ଅନୁଗୋଳ: ଘନ କୁହୁଡିରେ ଘୋଡେଇ ହୋଇଛି ଅନୁଗୋଳ ଜିଲ୍ଲା । ଆଜି(ଗୁରୁବାର) ଜିଲ୍ଲାର ପୁରା ଅଞ୍ଚଳରେ ଛାଇ ଯାଇଥିଲା କୁହୁଡିର ଆସ୍ତରଣ । କୁହୁଡିର ଘନତା ଏତେ ଅଧିକ ରହିଛି ଯେ, 10 ମିଟରରୁ ଅଧିକ ଦୂରକୁ ଦେଖିବା ସମ୍ଭବପର ହେଉନଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ କୁହୁଡି ଆସ୍ତରଣ ରହିଥିବାରୁ ଗାଡ଼ି ମଟର ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା । ଯାତାୟତ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା । ଏପରିକି ଅନେକ ସମୟ ଯାଏଁ ଦୋକାନ ବଜାର ଖୋଲି ପାରିନଥିଲେ ଲୋକେ । ଅନ୍ୟପଟେ ଘନ କୁହୁଡିର ମଜ୍ଜା ନେଇଥିଲେ ଲୋକେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ