ETV Bharat / state

2 ମାସ ପରେ ଅନୁଗୋଳରେ ଗଡିଲା ସରକାରୀ ବସ, କୋଭିଡ ନିୟମ ପାଳିଲେ ଯାତ୍ରୀ - anugul news

ଅନୁଗୋଳରୁ ମଙ୍ଗଳବାର ସରକାରୀ ବସ ସେବା ଆରମ୍ଭ ହୋଇଛି । ପ୍ରଥମ ଦିନରେ 3ଟି ବସ ଗଡିଛି । ଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଅନଲକ-1: ଅନୁଗୋଳରେ ଆରମ୍ଭ ହେଲା ସରକାରୀ ବସ ସେବା

author img

By

Published : Jun 9, 2020, 4:55 PM IST

ଅନୁଗୋଳ: 2 ମାସରୁ ଊର୍ଦ୍ଧ୍ବ ହେବ ଲାଗୁ ହୋଇଥିବା ଲକଡାଉନ ପରେ ମଙ୍ଗଳବାର ଅନୁଗୋଳରୁ ସରକାରୀ ବସ ଚଳାଚଳ ଆରମ୍ଭ ହୋଇଛି । ତିନୋଟି ବସ ଅନୁଗୋଳରୁ ଫୁଲବାଣୀ, ଜୟପୁର, ଓ ବାରିପଦାକୁ ଚଳାଚଳ ଆରମ୍ଭ କରିଛି ।

ଅନଲକ-1: ଅନୁଗୋଳରେ ଆରମ୍ଭ ହେଲା ସରକାରୀ ବସ ସେବା

ଅନୁଗୋଳ ସରକାରୀ ବସ ଷ୍ଟାଣ୍ଡରୁ ବସ ଗୁଡିକ ନିର୍ଦ୍ଧାରିତ ସମୟରେ ଚାଲିବା ଆରମ୍ଭ କରିଛି । ତେବେ କୋରୋନା ଭୟରେ ବସ ଗୁଡିକରେ ଯାତ୍ରୀ ସଂଖ୍ୟା କମ ଥିବା ଦେଖିବାକୁ ମିଳିଛି । ତେବେ ଲକଡାଉନରେ ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକେ ଏବେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଆରମ୍ଭ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।

ଏହି ଯାତ୍ରା ସମୟରେ କୋଭିଡ ନିୟମ ଆଧାରରେ ଯାତ୍ରୀମାନଙ୍କୁ ବସରେ ଯିବାକୁ ଅନୁମତି ଦିଆଯାଉଛି। ସମସ୍ତେ ମାସ୍କ ପିନ୍ଧି ଯାତ୍ରା କରୁଥିବା ଦେଖିବାକୁ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଂଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.