ଅନୁଗୋଳ: ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ଚିନ୍ତା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ। ଅନୁଗୋଳଠାରେ ଜିଲ୍ଲା ବିଜେପିର କାଯ୍ୟକାରିଣୀ ବୈଠକରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ। ବିଭିନ୍ନ ସରକାରୀ ବିଭାଗରେ ହେଉଥିବା ଦୁର୍ନୀତି ସମ୍ପର୍କରେରେ ରଖିଛନ୍ତି ମତ।
ଅନୁଗୋଳ ବନଖଣ୍ଡରେ ସବୁଠାରୁ ଅଧିକ କାମ୍ପା ଫଣ୍ଡରେ ଦୁର୍ନୀତି ହୋଇଥିବା ନେଇ ପୃଥ୍ବୀରାଜ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ସବୁ ସରକାରୀ ବିଭାଗରେ କିଭଳି ଦୁର୍ନୀତି ହେଉଛି ସେ ନେଇ ମଧ୍ୟ ନିଜର ମତ ରଖିଛନ୍ତି। ଆଗାମୀ ଦିନରେ ବିଜେପି ଏ ସବୁ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇବ । ଏହାସହ ଦଳର ସଂଗଠନକୁ କିଭଳି ଆହୁରି ମଜବୁତ କରାଯିବ ସେନେଇ କାର୍ଯ୍ୟକାରିଣୀ ବୈଠକରେ ମତ ରଖିଥିଲେ ପୃଥ୍ବୀରାଜ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ