାରେ ଉଜୁଡିଗଲା ବାଇଗଣ ଚାଷ, ହତାଶ ଚାଷୀ

ବର୍ଷା ଲାଗି ରହିବା ଯୋଗୁଁ ଚାଷୀ ଯେଉଁ କୀଟନାଶକ ଔଷଧ ପ୍ରୟୋଗ କରିଥିଲେ ତାହା ଧୋଇ ହୋଇଗଲା । ଫଳରେ ବାଇଗଣରେ ପୋକ ଲାଗି ନଷ୍ଟ କରିଦେଲେ । ଏବେ ଯାହା କିଛି ଫଳ ଅଛି ଚାଷୀ ତରବର ଭାବେ ସେଗୁଡିକୁ ତୋଳି ଦେଉଛନ୍ତି । କିନ୍ତୁ ଅଧାରୁ ଅଧିକ ଫଳରେ ପୋକ ଲାଗି ନଷ୍ଟ ହୋଇ ଯାଇଥିବାରୁ ବିକ୍ରି ହୋଇପାରୁ ନାହିଁ । ଚାଷୀମାନେ ସାର, ଔଷଧ ପାଇଁ ବହୁ ଟଙ୍କା ଖର୍ଚ୍ଚ କରିଥିଲେ । ଶ୍ରମିକ ବାବଦରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଏବେ ସେ ପଇସା ମଧ୍ୟ ମିଳିପାରି ନାହିଁ । ତେଣୁ ଆଗକୁ ଋଣ ପରିଶୋଧ କେମିତି କରିବେ ଏବଂ ପରିବାର ପ୍ରତିପୋଷଣ କେମିତି ହେବ ସେ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ ।

ଅନୁଗୋଳର କରତପଟା ଓ ବନ୍ତଳା ଅଞ୍ଚଳରୁ ଦୈନିକ କ୍ବିଣ୍ଟାଲ କ୍ବିଣ୍ଟାର ବାଇଗଣ ରାଜ୍ୟର କଟକ, ଭୁବନେଶ୍ବର, ବାଲେଶ୍ବର, ପୁରୀ ସମେତ ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ଯାଇଥାଏ । ଏହି ସମୟରେ ବାହାର ବେପାରୀଙ୍କ ମାଳ ମାଳ ଗାଡି ଗାଁ ଗାଁରେ ଲାଗିଥାଏ । କିନ୍ତୁ ଚଳିତ ବର୍ଷ ତାହା ଦେଖିବାକୁ ମିଳୁନାହିଁ । ବାଇଗଣ ବାଡ଼ିରେ ସକାଳୁ ସଞ୍ଜ ଯାଏଁ ଶହ ଶହ ଶ୍ରମିକଙ୍କ ଭିଡ଼ ମଧ୍ୟ ନାହିଁ । କାରଣ ଗଛ ଅଛି । ହେଲେ ଫୁଲ ଫଳ ନାହିଁ । ଯେଉଁ କିଛି ଗଛରେ କିଛି ଫଳ ରହିଯାଇଛି ଚାଷୀମାନେ ସେଗୁଡିକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି । ପୋକ ଲାଗିଯିବା ଭୟରେ କେତେକ ଚାଷୀ ତରବରିଆ ଭାବେ ତୋଳି ପକାଉଛନ୍ତି ।

ଆଗକୁ ଲଘୁଚାପ ଜନିତ ବର୍ଷା ଆଶଙ୍କା ଥିବାରୁ ଯାହାଅଛି ସେସବୁ ଉଜୁଡି ଯିବା ଭୟରେ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି । ତେଣୁ ଚଳିତ ବର୍ଷ ଜିଲ୍ଲାର ବାଇଗଣ ଚାଷୀଙ୍କ ଦୁର୍ଦ୍ଦାଶା ବଢିଯାଇଛି । କିଛି ଦିନ ହେଲା ଅନୁଗୋଳରେ ବାଇଗଣ କେଜି ପ୍ରତି ୫୦ ରୁ ୬୦ ଟଙ୍କାରେ ବିକ୍ରି ହେଉଛି । କେବଳ ଅନୁଗୋଳ କାହିଁକି ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବାଇଗଣ ଯାଏ । ଚଳିତ ବର୍ଷ ଏଠାରେ ଉତ୍ପାଦନ କମି ଯାଇଥିବାରୁ ସାରା ରାଜ୍ୟରେ ଏଭଳି ସ୍ଥିତି ରହିଛି । ଲଗାଣ ବର୍ଷାର ପ୍ରଭାବରେ ଚାଷୀ, ବେପାରୀ ଓ ସାଧାରଣ ଖାଉଟି ସମସ୍ତେ ପ୍ରଭାବିତ ହୋଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.